ଯଦି ଆପଣ ମିଠା ପ୍ରିୟ ଜାଣନ୍ତୁ ଏହି କଥା, ଶରୀରର ଏହି ସବୁ କ୍ଷତି ହୋଇପାରେ

ମିଠା ଖାଇବାକୁ କିଏ ଭଲ ନ ପାଏ । କେହି କେହି ସବୁ ସମୟରେ ମିଠା ଖାଇବାକୁ ଭଲ ପାଆନ୍ତି । ତେବେ ଆପଣ ଜାଣନ୍ତି କି ଏହା ଆପଣଙ୍କ ଶରୀର ପାଇଁ କେତେ ମାରାତ୍ମକ ହୋଇପାରେ । ଅଧିକ ମିଠା ବା ଚିନି ଜାତୀୟ ପଦାର୍ଥ ଖାଇବା ଦ୍ୱାରା ଆମ ଶରୀରକୁ ମୋଟାପଣ, ହାର୍ଟ ଆଟାକ, କ୍ୟାନ୍‌ସର, ଡାଇବେଟିଜ, ଡିପ୍ରେସନ୍‌ ଓ ଫ୍ୟାଟି ଲିଭର ଭଳି ମାରାତ୍ମକ ରୋଗ ଆକ୍ରମଣ କରିଥାଏ । ଆସନ୍ତୁ ଜାଣିବା ଅଧିକ ମିଠା ଖାଇଲେ ଶରୀରର କ’ଣ କ୍ଷତି ହୋଇଥାଏ ।

ଡିପ୍ରେସନ ବଢ଼ାଇ ଥାଏ ଅଧିକ ଚିନି ଖାଇବା :

ଆପଣ ଜାଣନ୍ତି କି ଅଧିକ ଚିନି ସେବନ କରିବା ଦ୍ୱାରା ଆପଣ ଡିପ୍ରେସନର ଶିକାର ହୋଇପାରନ୍ତି । ତେଣୁ ଅଧିକ ମିଠା ଖାଇବାରୁ ନିବୃତ ରୁହନ୍ତୁ ।

ଫ୍ୟାଟି ଲିଭର ଆଶଙ୍କା ବଢ଼ାଇଥାଏ :

ଯଦି ଆପଣ ଅଧିକ ମିଠା ଖାଉଛନ୍ତି ତେବେ ଆପଣଙ୍କ ଶରୀରରେ ଚିନି ମାତ୍ରା ଅଧିକ ହୋଇଯାଇଥାଏ । ଯାହାଫଳରେ ଫ୍ୟାଟି ଲିଭର ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ପ୍ରତିଦିନ ଚିନିରେ ପ୍ରସ୍ତୁତ ଡ୍ରିଙ୍କ ବି ପିଉଛନ୍ତି ତେବେ ଆପଣଙ୍କ ଠାରେ ଫ୍ୟାଟି ଲିଭର ଆଶଙ୍କା ବଢ଼ିପାରେ ।

ଚର୍ମ ପାଇଁ ମାରାତ୍ମକ ଚିନି :

ଅଧିକ ଚିନି କିମ୍ବା ଚିନିରେ ପ୍ରସ୍ତୁତ ଖାଦ୍ୟ ସେବନ ଦ୍ୱାରା ଆପଣଙ୍କ ଚର୍ମ ସମ୍ପର୍କିତ ସମସ୍ୟା ବଢ଼ିଥାଏ । କମ୍‌ ବୟସରେ ଚର୍ମ ରୁଖା ଓ ଚମକ ହୀନ ଦେଖାଯାଇଥାଏ ।

କୀଡନୀ ସମସ୍ୟା ଦେଖାଦେଇଥାଏ :

ମିଠା ଜିନିଷ ଅଧିକ ଖାଇବା ଦ୍ୱାରା ଏହାର ପ୍ରଭାବ ସିଧା କୀଡନୀ ଉପରେ ପଡ଼ିଥାଏ । କୀଡନୀ ସମ୍ପର୍କୀତ ସମସ୍ୟା ଦେଖାଦେଇଥାଏ । ତେଣୁ ମିଠା ଅଧିକ ଖାଇବା ଉଚିତ ନୁହେଁ ।

Leave A Reply

Your email address will not be published.