କଣ ଆପଣ ମଧ୍ୟ ଦୈନିକ ବିଳମ୍ବିତ ରାତିରେ ଖାଉଛନ୍ତି ଖାଦ୍ଯ, ତେବେ ସାବଧାନ ପରିଣାମ ହୋଇପାରେ ଭୟାନକ

ଆଜିକାଲିର ବ୍ଯସ୍ତବହୁଳ ଜୀବନ ମଧ୍ୟରେ ପ୍ରାୟ ପ୍ରତ୍ଯେକ ବ୍ଯକ୍ତିଙ୍କ ଜୀବନଶୈଳି ପୂର୍ବପେକ୍ଷା ବହୁତ ବଦଳି ଯାଇଛି। ଏପରିକି ବିଳମ୍ବିତ ରାତି ପର୍ଯ୍ଯନ୍ତ  ନଶୋଇ ଲ୍ଯାପଟପ ଏବଂ ମୋବାଇଲରେ ବସି କାମ କରିଥାନ୍ତି ସମସ୍ତ ବ୍ଯକ୍ତି। ଯାହାଫଳରେ ଦୈନନ୍ଦିନ ଜୀବନର ପ୍ରତ୍ଯେକ କାର୍ଯ୍ଯର ସମୟ କିଛି ଠିକ୍ ରହିନଥାଏ।  ଖାଇବା ପିଇବାର ମଧ୍ୟ କୌଣସି ସମୟ ସୀମା ରହିନଥାଏ। ଯାହା ଫଳରେ ଅନେକ ରୋଗର ସାମ୍ନା କରିବାକୁ ପଡ଼ିଥାଏ।

 

ପୁରାତନ କାଳରେ ଲୋକ ସକାଳୁ ଶୀଘ୍ର ଉଠିବା ସହ ରାତିରେ ଶୀଘ୍ର ଶୋଉଥିଲେ। ଯାହା ଫଳରେ ତାଙ୍କ ଦୈନନ୍ଦିନ ଜୀବନରେ ସମସ୍ତ କାମ ସଠିକ୍ ସମୟରେ ହେବା ସହ ଶରୀର ମଧ୍ୟ ସୁସ୍ଥ ରହୁଥିଲା। କିନ୍ତୁ ଏବେ ପ୍ରାୟ ସମସ୍ତ ବ୍ଯକ୍ତି ବିଳମ୍ବିତ ରାତିରେ ଅଥବା ବିନା ଖାଦ୍ଯଖାଇ ଶୋଉଛନ୍ତି। ଯାହାଫଳରେ ଖାଇବା ସମୟ ବଦଳିବା ସହ ବିଭିନ୍ନ ପ୍ରକାର ରୋଗବ୍ଯଧିର ସାମ୍ନା ହେବାକୁ ପଡ଼ୁଛି। ସୁସ୍ଥ ଜୀବନ ପାଇଁ ସଠିକ୍ ସମୟ ଖାଇବା ସହ ଦୈନନ୍ଦିନ କାର୍ଯ୍ଯ ସମସ୍ତ ସଠିକ୍ ସମୟରେ କରିବା ଉଚିତ୍। ଆସନ୍ତୁ ଜାଣିବା ରାତି ସମୟରେ ବିଳମ୍ବରେ ଖାଦ୍ଯ ଗ୍ରହଣ କରିବା ଦ୍ବାରା କେଉଁ ଅସୁବିଧା ଭୋଗିବାକୁ ପଡ଼ିଥାଏ।

-ବିଳମ୍ବିତ ରାତିରେ ଖାଦ୍ଯ ଗ୍ରହଣ କରିବା ଦ୍ବାରା ତାହା ସଠିକ୍ ଭାବେ ହଜମ ହେଇନଥାଏ। ଯାହା ଫଳରେ କୋଲେଷ୍ଟ୍ରଲ ବଢ଼ିବା ସହ ହୃଦରୋଗ ଆଦିର ସମସ୍ଯା ଦେଖାଦେଇଥାଏ। ଏହା ଛଡ଼ା ମୋଟାପଣ ବଢ଼ିବାର ଏକ ମୁଖ୍ଯ କାରଣ ହେଉଛି ବିଳମ୍ବରେ ରାତିରେ ଖାଇବା।

-ଖାଇବା ବିଳମ୍ବରେ ଗ୍ରହଣ କରିବା ଦ୍ବାରା ସଠିକ୍ ଭାବେ ନିଦ ହୋଇନଥାଏ। ଯାହାଦ୍ବାରା ଦିନ ତମାମ୍ ଥକା ଅନୁଭବ ହୋଇଥାଏ। ଏଣୁ ଯଦି ଥକା ଏବଂ ଚିନ୍ତା ମୁକ୍ତ ଜୀବନ ଚାହୁଁଛନ୍ତି ତେବେ ସଠିକ୍ ସମୟରେ ଖାଦ୍ଯ ଗ୍ରହଣ କରନ୍ତୁ।

-ଖାଇବା ପରେ ଭୁଲରେ ମଧ୍ୟ କୌଣସି କାମ କରନ୍ତୁ ନାହିଁ। ଏହା ଦ୍ବାରା ତାହାକୁ ହଜମ ପାଇଁ ସମୟ ମିଳିନଥାଏ। ଯାହା ଫଳରେ ରକ୍ତଚାପ ବଢ଼ିବା ଏବଂ କମିବା ଆଦି ସମସ୍ଯାର ସମ୍ମୁଖିନ ହେବାକୁ ପଡ଼ିଥାଏ।

-ଖାଇବା ପରେ ସାଧାରଣତଃ ବ୍ଯକ୍ତି ମିଠା ଖାଇବାକୁ ପସନ୍ଦ କରନ୍ତି। ଯାହା ଫଳରେ ମଧୁମେହ ଆଦିର ସମସ୍ଯା ଦେଖାଯାଇଥାଏ। ଏଣୁ ରାତିରେ ସଠିକ୍ ସମୟରେ ଖାଇବା ସହ ଏହାପରେ କିଛି ସମୟ ଚଲାବୁଲା ଅଭ୍ଯାସ ମଧ୍ୟ ରଖନ୍ତୁ।

-ଖାଇବାର ସମୟ ବଦଳିବା ମାତ୍ରେ ସଠିକ ପରିମାଣର ନିଦ ହୋଇନଥାଏ। ଯାହା ଫଳରେ ବିରକ୍ତିଭାବ ଜାତ ହେବା ସହ ମାନସିକ ବିରକ୍ତିଭାବ ଦେଖାଯାଇଥାଏ। ଏଣୁ ସଠିକ୍ ପରିମାଣର ସବୁବେଳେ ଖାଇବା ସହ ଶୋଇବାକୁ ଚେଷ୍ଠା କରନ୍ତୁ।

KNews Bureau

Recent Posts

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

15 mins ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

31 mins ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

42 mins ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

2 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

2 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

3 hours ago