ନର୍ମାଲ ଡେଲିଭରି ପାଇଁ ଗର୍ଭାବସ୍ଥାର ୯ମ ମାସରେ ଖାଆନ୍ତୁ ଏହି ଜିନିଷ, ପ୍ରସବ ବେଳେ ଆଦୌ ହେବନି କଷ୍ଟ

ମହିଳାଙ୍କ ଜୀବନରେ ପୂର୍ଣ୍ଣତା ଆଣେ ମାତୃତ୍ୱ। ମାତୃତ୍ୱ ଲାଭ କରିବା ପରେ ଜଣେ ମହିଳାଙ୍କ ଜୀବନ ସମ୍ପୂର୍ଣ୍ଣ ହୋଇଥାଏ। ମା’ ହେବା ମହିଳାଙ୍କ ପାଇଁ ଏକ ଆଶୀର୍ବାଦ। ପ୍ରତ୍ୟେକ ମହିଳା ସନ୍ତାନ ସୁଖ ପାଇବାକୁ ଚାହିଁଥାନ୍ତି। ଏହା ଏକ ସୁଖଦ ଅନୁଭବ। ତେବେ ଗର୍ଭାବସ୍ଥାରେ ସବୁ ମା’ଙ୍କର ଗୋଟିଏ ଚିନ୍ତା ରହିଥାଏ ଯେ ତାଙ୍କ ଡେଲିଭରି ଯେମିତି ନର୍ମାଲ ହେଉ। ଅପରେସନ୍‌ ବା ସି ସେକ୍ସନ୍‌ କରିବାକୁ କେହି ବି ପସନ୍ଦ କରିନଥାନ୍ତି। କାରଣ ଅପରେସନ୍‌ ପରେ ସାରା ଜୀବନ ମହିଳାଙ୍କ ଅଣ୍ଟା ଓ ପିଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ତେବେ ଯଦି ଆପଣ ଏବେ ଗର୍ଭବତୀ ଅଛନ୍ତି କିମ୍ବା ଆପଣଙ୍କର କେହି ବନ୍ଧୁ ଗର୍ଭବତୀ ଅଛନ୍ତି ଓ ନର୍ମାଲ ଡେଲିଭରି ଚାହୁଁଛନ୍ତି, ତେବେ କେତେକ ଖାସ୍‌ ଉପାୟ ଆପଣାନ୍ତୁ। ଏହି ଉପାୟ ଆପଣାଇଲେ ଆପଣଙ୍କ ଡେଲିଭରି ଆରାମରେ ହୋଇପାରିବ। ଆସନ୍ତୁ ଜାଣିବା ନର୍ମାଲ ପ୍ରସବ ପାଇଁ କେମିତି ନିଜକୁ ପ୍ରସ୍ତୁତ କରିବେ…

ହାଇଡ୍ରେଟେଡ୍‌ ରଖନ୍ତୁ:

ନର୍ମାଲ ଡେଲିଭରି ଚାହୁଁଥିଲେ ନିଜକୁ ହାଇଡ୍ରେଟେଡ୍‌ ରଖନ୍ତୁ। ଏଥିପାଇଁ ଗର୍ଭାବସ୍ଥାରେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଏହା ଦ୍ୱାରା ଛୁଆର ବିକାଶ ସମ୍ବନ୍ଧୀୟ ଆବଶ୍ୟକତା ପୂରଣ ହେବ

ଷ୍ଟ୍ରେଚିଂ କରନ୍ତୁ:

ନର୍ମାଲ ଡେଲିଭରି ପାଇଁ ଗର୍ଭବତୀ ମହିଳା ନିୟମିତ ଷ୍ଟ୍ରେଚିଂ କରନ୍ତୁ। ଏହା ଦ୍ୱାରା ନର୍ମାଲ ଡେଲିଭରିର ଚାନ୍ସ ଅଧିକ ବଢ଼ିଯାଏ।

ବ୍ୟାୟାମ କରନ୍ତୁ:

ଗର୍ଭାବସ୍ଥାରେ ନିୟମିତ ଏକ୍ସରସାଇଜ୍‌ କରିବା ଦ୍ୱାରା ନର୍ମାଲ ଡେଲିଭରିର ସମ୍ଭାବନା ବଢ଼ିଯାଏ। ଏଥିପାଇଁ ଆପଣ ଓ୍ଵାକିଂ, ଜଗିଂ ଆଦି କରିପାରିବେ। ଏହା ବ୍ୟତୀତ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ମଧ୍ୟ ଆଉ କିଛି ବ୍ୟାୟାମ କରିପାରିବେ।

ଖଜୁରୀ ଖାଆନ୍ତୁ:

ନର୍ମାଲ ଡେଲିଭରି ଚାହୁଁଥିଲେ ପ୍ରେଗନାନ୍ସିର ୯ମ ମାସଠାରୁ ଖଜୁରୀ ଖାଇବା ଆରମ୍ଭ କରନ୍ତୁ। ଆପଣ କ୍ଷୀର ସହ ଖଜୁରୀ ସେବନ କରିପାରିବେ। ଏହା ଦ୍ୱାରା ମାଂସପେଶୀ ଦୁର୍ବଳ ହୋଇନଥାଏ।

ମସାଜ୍‌:

ଗର୍ଭାବସ୍ଥାର ୭ମ ମାସ ପରେ ମହିଳାମାନେ ଶରୀର ତଳ ଅଂଶକୁ ମାଲିସ କରିବା ଆରମ୍ଭ କରନ୍ତୁ। ଏହା ଦ୍ୱାରା ନର୍ମାଲ ଡେଲିଭରିର ସମ୍ଭାବନା ବଢ଼ିଯାଏ।

Leave A Reply

Your email address will not be published.