ଲାଇଫ୍ ଷ୍ଟାଇଲ୍

ଖାଇବା ପୂର୍ବରୁ ସତର୍କ ରୁହନ୍ତୁ, ଶରୀରରେ ଦେଖାଯାଉଥିବା ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଏହି ପରିବା ଦାୟୀ

ଆମେ ସମସ୍ତେ ଜାଣିଛେ, କୌଣସି ଖାଦ୍ୟକୁ ଯଦି ଆମେ ଅଧିକ ଖାଇବା ତାହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ। ସେମିତି ରହିଛି ସବୁଜ ପନିପରିବା। ସବୁଜ ପନିପରିବାରେ ପୋଷକ ତତ୍ତ୍ୱର ମାତ୍ରା ଅଧିକ ରହିଥାଏ। ଯେମିତି ପ୍ରୋଟିନ, ଭିଟାମିନ, କ୍ୟାଲସିୟମ ଓ ଆଇରନ। ସେଥିପାଇଁ ଏହାକୁ ଆମେ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରିବା ନିହାତି ଜରୁରୀ। ଏହାକୁ ବିଭିନ୍ନ ପ୍ରକାରେ ତିଆରି କରି ଆମେ ଖାଇପାରିବା। କିନ୍ତୁ କିଛି ପରିବା ଏମିତି ଅଛି ଯାହା ପୋଷକ ତତ୍ତ୍ୱ ଦେବା ସହ ତା’ର ପାର୍ଶ୍ୱ ପ୍ରତିକ୍ରିୟା ଆମ ଶରୀର ଉପରେ ପଡିଥାଏ। ଆମେ ଆଜି ଆପଣଙ୍କୁ ଏମିତି ୫ଟି ପରିବା ସଂପର୍କରେ କହିବୁ ଯାହା ଆପଣଙ୍କ ଶରୀର ପାଇଁ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିଥାଏ।

ଛତୁ:
ଛତୁରେ ଭିଟାମିନ-ଡି ପ୍ରଚୁର ମାତ୍ରାରେ ରହିଛି। କିିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଛତୁକୁ ଖାଇଲେ ଆଲର୍ଜି ହୋଇଥାଏ। ଯାହାଫଳରେ ଶରୀରରେ ଏହାର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ। ଶରୀରରେ ଦାଗ ପଡିବା ସହ କୁଣ୍ଡେଇ ହେବାର ସମସ୍ୟା ମଧ୍ୟ ହୁଏ।

ଗାଜର:
ଆଜିକାଲି ସମେସ୍ତ ଗାଜର ଖାଇବାକୁ ପସନ୍ଦ କଲେଣି। ଡାଏଟ ପାଇଁ କେତେଜଣ ଏହାକୁ ସାଲାଡ ରେ ବ୍ୟବହାର କରନ୍ତି। କିନ୍ତୁ ଗାଜରକୁ ଅଧିକ ଖାଇବା ଦ୍ୱାରା ଏହା ଶରୀରର ରଙ୍ଗ ପରିବର୍ତ୍ତନ କରିଥାଏ। ଏଥିରେ ରହିଥିବା ବିଟା କିରୋଟିନ ପାଇଁ ଶରୀର ହଳଦିଆ ରଙ୍ଗ ପଡିଯାଏ। ଏହାସହ କଖାରୁକୁ ମଧ୍ୟ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଏହାର ପ୍ରଭାବ ସ୍କିନ ଉପରେ ପଡିଥାଏ।

pc: vital body wellness

ବିଟ:
ବିଟକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ୟୁରିନ୍‌ ର ରଙ୍ଗ ପରିବର୍ତ୍ତନ ହୋଇଥାଏ। ଏହା ବିଟ୍‌ ର ପାର୍ଶ୍ୱପ୍ରତିକ୍ରିୟା ପାଇଁ ହୋଇଥାଏ।

କମଳା:
କମଳାରେ ଭିଟାମିନ-ସି ଭରପୁର ମାତ୍ରାରେ ରହିଛି। ଏହାକୁ ସେବନ କରିବା ଦ୍ୱାରା ୟୁରିନର ରଙ୍ଗରେ ପରିବର୍ତ୍ତନ ଆସିଥାଏ। ଏହା ପେଟକୁ ସଫା ରଖିଥାଏ। ଏହା ବ୍ୟତିତ ପାଣି କମ୍‌ ପିଇଲେ ମଧ୍ୟ ଏହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ତେଣୁ ପ୍ରଚୁର ପାଣି ପିଇବା ଆବଶ୍ୟକ।

କୋବି:
ଫୁଲକୋବି ଶରୀରରେ ଗେଷ୍ଟ୍ରୋଇଣ୍ଟେଷ୍ଟାଇନଲ ସମସ୍ୟା ଉତ୍ପନ କରେ। ଏହାଦ୍ୱାରା ଗ୍ୟାସ ସମସ୍ୟା ଉତ୍ପନ ହେବା ସହ ଶରୀରରେ ଦାଗ ପଡିଯାଏ। ଏହାକୁ ଖାଇଲେ ହଜମ ପାଇଁ ସମୟ ଲାଗେ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago