ପ୍ରତିଦିନ ସକାଳେ ଖାଆନ୍ତୁ ପାଣିରେ ଭିଜାଯାଇଥିବା ଅଞ୍ଜିର, ମିଳିବ ଅନେକ ଫାଇଦା

ଶୀତଦିନେ ଡ୍ରାଏ ଫ୍ରୁଟ ଶରୀର ପାଇଁ ଖୁବ ଲାଭଦାୟୀ ହୋଇଥାଏ । ତେବେ କିଛି ଡ୍ରାଏଫୁଟ ଏମିତି ରହିଛି ଯାହା ବିଦେଶରୁ ଆମାଦାନୀ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଫାଇଦା ଯୋଗାଏ । ତେବେ ଏହାରି ମଧ୍ୟରେ ସବୁଠୁ ବେଷ୍ଟ ହେଉଛି ଅଞ୍ଜିର । ଆପଣମାନେ ଏହାର ନାଁ ହୁଏତ ପ୍ରଥମ ଥର ଶୁଣୁଥିବେ । କିନ୍ତୁ ଏହା ଶରୀରକୁ ପୋଷକତତ୍ତ୍ୱ ଯୋଗାଇବାରେ ସାହାଯ୍ୟ କରେ । ଡ୍ରାଏ ଫ୍ରୁଟସ୍ ମଧ୍ୟରେ ଅଞ୍ଜିର ଏକ ସୁପରଫୁଡ୍ । ଆପଣ ଅଞ୍ଜିରକୁ ଯେକୌଣସି ରୂପରେ ଯେପରିକି ଫଳ ଏବଂ ଡ୍ରାଏ ଫ୍ରୁଟସ୍ ଉଭୟ ଭାବରେ ଖାଇପାରିବେ । ଅଧିକାଂଶ ଲୋକ ଶୁଖିଲା ଅଞ୍ଜିର ଖାଇଥା’ନ୍ତି ।

ଶୁଖିଲା ଅଞ୍ଜିର ଖାଇବା ଦ୍ୱାରା ଏହା ଶୀଘ୍ର ନଷ୍ଟ ହୁଏ ନାହିଁ ଏବଂ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ମଧ୍ୟ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ପାଣିରେ ଭିଜାଯାଇଥିବା ଅଞ୍ଜିର ଖାଇବା ଦ୍ୱାରା ଏହାର ଲାଭ ଆହୁରି ବଢିଯାଏ । ପାଣିରେ ଭିଜା ହୋଇଥିବା ଅଞ୍ଜିର ପେଟ ଏବଂ ହଜମ ପାଇଁ ଲାଭଦାୟକ ହୋଇଥାଏ । ଯଦି ଆପଣ ଅଞ୍ଜିର ପାଣି ପିଅନ୍ତି, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅମୃତ ସଦୃଶ ହୋଇଯାଏ । ଅଞ୍ଜିର କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ଏସିଡ଼ିଟି ଦୂର କରି ଶରୀରକୁ ଶକ୍ତି ଯୋଗାଇଥାଏ । ଶାରୀରିକ ଦୁର୍ବଳତାକୁ ଦୂର କରିବା ପାଇଁ, ଆପଣ ପ୍ରତିଦିନ ପାଣିରେ ଭିଜାଇଥିବା ଅଞ୍ଜିର ଖାଇବା ଉଚିତ୍ । ତେବେ ଆସନ୍ତୁ ଏହାର ଫାଇଦା ବିଷୟରେ ଜାଣିବା ।

ପାଣିରେ ଭିଜାଯାଇଥିବା ଅଞ୍ଜିର ଖାଇବାର ଲାଭ:

