ଏକ ମାସ ପର୍ଯ୍ୟନ୍ତ ଖାଆନ୍ତୁ ଔଷଧୀୟ ଗୁଣରେ ଭରପୂର ଏହି ଫଳ, ସ୍ୱାସ୍ଥ୍ୟ ଉପରେ ପଡିବ ଚମତ୍କାର ପ୍ରଭାବ

ଅଁଳା ଅନେକ ଔଷଧୀୟ ଗୁଣରେ ଭରପୂର । କେବଳ ଯେ ସ୍ବାସ୍ଥ୍ୟ ତା ନୁହେଁ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଅଁଳା ବେଶ ଲାଭଦାୟକ ହୋଇଥାଏ । ପ୍ରତିଦିନ ଅଁଳା ଖାଇବା ଦ୍ୱାରା ତ୍ୱଚାରେ ଚମକ୍ ଅସିବା ସହ କେଶ ମଧ୍ୟ କଳା ଓ ଲମ୍ବା ହୋଇଥାଏ । ସେଥିପାଇଁ ଏହାକୁ ସୁପରଫୁଡ୍ ବୋଲି ମଧ୍ୟ କୁହାଯାଏ । ଅଁଳାକୁ ପୋଷକ ତତ୍ତ୍ୱର ଭଣ୍ଡାର ଭାବରେ ବିବେଚନା କରାଯାଏ ।
ଆୟୁର୍ବେଦ ଅନୁସାରେ, ଅଁଳାରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇପାରେ । ଅଁଳାରେ ଭିଟାମିନ୍ A, ଭିଟାମିନ୍ C, ପ୍ରୋଟିନ୍, କ୍ୟାଲସିୟମ, ଫସଫରସ୍ ଏବଂ ଆଇରନ ସମେତ ଅନେକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଅଁଳା ଖାଇବାର କିଛି ଲାଭ ବିଷୟରେ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ:
ଆପଣ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ପ୍ରାୟତଃ ଅସୁସ୍ଥ ହେଉଛନ୍ତି କି? ତେବେ ଆପଣ ମାତ୍ର ଗୋଟିଏ ମାସ ପାଇଁ ପ୍ରତିଦିନ ଅଁଳା ଖାଇବାକୁ ଚେଷ୍ଟା କରନ୍ତୁ । ଭିଟାମିନ୍ Cରେ ଭରପୂର ଅଁଳା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଖୁବ ସହାୟକ ହୋଇପାରେ । ଅଧିକ ଭଲ ଫଳାଫଳ ପାଇବା ପାଇଁ ଅଁଳାକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ଖାଇବା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ।
ଗଟ୍ ହେଲ୍ଥ ପାଇଁ ଲାଭଦାୟକ:
ଫାଇବରରେ ଭରପୂର ଅଁଳା ଆମ ଗଟ୍ ହେଲ୍ଥ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । କୋଷ୍ଠକାଠିନ୍ୟ ଭଳି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ, ଆପଣ ଅଁଳା ଖାଇବା ଆରମ୍ଭ କରିପାରିବେ । ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ ଅଁଳାରେ ମିଳୁଥିବା ଉପାଦାନଗୁଡ଼ିକ ହୃଦୟର ସ୍ୱାସ୍ଥ୍ୟକୁ ସୁଦୃଢ଼ କରି ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା କମ କରିବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଏହା ବ୍ୟତୀତ ବ୍ଲଡ଼ ପ୍ରେସର୍ ଏବଂ କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଆପଣ ଅଁଳା ଖାଇପାରିବେ ।
ତ୍ୱଚା ଏବଂ କେଶ ପାଇଁ ବେଶ ଲାଭଦାୟକ:
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଁଳା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଏହା ବ୍ୟତୀତ, ଅଁଳା ଆପଣଙ୍କ କେଶର ସ୍ୱାସ୍ଥ୍ୟକୁ ବହୁତ ପରିମାଣରେ ଉନ୍ନତ କରିପାରିବ । ତଥାପି ପ୍ରତିଦିନ ଅଁଳା ସେବନ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
Also read: ଏହି ରୋଗୀମାନେ ଖାଆନ୍ତୁ ନାହିଁ ଅମୃତଭଣ୍ଡା, ନଚେତ୍ ହୋଇପାରେ ବଡ଼ କ୍ଷତି