ଅଧିକ ମାତ୍ରାରେ ଡାଲି ଖାଆନ୍ତୁ ନାହିଁ; ହୋଇପାରେ ଗମ୍ଭୀର କ୍ଷତି! କିଡ୍‌ନୀ ଉପରେ ପଡ଼ିପାରେ ପ୍ରଭାବ

ହାଇ କ୍ୱାଲିଟି ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଡାଲି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅଧିକାଂଶ ଘରେ ପ୍ରତ୍ୟେକ ଦିନ ଡାଲି ସେବନ କରାଯାଇଥାଏ। ଡାକ୍ତରଙ୍କ ଅନୁସାରେ, ଡାଲି ଭିଟାମିନ୍ସ, ମିନେରାଲ୍ସ ଏବଂ ଫାଇବରରେ ଭରପୂର ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ଏଲ୍‌ଡିଏଲ୍‌ ଅର୍ଥାତ୍ ଖରାପ କୋଲେଷ୍ଟ୍ରୋଲ ସ୍ତରକୁ କମ୍‌ କରିବାରେ ସାହାଯ୍ୟ ମିଳିଥାଏ। ଏହାଦ୍ୱାରା ହୃଦୟ ରୋଗର ଆଶଙ୍କା କମି ଯାଇଥାଏ। ଏମିତିରେ ଡାଲି ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ପ୍ରମାଣିତ ହୋଇଥାଏ, କିନ୍ତୁ ଅନେକ ବାର ହେଲ୍‌ଦି ଜିନିଷ ବି ଯଦି ଅଧିକ ମାତ୍ରାରେ ଖିଆଯାଏ, ତା’ ହେଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଖବର ଅନୁସାରେ, ଅଧିକ ପରିମାଣର ଡାଲି ଖାଇଲେ ଶରୀରକୁ କ୍ଷତି ପହଞ୍ଚାଇ ପାରେ। ଆସନ୍ତୁ ଜାଣିବା କି, ଅଧିକ ଡାଲି ଖାଇବା ଦ୍ୱାରା କେଉଁ ପ୍ରକାରର ସମସ୍ୟା ଦେଖାଦେଇ ପାରେ।

-ଯଦି ଆପଣ ଅଧିକ ପରିମାଣରେ ଡାଲି ସେବନ କରୁଛନ୍ତି, ତା’ ହେଲେ ଏହାର ସିଧା ପ୍ରଭାବ ଆପଣଙ୍କ କିଡନୀ ଉପରେ ପଡ଼ିପାରେ। ଅଧିକ ଡାଲି ଖାଇବା ଦ୍ୱାରା କିଡନୀରେ ଷ୍ଟୋନ ହୋଇପାରେ।

-ଅଧିକ ଡାଲି ଖାଇବା ଦ୍ୱାରା ପେଟ ସମସ୍ୟା ଦେଖା ଦେଇପାରେ। ଖାଦ୍ୟରେ ଅଧିକ ମାତ୍ରାରେ ଡାଲି ସାମିଲ କରିବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇପାରେ। ଏହା ବ୍ୟତୀତ ଅନେକ ଲୋକଙ୍କୁ ଡାଲି ଖାଇଲେ ଏସିଡିଟି ମଧ୍ୟ ହୋଇଥାଏ।

-ଆପଣଙ୍କୁ କହି ରଖୁଛୁ କି, ଅଧିକ ମାତ୍ରାରେ ଡାଲି ସେବନ ଦ୍ୱାରା ଶରୀରକୁ ଡିଟକ୍ସିଫାଇ କରିବାରେ ସମସ୍ୟା ହୋଇଥାଏ। ଅଧିକ ଡାଲି ଖାଇଲେ ଶରୀରର ବିଷାକ୍ତ ପଦାର୍ଥ ବାହାରି ପାରେ ନାହିଁ ଏବଂ ଏହା ବହୁତ କ୍ଷତିକାରକ ପ୍ରମାଣିତ ହୋଇପାରେ।

-ଡାଲିରେ ଅତ୍ୟଧିକ ମାତ୍ରାରେ ପ୍ରୋଟିନ୍ ଥାଏ। ଏମିତିରେ ଯଦି ଆପଣ ନିଜ ଡାଏଟ୍‌ରେ ଅଧିକ ପ୍ରୋଟିନ୍ ସେବନ କରୁଛନ୍ତି, ତ ଏହା ଶରୀରର ଓଜନକୁ ଶୀଘ୍ର ବଢ଼ାଇଥାଏ। ଶରୀରର ଓଜନ ବଢ଼ିବା ଦ୍ୱାରା ଅନେକ ପ୍ରକାର ଗମ୍ଭୀର ରୋଗ ମଧ୍ୟ ମାଡ଼ି ବସିଥାଏ।

-ଅଧିକ ଡାଲି ଖାଇଲେ ଅନ୍ତଃନଳୀ ସହ ଜଡିତ ସମସ୍ୟା ଯେପରି ଅପଚ, ବଦହଜ୍‌ମୀ, ଡିହାଇଡ୍ରେସନ, ଥକ୍କାପଣ, ବାନ୍ତି, ଚିଡ଼ିଚିଡ଼ାପଣ ଅନୁଭବ ହେବା, ମୁଣ୍ଡବିନ୍ଧା, ଡାଇରିଆ ଆଦି ଦେଖା ଦେଇପାରେ।

-ଯଦି କୌଣସି ବ୍ୟକ୍ତିଙ୍କୁ ଆଣ୍ଠୁଗଣ୍ଠି ବାତ ରୋଗ ଅଛି, ତ ସେ ଡାକ୍ତରଙ୍କ ପରାମର୍ଶ ବିନା ଡାଲି, ବିନ୍ସ ଆଦି ଖାଇବା ଉଚିତ୍ ନୁହେଁ। କାହିଁକି ନା, ଡାଲିରେ ପ୍ୟୁରିନର ମାତ୍ରା ଅଧିକ ରହିଛି, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.