ପାଣିରେ ଭିଜାଯାଇଥିବା ଅଞ୍ଜିର ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ । ଅଞ୍ଜିର ଫାଇବରରେ ଭରପୂର ହୋଇଥାଏ ଯାହା ପେଟ ସଫା କରିବାରେ ସାହାଯ୍ୟ କରିଥାଏ ଏବଂ ଓଜନ ମଧ୍ୟ ହ୍ରାସ କରିଥାଏ । ପାଣିରେ ଭିଜାଯାଇଥିବା ଅଞ୍ଜିରର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ କମିଯାଇଥାଏ । ଯେଉଁ କାରଣରୁ ଡାଇବେଟିସ ରୋଗୀମାନେ ମଧ୍ୟ ଅଞ୍ଜିର ଖାଇପାରିବେ । ହୃଦୟକୁ ସୁସ୍ଥ ରଖିବା ଏବଂ ବ୍ଲଡ଼ ସୁଗାର ଲେବଲ କମାଇବା ପାଇଁ ଅଞ୍ଜିରକୁ ପାଣିରେ ଭିଜାଇ ଖାଇବା ଉଚିତ୍ । ଏହିପରି, ପ୍ରତିଦିନ ୨ଟି ଅଞ୍ଜିର ଖାଇବା ଦ୍ୱାରା ହାଡକୁ ଶକ୍ତି ମିଳିଥାଏ । ଗର୍ଭବତୀ ମହିଳା ଏବଂ PMS ଏବଂ PCOD ରୋଗୀମାନେ ଅଞ୍ଜିର ଖାଇପାରିବେ ।

ଅଞ୍ଜିର ପାଣି ପିଇବାର ଲାଭ:

ଯଦି ଆପଣ ରାତିରେ ଅଞ୍ଜିରକୁ ପାଣିରେ ଭିଜାଇ ଦିଅନ୍ତି ଏବଂ ସକାଳେ ଅଞ୍ଜିର ଖାଇବା ପୂର୍ବରୁ ଅବଶିଷ୍ଟ ପାଣି ପିଅନ୍ତି, ତେବେ ଏହା ଆହୁରି ଅନେକ ଲାଭ ଦେଇଥାଏ । ଅଞ୍ଜିର ପାଣିରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଥାଏ । ଏହା ଗ୍ୟାସ ଏସିଡିଟିରୁ ମଧ୍ୟ ଆରାମ ପ୍ରଦାନ କରିଥାଏ । ଅଞ୍ଜିର ପାଣି ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଭିଜାଯାଇଥିବା ଅଞ୍ଜିର ଏବଂ ଏହାର ଜଳ ଅନ୍ତନଳୀ ପାଇଁ ଭଲ ବିବେଚନା କରାଯାଏ । ଅଞ୍ଜିର ପାଣି ମଧ୍ୟ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ତ୍ୱଚାକୁ ସୁସ୍ଥ ରଖିବା ଏବଂ ଷ୍ଟ୍ରେସରୁ ମୁକ୍ତି ପାଇବା ପାଇଁ ମଧ୍ୟ ଅଞ୍ଜିର ପାଣି ଲାଭଦାୟକ ହୋଇଥାଏ ।

ଗୋଟିଏ ଦିନରେ କେତେ ଅଞ୍ଜିର ଖାଇବା ଉଚିତ୍?

ଅଞ୍ଜିର ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଏବଂ ମିଠା ଡ୍ରାଏ ଫ୍ରୁଟ । କିନ୍ତୁ ଅନେକ ଲାଭ ସତ୍ତ୍ୱେ ଅଧିକ ଅଞ୍ଜିର ଖାଇବା ଦ୍ୱାରା ଏହାର ସାଇଡ୍ ଇଫେକ୍ଟସ୍ ମଧ୍ୟ ହୋଇପାରେ । ଆପଣ ଗୋଟିଏ ଦିନରେ ୨-୩ ରୁ ଅଧିକ ଅଞ୍ଜିର ଖାଇବା ଉଚିତ୍ ନୁହେଁ । ଅଧିକ ଅଞ୍ଜିର ଖାଇବା ଦ୍ୱାରା ରକ୍ତରେ ସୁଗାର ଲେବଲ ବୃଦ୍ଧି ପାଇଥାଏ ।

You might also like