ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ୫ଟି ପନିପରିବା, ଆଉ ପିନ୍ଧିବାକୁ ପଡ଼ିବନି ଚଷମା

ଏକ ବାଲାନ୍ସଡ୍ ଡାଏଟ୍ ଏବଂ ହେଲ୍ଦି ଲାଇଫଷ୍ଟାଇଲ୍ ସହିତ ଆପଣ ବି ଫିଟ୍ ରହିପାରିବେ । ଗତ କିଛି ବର୍ଷ ମଧ୍ୟରେ ଖରାପ ଲାଇଫଷ୍ଟାଇଲ ହେତୁ ଭାରତରେ ରୋଗୀ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୫୦-୬୦ ବର୍ଷ ପରେ ଶରୀରରେ ଦେଖାଯାଉଥିବା ରୋଗଗୁଡିକ ବର୍ତ୍ତମାନ ୩୦-୩୫ ବର୍ଷ ପରେ ଆରମ୍ଭ ହେଇଯାଉଛି । ଏଭଳି ପରିସ୍ଥିତିରେ ଆଜିକାଲି ନିଜ ଆଖିର ବିଶେଷ ଯତ୍ନ ନେବା ଉଚିତ ।

କମ୍ପ୍ୟୁଟର ଏବଂ ମୋବାଇଲର ଅତ୍ୟଧିକ ବ୍ୟବହାର ଆଖି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ପିଲାମାନଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଶକ୍ତି ବୟସ ପୂର୍ବରୁ ଦୁର୍ବଳ ହେବାରେ ଲାଗିଛି । ଇଲେକ୍ଟ୍ରୋନିକ୍ସ ଜିନିଷ ସହିତ ଘଣ୍ଟା ଘଣ୍ଟା ସମୟ ବିତାଇବା ଯୋଗୁଁ ଆଜିକାଲି ଲୋକଙ୍କୁ ଆଖିକୁ ବିଶ୍ରାମ ମିଳୁନାହିଁ । ଯାହା ଆଖିର ଚାପ ବଢ଼ାଇଥାଏ ।

ଏଥି ସହିତ ସୂର୍ଯ୍ୟଙ୍କ କ୍ଷତିକାରକ UV କିରଣ ମଧ୍ୟ ଆଖି ପାଇଁ କ୍ଷତିକାରକ ହୋଇଥାଏ । ଏପରି ପରିସ୍ଥିତିରେ ନିଜ ଡାଏଟର ବିଶେଷ ଯତ୍ନ ନିଅନ୍ତୁ । ଆପଣଙ୍କ ଖାଦ୍ୟରେ କିଛି ବିଶେଷ ପନିପରିବା ସାମିଲ କରି ଆପଣ ନିଜ ଦୃଷ୍ଟି ଶକ୍ତି ବଢ଼ାଇପାରିବେ ଏବଂ ଆଖିକୁ ସୁସ୍ଥ ରଖିପାରିବେ । ତେବେ ଆସନ୍ତୁ ସେହି ପନିପରିବା ଗୁଡ଼ିକ ବିଷୟରେ ଜାଣିବା ।

ଗାଜର- ଶୀତଦିନେ ଏପରି ଅନେକ ପନିପରିବା ଅଛି ଯାହା ଆଖି ପାଇଁ ଏକ ବରଦାନ ସଦୃଶ ହୋଇଥାଏ । ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିବା ପାଇଁ ପ୍ରତିଦିନ ୧-୨ ଗାଜର ଖାଆନ୍ତୁ । ଗାଜରରେ ଭିଟାମିନ୍ A ଏବଂ ବିଟା କାରୋଟିନ୍ ଥାଏ, ଯାହା ଦୃଷ୍ଟିଶକ୍ତିରେ ଉନ୍ନତି ଆଣିଥାଏ । ଏହା ଖାଇବା ଦ୍ୱାରା ଦୁର୍ବଳ ଆଖି ପୋଷଣ ପାଇଥାଏ । ତେଣୁ ଆପଣ ନିଜ ଆଖିକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଗାଜର ଖାଇବା ଜରୁରୀ ।

