ମାନସିକ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ନିୟମିତ ଖାଆନ୍ତୁ ଏହି ଉତ୍ତମ ଖାଦ୍ୟ

ବର୍ତ୍ତମାନର ପରିସ୍ଥିତି ଯାହା ସେଥିରେ ମାନସିକ ଚାପ ବଢ଼ିବା ସ୍ୱାଭାବିକ । ମାନସିକ ସମସ୍ୟା ବଢ଼ିଲେ ମନୋବିଦ୍‌ଙ୍କ ପରାମର୍ଶ ନେବାକୁ ହେବ । ତେବେ ଘରୋଇ ପଦ୍ଧତିରେ ମାନସିକ ଚାପକୁ କେତେକାଂଶରେ କମାଇ ହେବ । ସାଧାରଣତଃ ଆମ ରୋଷେଇ ଘରେ ମହଜୁଦ ରହୁଥିବା କିଛି ଖାଦ୍ୟ ସାମଗ୍ରୀରେ ରହିଛି ଏମିତି କେତୋଟି ଉପାଦାନ ଯାହା ମନକୁ ଶାନ୍ତ କରିବାରେ ସହାୟକ ହୋଇପାରିବ ।

କନ୍ଦମୂଳ
ମାନସିକ ଚାପର ବଡ଼ କାରଣ କର୍ଟିସଲ ହରମୋନର ନିଃସରଣ । ମିଠା ଆଳୁ ବା କନ୍ଦମୂଳ ଏହି ହରମୋନ ନିଃସରଣର ପରିମାଣ କମ୍‌ କରିଥାଏ ଯାହାଦ୍ୱାରା ମନ ଭଲ ରହେ ।

eggs

ଅଣ୍ଡା
ବିଭିନ୍ନ ପ୍ରକାରର ପୁଷ୍ଟିକର ଉପାଦାନ ରହିଛି ଏଥିରେ । ଏହା ସହିତ ଅଛି କୋଲାଇନ ବୋଲି ଏକ ଉପାଦାନ । ଏହା ମସ୍ତିଷ୍କର ସ୍ୱାସ୍ଥ୍ୟ ଭଲ ରଖେ । ମାନସିକ ଚାପ କମ କରେ ।

ସାମୁଦ୍ରିକ ମାଛ
ସାମୁଦ୍ରିକ ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ୍‌ ଏବଂ ଭିଟାମିନ ଡି ଥାଏ । ଏହି ଦୁଇଟି ମଧ୍ୟ ମାନସିକ ଚାପ କମାଇବାରେ ସାହାଯ୍ୟ କରେ ।

ରସୁଣ
ବହୁ ଗବେଷଣାରୁ ପ୍ରମାଣିତ ରସୁଣର ବେଶ୍‌ କିଛି ଉପାଦାନ ଉଦବେଗ ଏବଂ ଅବସାଦରୁ ମନକୁ ଦୂରରେ ରଖେ ।

ବ୍ରକୋଲି
ଏଥିରେ ସଲଫୋରାଫେନ ନାମକ ଉପାଦାନ ରହିଛି ଯାହାକି ଅବସାଦ ନିୟନ୍ତ୍ରଣ ତଥା ମନ ଶାନ୍ତ ରଖିବାରେ ସହାୟକ ହୋଇଥାଏ ।

chana

 

କାବୁଲି ଚଣା
ଏହା ଖାଇବାକୁ କେବଳ ସୁସ୍ୱାଦୁ ନୁହେଁ । ଏହା ମସ୍ତିଷ୍କ ପାଇଁ ମଧ୍ୟ ଉପକାରୀ । ଏହାର ଏଲ୍‌-ଟ୍ରିପଟୋଫନ୍‌ ନାମକ ଉପାଦାନ ମନ ଭଲ ରଖିଥାଏ ।

ବ୍ଲୁବେରି
ଆଜିକାଲି ଅନଲାଇନ୍‌ରେ ବ୍ଲୁବେରି ବିକ୍ରି ହେଉଛି । ବଡ଼ ବଡ଼ ଡିପାର୍ଟମେଣ୍ଟାଲ୍‌ ଷ୍ଟୋରରେ ବ୍ଲୁ ବେରି ମିଳୁଛି । ସାରା ଦିନରେ ମାତ୍ର କେତୋଟି ବ୍ଲୁବେରି ମନକୁ ତାଜା ରଖିପାରେ । ଏହାର ଫ୍ଲାଭୋନଏଡ୍‌ନାମକ ଆଣ୍ଟିଅକ୍ସିଡାଣ୍ଟ ଅଳ୍ପ ସମୟ ମଧ୍ୟରେ ମନ ଭଲ କରିଦିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.