ପିଆଜ ସହିତ ଲେମ୍ବୁ ମିଶାଇ ଖାଇବା କେତେ ଫାଇଦାଯୁକ୍ତ, ଜାଣନ୍ତୁ ଏହାକୁ ଖାଇବାର ସଠିକ୍ ଉପାୟ

ଆପଣମାନେ ଅଧିକାଂଶ ଖାଇବା ସମୟରେ ସାଲାଡ ନିଶ୍ଚିତ ଖାଉଥିବେ। ଆଉ ଏଥିରେ ନିଶ୍ଚିତ ଭାବେ ଲେମ୍ବୁ ଏବଂ ପିଆଜ ସାମିଲ ରହିଥିବ। କିନ୍ତୁ ଏକ୍ସପର୍ଟଙ୍କ ମୁତାବକ, କିନ୍ତୁ ଏହାକୁ ଖାଇବା ସହିତ ନୁହେଁ ବରଂ ଖାଇବା ପୂର୍ବରୁ ଖାଇଲେ ଅଧିକ ଫାଇଦା ପହଞ୍ଚିଥାଏ। ଏକ ଅଧ୍ୟୟନ ମୁତାବକ, ପିଆଜରେ ଥିବା ପ୍ରୋବାୟୋଟିକ ଇନୁଲିନ ଏବଂ Fructooligosaccharides ପେଟରେ ଥିବା ଭଲ ବ୍ଯାକ୍ଟେରିଆକୁ ବଢାଇଥାଏ ଏବଂ ଇମ୍ଯୁନ ସିଷ୍ଟମକୁ ଉନ୍ନତ କରିଥାଏ।

ପିଆଜରେ ଫାଇବର୍ସ ପ୍ରଚୁର ମାତ୍ରାରେ ରହିଥାଏ। କାଲେଷ୍ଟ୍ରଲ ଲେବଲକୁ କମ୍ କରିବା ସହିତ ଓଜନକୁ କମ୍ କରିବାରେ ସହାୟକ ହୋଇଥାଏ। ପିଆଜ ସହିତ ଲେମ୍ବୁ ମିଶାଇ ଖାଇବା ଦ୍ବାରା ସ୍ବାସ୍ଥ୍ଯ ପାଇଁ ଲାଭଦାୟକ ହୋଇଥାଏ। ପିଆଜ ସହିତ ଲେମ୍ବୁ ମିଶାଇ ଖାଇଲେ ହଜମ କ୍ରିୟା ଭଲ ହୋଇଥାଏ।

କିନ୍ତୁ ଅନେକ ଲୋକଙ୍କୁ ପିଆଜ ଲେମ୍ବୁର ମିଶ୍ରଣ ଖାଇବାକୁ ସୁଟ୍ କରିନଥାଏ। ଯଦି ଆପଣଙ୍କୁ ଏସିଡିଟି କିମ୍ବା Irritable Bowel Syndrome ସମସ୍ଯା ରହିଛି, ତେବେ ଆପଣଙ୍କୁ ଗ୍ଯାସ କିମ୍ବା ବ୍ଲୋଟିଂ ଭଳି ସମସ୍ଯା ଭୋଗିବାକୁ ପଡିଥାଏ। ତେଣୁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ଖାଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.