ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ, ଖାଆନ୍ତୁ ଭଜା ଅଦା
![ginger](https://knewsodisha.com/wp-content/uploads/2024/12/ginger.jpg)
ବହୁତ ପ୍ରକାରର ମସଲା ଜାତୀୟ ଦ୍ରବ୍ୟ ରହିଛି । ସେଥି ମଧ୍ୟରୁ ଅଦା ହେଉଛି ଅନ୍ୟତମ । ଆମିସ ହେଉକି ନାରିମିଶ ସବୁଥିରେ ଆବଶ୍ୟକ ଅଦା । ଏହା ଖାଲି ତରକାରୀ ମସଲା ପାଇଁ ନୁହେଁ ବରଂ ଅନେକ ଔଷଧୀୟ ଗୁଣ ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । ସାଧାରଣ ଭାବରେ ଆମର ଯେ.ତବେଳେ ପେଟ କାଟିଥାଏ ଆମେ ସଙ୍ଗେ ସଙ୍ଗେ ଅଦାକୁ ଲୁଣ ସହ ଚୋବାଇ ଖାଇଥାନ୍ତି ଯା ଫଳରେ ଆମର ଯେଟ ଯନ୍ତ୍ରଣା ବହୁତ ଶୀଘ୍ର ଛାଡିଯାଇଥାଏ । କାହିଁ କେଉଁ ଯୁଗରୁ ଆର୍ଯ୍ୟୁବେଦ ଏବଂ ଘରୋଇ ଉପଚାରରେ ଅଦାକୁ ବ୍ୟବହାର କରାଯାଇ ଆସୁଛି । ଅଦାର ଔଷଧୀୟ ଗୁଣ ପ୍ରାୟ ସମସ୍ତଙ୍କୁ ଜଣା । କିନ୍ତୁ ଯଦି ଆମେ ଅଦାକୁ ଭାଜିକି ଖାଇବା ତେବେ ଏହାର ଔଷଧୀୟ ଗୁଣ ଆହୁରି ବଢ଼ିଯାଇଥାଏ । ଆପଣ ବି ଏହାର ଚମତ୍କାରିତା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ଅଦାକୁ ଭାଜିକି ଖାଇବା ଦ୍ୱାରା ଆମ ଶରୀରରେ କ’ଣ ଲାଭ ହୋଇଥାଏ ।
ଅଦାକୁ ଭାଜିକି ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏହା କେବଳ ଶରୀରକୁ ରୋଗରୁ ରକ୍ଷା କରିଥାଏ ତାହା ନୁହେଁ ବରଂ ଆପଣଙ୍କ ଶରୀରକୁ ପ୍ରାକୃତିକ ରୁପରେ ମଜବୁତ କରିଥାଏ ଏବଂ ଶକ୍ତିଶାଳୀ ମଧ୍ୟ କରିଥାଏ । ଏହାସହ ଶରୀରକୁ ଅନେକ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା ସେହି ଫାଇଦାଗୁଡିକ ବିଷୟରେ ।
୧. ହଜମ ପ୍ରକ୍ରିୟାରେ ଉନ୍ନତି :
ଭଜା ଅଦା ହଜମ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହା ପେଟର ଗ୍ୟାସ୍, ଏସିଡିଟି ଏବଂ ହଜମ ଜନିତ ସମସ୍ୟା ଦୂର କରିଥାଏ । ଖାଦ୍ୟ ହଜମ ହେଉନଥିଲେ ଆପଣ ଭଜା ଅଦାକୁ ଖାଇପାରିବେ । ଏହାକୁ ଖାଇବାରେ କିଛି ଅସୁବିଧା ହୋଇ ନଥାଏ ଏବଂ ଏହାସହ ଏହାର ସାଇଡ ଇଫେକ୍ଟ ମଧ୍ୟ କିଛି ନଥାଏ । ଯାହା ଶରୀର ପାଇଁ ବହୁତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି ।
୨. ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରେ :
ଅଦାରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟି- ଇନଫ୍ଲୋମେଟୋରୀ ଗୁଣ ମିଳିଥାଏ । ଯାହା ଇମ୍ୟୁନିଟି ସିଷ୍ଟମକୁ ମଜମୁତ କରିବାରେ ସାହାଯ୍ୟ କରିଥାଏ । ଭଜା ଅଦା ଖାଇବା ଦ୍ୱାରା ଥଣ୍ଡା-କାଶ, ଗଳା ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ । ଏଥିସହିତ ଶରୀରରେ ଅନେକ ପ୍ରକାର ରୋଗ ପ୍ରତିରୋଧକ ଶନ୍ତିକୁ ମଜବୁତ ରଖିଥାଏ ।
୩. ଆଣ୍ଠୁ ଯନ୍ତ୍ରଣାରୁ ଦେଇଥାଏ ମୁକ୍ତି :
ଭଜା ଅଦାକୁ ଖାଇବା ଫଳରେ ଅନେକ ରୋଗ ଦୂର ହେବା ସହ ଆଣ୍ଠୂ-ଗଣ୍ଡି ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ । ଅଦାରେ ଅନେକ ଔଷଧୀୟ ଗୁଣ ରହିଛି ଯାହା ଦ୍ୱାରା ବହୁତ ପ୍ରକାର ରୋଗ ବହୁତ ଶୀଘ୍ର ଭଲ ହୋଇଯାଇଥାଏ । ଦରଜ ମଧ୍ୟ କମ୍ କରିଥାଏ ।
୪. ଓଜନକୁ କମ୍ କରିଥାଏ :
ଭଜା ଅଦାକୁ ଖାଇବା ଫଳରେ ଆମର ଓଜନ ମଧ୍ୟ କଣ୍ଟ୍ରୋଲରେ ରହିଥାଏ । ଓଜନ କମ୍ କରିବାକୁ ହେଲେ ଆପଣ ପ୍ରଥମେତଃ ଭଜା ଅଦା ଖାଇବାକୁ ପଡିବ। ଏହାସହ ଏହି ଭଜା ଅଦା ଭୋକକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
୫. ହାର୍ଟ ପାଇଁ ଲାଭଦାୟକ :
ଭଜା ଅଦା ହୃଦ ରୋଗରୁ ରକ୍ଷା କରିଥାଏ । ଏହା ଖରାପ କୋଲେଷ୍ଟ୍ରଲକୁ କମ କରିଥାଏ ଏବଂ ବ୍ଳଡ ସାର୍କୁଲେସନରେ ଉନ୍ନତି ଆଣିଥାଏ । ଯାହା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ ।
୬. ଚିନ୍ତାରୁ ମୁକ୍ତି :
ଅଦା ଖାଇବା ଦ୍ୱାରା ସାନସିକ ଚାପ ଏବଂ ଚିନ୍ତା କମ୍ ହୋଇଥାଏ । ଭଜା ହୋଇଥିବା ଅଦା ମସ୍ତିଷ୍କକୁ ଭଲ ରଥିଥାଏ । ଯାହା ଫଳରେ ଆମର ମୁଡ୍ ସୁବବେଳେ ଶାନ୍ତ ରହିଥାଏ ।
ଯଦି ଆପଣ ଏହି ସବୁ ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଭଜା ଅଦାକୁ ନିୟମିତ ଭାବରେ ଖାଆନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।