ବ୍ରୋକୋଲି- ଆଜିକାଲି ବଜାରରେ ଅତି ସହଜରେ ଫ୍ରେସ୍ ବ୍ରୋକୋଲି ମିଳିଯାଉଛି । ଆପଣ ନିଶ୍ଚିତ ଭାବରେ ଆପଣଙ୍କର ଖାଦ୍ୟରେ ବ୍ରୋକୋଲି ସାମିଲ କରିବା ଉଚିତ । ବ୍ରୋକୋଲି କେବଳ ଆଖି ପାଇଁ ନୁହେଁ ବରଂ ଶରୀର ପାଇଁ ମଧ୍ୟ ଏକ ସୁପରଫୁଡ୍ ଭାବରେ କାମ କରେ । ବ୍ଲୁ ଲାଇଟ୍ ଦ୍ୱାରା ହୋଇଥିବା କ୍ଷତିରୁ ଏହା ଆଖିକୁ ରକ୍ଷା କରେ । ବ୍ରୋକୋଲିରେ ଆଖିର ମାଂସପେଶୀକୁ ଶକ୍ତିଶାଳୀ କରୁଥିବା ଉପାଦାନଗୁଡ଼ିକ ପ୍ରଚୁର ପରିମାଣରେ ମିଳିଥାଏ ।

ଅଁଳା- ଭିଟାମିନ୍ C ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର, ଅଁଳା ଆଖି ପାଇଁ ବେଶ ଲାଭଦାୟୀ ବୋଲି ବିବେଚନା କରାଯାଏ । ଅଁଳା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ଭଲ ହୁଏ । ଶୀତଦିନେ ଆପଣ ପ୍ରତିଦିନ ୧ ଅଁଳା ଖାଇବା ଜରୁରୀ । ଅଁଳା ରେଟିନା ଏବଂ ଲେନ୍ସକୁ ଫ୍ରି ରେଡିକାଲ୍ସରୁ ରକ୍ଷା କରିଥାଏ । ଏହା ଆଖିକୁ ଷ୍ଟ୍ରେସରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

କ୍ୟାପସିକମ୍- କ୍ୟାପସିକମ୍ ମଧ୍ୟ ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିବା ପାଇଁ ଏକ ଭଲ ପରିବା । ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । ସେଥିରେ ପ୍ରଚୁର ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ସେହିଭଳି କ୍ୟାପସିକମରେ ଭିଟାମିନ୍ C ଥାଏ । ଯାହା ଆଖିର ଟିସୁଜ୍ ନଷ୍ଟ ହେବାକୁ ରୋକିଥାଏ ।

ପାଳଙ୍ଗ- ଆପଣ ପ୍ରତିଦିନ କିଛି ପାଳଙ୍ଗ ପତ୍ର ମଧ୍ୟ ଖାଇବା ଜରୁରୀ । ଯଦି ଆପଣ ଚାହାଁନ୍ତି, ଆପଣ କଞ୍ଚା କିମ୍ବା ସିଝା ପାଳଙ୍ଗ ଖାଇପାରିବେ । ଆପଣ ଏହାକୁ ଯେକୌଣସି ପନିପରିବା କିମ୍ବା ସୁପ୍ ରେ ମିଶାଇ ପିଇପାରିବେ । ଦୃଷ୍ଟି ଶକ୍ତିରେ ଉନ୍ନତି ପାଇଁ ପାଳଙ୍ଗ ବେଶ ଲାଭଦାୟୀ ହୋଇଥାଏ । ଏହିପରି ଅନେକ ପୋଷକ ତତ୍ତ୍ୱ ପାଳଙ୍ଗରୁ ମିଳିଥାଏ ଯାହା ଆଖିକୁ ରୋଗରୁ ରକ୍ଷା କରିଥାଏ ।