ଲାଇଫ୍ ଷ୍ଟାଇଲ୍

ଶୀତଦିନରେ ଫିଟ୍ ଓ ସୁସ୍ଥ ରହିବା ପାଇଁ ନିୟମିତ ଖାଆନ୍ତୁ ଏହିସବୁ ଜିନିଷ, ମିଳିବ ଲାଭ

ଶୀତଦିନ ଆରମ୍ଭ ହେବା ମାତ୍ରେ ଥଣ୍ଡା, କାଶ, ନାକ ବୋହିବା, ଏବଂ ଜ୍ବର ଭଳି ସମସ୍ୟା ଆରମ୍ଭ ହୋଇଯାଇଥାଏ। ଋତୁ ପରିବର୍ତ୍ତନର ପ୍ରଭାବ ସର୍ବପ୍ରଥମେ ଛୋଟ ପିଲା ଏବଂ ବୟସ୍କମାନଙ୍କ ଉପରେ ପଡ଼ିଥାଏ। ଏହି ଋତୁରେ ହେଉଥିବା ସାଧାରଣ ରୋଗରୁ ବଞ୍ଚିବା ପାଇଁ ଏବଂ ଶୀତ ଋତୁରେ ଫିଟ୍ ଓ ସୁସ୍ଥ ରହିବା ପାଇଁ ଆପଣଙ୍କୁ କିଛି ଜିନିଷ ନିୟମିତ ଖାଇବାକୁ ପଡ଼ିଥାଏ। ଏହି ଋତୁରେ ମିଳୁଥିବା ସମସ୍ତ ଜିନିଷ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

ଅଁଳା : ଅଁଳା ଭିଟାମିନ୍ ସି ଭରପୂର ଥାଏ। ଅଁଳାରେ ବିଭିନ୍ନ ପୋଷକ ତତ୍ତ୍ବ ରହିଥାଏ ଯାହା ଶୀତଦିନେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ୍ ସି ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରର କ୍ଷତିକାରକ ଉପାଦାନକୁ ବାହାରକୁ ବାହାର କରିଥାଏ। ଅଁଳା ଖାଇବା ଦ୍ବାରା ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରହିଥାଏ ଏବଂ ଆନିମିଆ ମଧ୍ୟ ହୋଇନଥାଏ।

ଥଣ୍ଡାକାଶର ମହୈାଷଧି ଗାଜର: ଗାଜରରେ ଭିଟାମିନ୍ ଏବଂ ମିନେରାଲ ପ୍ରଚୁର ମାତ୍ରାରେ ରହିଥାଏ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି, ସି, ଏବଂ କ୍ୟାଲସିୟମ୍ ଥାଏ ଯାହା ଶୀତଦିନରେ କୋଲେଷ୍ଟ୍ରୋଲର ସ୍ତରକୁ ବଢ଼ିବାକୁ ଦେଇନଥାଏ। ପ୍ରତିଦିନ ଗାଜର ଜୁସ୍ ପିଇବା ଦ୍ବାରା ଥଣ୍ଡାକାଶ ହୋଇନଥାଏ। ଗାଜରର ରସ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଯାହା ଆପଣଙ୍କୁ ଜୀବାଣୁ ଏବଂ ବ୍ୟାକ୍ଟେରିଆରୁ ବଞ୍ଚାଇଥାଏ।

ପାଳଙ୍ଗ ଶାଗର ଜୁସ୍ ଅତ୍ୟନ୍ତ ଲାଭଦାୟକ: ସବୁଜ ପତ୍ରରେ ଭରା ପାଳଙ୍ଗ ଶାଗ ସବୁଠୁ ଲାଭଦାୟକ। ଏଥିରେ ପ୍ରୋଟିନ୍, ଭିଟାମିନ୍, ଆଇରନ୍ ରହିଛି। ତରକାରୀ ସହ ପାଳଙ୍ଗର ଜୁସ୍ ପିଇବା ଦ୍ବାରା ଶରୀରରେ ପାଣିର ଅଭାବ ପୂରଣ ହୋଇଥାଏ। ପାଳଙ୍ଗ ଶାଗକୁ ଆପଣ ତରକାରୀ କରି ମଧ୍ୟ ଖାଇପାରିବେ।

ଶୀତଦିନେ ସବୁଠୁ ଉପଯୋଗୀ ଫଳ ପାଣିସିଙ୍ଗଡ଼ା: ପାଣିସିଙ୍ଗଡ଼ା ସାଇଟ୍ରିକ୍ ଏସିଡ, ଏମିଲୋଜ, ପ୍ରୋଟିନ୍, ଫ୍ୟାଟ୍, ନିକୋଟେନିକ୍ ଏସିଡ୍, ରିବୋଫ୍ଲାମିନ୍, ଥାୟାମିନ୍, ଭିଟାମିନ୍ ସି , ଭିଟାମିନ୍ ଏ, ମାଙ୍ଗାନିଜ ଆଦି ରହିଥାଏ।

ଶରୀରରେ ରକ୍ତ ବୃଦ୍ଧି କରିଥାଏ ବିଟ୍: ବିଟ୍ ଶରୀରରେ ରକ୍ତ ବଢ଼ାଇଥାଏ। ଲୌହ ବ୍ୟତୀତ ବିଟରେ ଭିଟାମିନ୍ ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ। ଆହୁରି ମଧ୍ୟ ଏଥିରେ ସୋଡିୟମ୍, ପୋଟାସିୟମ୍, ଫସଫରସ୍, କ୍ଲୋରିନ୍, ଆୟୋଡିନ୍ ଏବଂ ଆଇରନ୍ ଥାଏ।

Swagatika

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

1 hour ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

3 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

3 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

3 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

5 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

5 hours ago