ଜାଣନ୍ତୁ ନବଜାତ ଶିଶୁର କାନ, ନାକ ଓ ପାଟି କିପରି ସଫା କରିବେ

ଶିଶୁର କାନ, ନାକ ଏବଂ ଦାନ୍ତକୁ ସଫା ରଖିବା ତାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ । ଯାହାଫଳରେ ସେ ସର୍ବଦା ସୁସ୍ଥ ଏବଂ ଖୁସି ରୁହନ୍ତି । ଅନେକ ଥର ମା ଓ ବାପା ଜାଣନ୍ତି ନାହିଁ ଏହି ସୂକ୍ଷ୍ମ ସ୍ଥାନଗୁଡିକ କିପରି ସଫା କରିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ପିଲାମାନଙ୍କର କାନ, ନାକ ଏବଂ ଦାନ୍ତ ସଫା କରିବେ ।

ନବଜାତ ଶିଶୁର ଭଲ ଯତ୍ନ ନେବାରେ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଶିଶୁର କାନ, ନାକ ଏବଂ ଦାନ୍ତକୁ ସଫା ରଖିବା ତାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ । ଯାହାଫଳରେ ସେ ସର୍ବଦା ସୁସ୍ଥ ଏବଂ ଖୁସି ରୁହନ୍ତି । ଅନେକ ଥର ମା ଓ ବାପା ଜାଣନ୍ତି ନାହିଁ ଏହି ସୂକ୍ଷ୍ମ ସ୍ଥାନଗୁଡିକ କିପରି ସଫା କରିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ପିଲାମାନଙ୍କର କାନ, ନାକ ଏବଂ ଦାନ୍ତ ସଫା କରିବେ । ଯାହାଫଳରେ ଆପଣ ନିଜ ପିଲାଙ୍କ ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନେଇପାରିବେ ଏବଂ ଭବିଷ୍ୟତରେ ଯେକୌଣସି ସମସ୍ୟାରୁ ରକ୍ଷା ପାଇପାରିବେ ।

କାନ ସଫା କରିବା :
ପିଲାମାନଙ୍କର କାନ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଏହାକୁ ସଫା କରିବାରେ ଯତ୍ନବାନ ହେବା ଆବଶ୍ୟକ । କାନ ସଫା କରିବା ପାଇଁ କୌଣସି ପ୍ରକାରର ଟାଣ ବସ୍ତୁ ବ୍ୟବହାର କରନ୍ତୁ ନାହିଁ । ଏକ ସଫା ନରମ କପଡାକୁ ଉଷୁମ ପାଣିରେ ଭିଜାନ୍ତୁ, ତାପରେ ଏହାକୁ ଭଲ ଭାବରେ ଚିପୁଡି ଦିଅନ୍ତୁ ଏବଂ କାନର ବାହାର ଅଂଶକୁ ଧୀରେ ଧୀରେ ପୋଛି ଦିଅନ୍ତୁ ।

ନାକ ସଫା କରିବା :
ନାକ ସଫା କରିବା ପାଇଁ ଆପଣଙ୍କୁ ଏକ ନରମ ରବର ବଲ୍ବ ସିରିଞ୍ଜ ଏବଂ ସଫା ପାଣି ଦରକାର । ତେବେ ଶିଶୁକୁ ଆପଣଙ୍କ କୋଳରେ ରଖନ୍ତୁ ଯାହା ଦ୍ୱାରା ତାଙ୍କ ମୁଣ୍ଡ ସାମାନ୍ୟ ଉଚ୍ଚରେ ରହିବ । ଯାହାଫଳରେ ଆପଣ ସଠିକ୍‌ ଭାବେ ଶିଶୁର ନାକ ସଫା କରିପାରିବେ । ଶିଶୁର ନାକକୁ ସଫା କରିବା ପରେ ଶିଶୁର ନାକକୁ ଏକ ନରମ, ପରିଷ୍କାର କପଡା କିମ୍ବା ଟିସୁ ସହିତ ସଫା କରନ୍ତୁ । ଏହାକୁ କରିବା ସମୟରେ ସାବଧାନ ରୁହନ୍ତୁ । ନାକ ସଫା କରିବାବେଳେ, ନାକ ଭିତରେ ସିରିଞ୍ଜକୁ ଅଧିକ ଗଭୀର ଭାବରେ ଭର୍ତ୍ତି ନକରିବା ପ୍ରତି ଧ୍ୟାନ ଦିଅନ୍ତୁ । ଏହା ସହ ପ୍ରତ୍ୟେକ ଥର ବ୍ୟବହାର କରିବା ପରେ, ସିରିଞ୍ଜକୁ ଉଷୁମ ସାବୁନି ପାଣିରେ ଭଲ ଭାବରେ ଧୋଇ ଶୁଖାନ୍ତୁ ।

ଦାନ୍ତ ସଫା କରିବା :
ଶିଶୁର ଦାନ୍ତ ବାହାରିବା ମାତ୍ରେ ସେମାନଙ୍କୁ ସଫା କରିବା ଆରମ୍ଭ କରିବା ଉଚିତ୍ । ନବଜାତ ଶିଶୁର ପାଟି ସଫା କରିବା ଜରୁରୀ ହୋଇଥାଏ । ସର୍ବପ୍ରଥମେ, ଏକ ନରମ ଏବଂ ପରିଷ୍କାର କପଡା ବାଛନ୍ତୁ । ଏହି କପଡା ନରମ ଏବଂ ପରିଷ୍କାର ହେବା ଉଚିତ ଯାହା ଦ୍ୱାରା ଶିଶୁର ପାଟିର କୋମଳ ଚର୍ମରେ କୌଣସି କ୍ଷତି ହେବ ନାହିଁ । କପଡାକୁ ଉଷୁମ ପାଣିରେ ଭିଜାଇ ଏହାକୁ ଚିପୁଟି ଦିଅନ୍ତୁ ଏବଂ କପଡାକୁ ଅଧିକ ଓଦା ରଖନ୍ତୁ ନୁହେଁ । ଆଙ୍ଗୁଠିରେ ଏକ ନରମ କପଡା ଗୁଡ଼ାଇ ଶିଶୁର ଓଠ, ଦାନ୍ତ ଏବଂ ଜିଭକୁ ଧୀରେ ଧୀରେ ସଫା କରନ୍ତୁ । ଏପରି କରିବା ଦ୍ୱାରା ପାଟିରେ ଥିବା ମଇଳା ସଫା ହୋଇଯିବ ଏବଂ ପିଲାଟି ସୁସ୍ଥ ରହିବ । ଏହା ପ୍ରତିଦିନ କରିବା ଜରୁରୀ ।

Leave A Reply

Your email address will not be published.