ସକାଳୁ ଉଠି ଖାଆନ୍ତୁ ଏହି ଗୋଟେ ଜିନିଷ, ପେଟ ଠିକ୍ ରହିବା ସହିତ ଦାନ୍ତ ହେବ ମଜବୁତ

ସୁସ୍ଥ ସ୍ବାସ୍ଥ୍ଯ ପାଇଁ ଖାଦ୍ଯପେୟ ମଧ୍ୟ ଠିକ୍ ହେବା ନିତାନ୍ତ ଜରୁରୀ। ଖାଇବା ପିଇବା ଠିକ୍ ହେଲେ ଶରୀରରେ ମେଟାବଲୋଜିମ ବଢିଥାଏ, ଯାହା ଯୋଗୁଁ ଶରୀର ଫିଟ୍ ରହିଥାଏ। ଏହିସବୁ ଜିନିଷ ମଧ୍ୟରେ ରାଶି ଅନ୍ଯତମ। ଆୟୁର୍ବେଦ ଅନୁସାରେ, ଭଜା ହୋଇଥିବା ରାଶି ଚୋବାଇ ଖାଇବା ଦ୍ବାରା ପେଟ ଭଲ ଭାବେ ସଫା ରହିଥାଏ। ଏହା ସହିତ ଦାନ୍ତ ମଧ୍ୟ ମଜବୁତ ହୋଇଥାଏ।

ଦାନ୍ତ ପାଇଁ କେବଳ ଦାନ୍ତ ସଫଳ କରିବା ଯଥେଷ୍ଟ ନୁହେଁ। ଦାନ୍ତ ଏବଂ ମାଢିକୁ ସୁସ୍ଥ ରଖିବା ପାଇଁ ଏହି ଜିନିଷ କରିବା ନିତାନ୍ତ ଆବଶ୍ଯକ। କ୍ଯାଲସିୟମ ଯୁକ୍ତ ଖାଇବା ଦ୍ବାରା ଦାନ୍ତ ଏବଂ ମାଢି ମଜବୁତ ହୁଏ। ସକାଳୁ ରାଶି ଚୋବାଇବା ଦ୍ବାରା ବିନା ପେଷ୍ଟରେ ଦାନ୍ତ ଘଷନ୍ତୁ।

rasi

ରାଶିରେ କ୍ଯାଲସିୟମ ଭରପୂର ମାତ୍ରାରେ ରହିଥାଏ, ଯାହା ଦାନ୍ତ ଏବଂ ମାଢି ସହିତ ଆଖପାଖରେ ହାଡ ମଧ୍ୟ ସୁରକ୍ଷିତ ହୋଇଥାଏ। ଏହା ଦାନ୍ତ ଏନାମେଲରେ ଜମା ହୋଇଥିବା ମଇଳାକୁ ସଫା କରିଥାଏ।

ସକାଳୁ ସକାଳୁ ଭଜା ରାଶି ଚୋବାଇବା ଦ୍ବାରା ଲିଭର ଏବଂ ପେଟ ଠିକ୍ ରହିଥାଏ ଏବଂ ପାଚନ ତନ୍ତ୍ରରେ ସୁଧାର ହୋଇଥାଏ। ରାଶି ଏକ ଚମତ୍କାରୀ ଆୟୁର୍ବେଦ ମଞ୍ଜି। ଏହା ହାଡ, ଦାନ୍ତ ଏବଂ କେଶକୁ ମଜବୁତ କରିବାରେ ସହାୟକ ହୋଇଥାଏ। ଶୁଖିଲା କାଶରୁ ମୁକ୍ତି ମଧ୍ୟ ଦେଇଥାଏ ରାଶି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.