ଟିଫିନରେ ବନାଇ ଖାଆନ୍ତୁ ସାଗୁଦାନା ପରଟା, ପ୍ରୋଟୀନରେ ଭରପୂର ଏହି ରେସିପି

ଆବଶ୍ୟକ ସାମଗ୍ରୀ

୧ କପ୍‌ ସାଗୁଦାନା
୨ଟି ଆଳୁ ସିଝା ହୋଇଥିବା
୧/୨ ଚାମଚ ଜିରା ପାଉଡର
୩ ଚାମଚ ବାଦାମ୍‌
୧/୨ ଚାମଚ ଅଦା କଦ୍ଦୁକସ୍‌ ହୋଇଥିବା
୧/୪ କପ୍‌ ଧନିଆ ପତ୍ର (କଟା ହୋଇଥିବା)
୧ ଚାମଚ ଲେମ୍ବୁ ରସ
ଏକ ଚାମଚ ଚିନି ପାଉଡର
ବିଟ ଲୁଣ
ସେକିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ

  • ସାଗୁ ଦାନାକୁ ଭଲଭାବେ ଧୋଇ ୨-୩ ଘଣ୍ଟା ପାଇଁ ଭିଜାଇ ରଖିଦିଅନ୍ତୁ।
  • ଦୁଇ ତିନି ଘଣ୍ଟା ପରେ ସିଝା ଆଳୁକୁ ଚକଟି ସାଗୁ ଦାନା ସହିତ ଭଲଭାବେ ମିକ୍ସ କରିଦିଅନ୍ତୁ।
  • ଏବେ ଏଥିରେ ଜିରା ପାଉଡର, ବାଦାମ୍‌, ଅଦା, ଧନିଆ ପତ୍ର, ଲେମ୍ବୁ ରସ, ଚିନି ପାଉଡର ଏବଂ ଲୁଣ ମିଶାଇ ଚକଟି ଦିଅନ୍ତୁ।
  • ଚକଟି ରଖିଥିବା ମିଶ୍ରଣରୁ ଅଳ୍ପ ନେଇ ହାତରେ ଚାପି ରଖିଦିଅନ୍ତୁ ଏବଂ ଚେପଟା କରି ରୁଟିର ଆକାର ଦିଅନ୍ତୁ। ହାତରେ ତେଲ ଲଗାଇ ପ୍ରଥମେ ଚିକ୍କଣ କରିଦିଅନ୍ତୁ।
  • ଧୀମା ଆଞ୍ଚରେ ଏକ ତାଓ୍ଵା ଗରମ କରିବା ପାଇଁ ରଖନ୍ତୁ।
  • ତାଓ୍ଵା ଗରମ ହେବା ପରେ ରୁଟି ପକାନ୍ତୁ ଏବଂ ତେଲ ଗରମ କରି ଉଭୟ ପାଖକୁ ସେକି ଦିଅନ୍ତୁ।
  • ଏବେ ଆପଣଙ୍କର ସାଗୁ ଦାନା ପରଟା ପ୍ରସ୍ତୁତ ହୋଇଯାଇଛି। ଏହାକୁ ଚଟଣୀ କିମ୍ବା ରାଇତା ସହିତ ଆପଣ ଖାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.