ଅଧିକ ଅଙ୍ଗୁର ଖାଉଥିଲେ ସାବଧାନ, ପେଟ ଜନିତ ହୋଇପାରେ ଏହି ବଡ଼ ସମସ୍ୟା

ଅନେକ ଲୋକଙ୍କ ମନ ପସନ୍ଦ ସ୍ୱାଦ ଭିନ୍ନ ଭିନ୍ନ ରହିଥାଏ ଯେମିତିକି କାହାକୁ ମିଠା ପସନ୍ଦ ହାଇଥାଏ ତ ଆଉ କାହାକୁ ଖଟା। ଅନ୍ୟ କିଛି ଜଣଙ୍କୁ ରାଗ ବି ପସନ୍ଦ ଆସିଥାଏ। ତେବେ କିଛି ଜଣଙ୍କ ମୁଡ ଉପରେ ମଧ୍ୟ ସବୁ କିଛି ନିର୍ଭର କରେ। ଅନେକ ମିଠା ଖାଇବା ପାଇଁ ସ୍ୱାଦିଷ୍ଟ ମିଠେଇ ମାନେ ସ୍ୱିଟ ଡିସ୍ ଅବା ମିଠା ଫଳ ଖାଇବାକୁ ଭଲ ପାଆନ୍ତି।

ଯେଉଁମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ବେଶ ସଚେତନ ଥାଆନ୍ତି। ସେମାନେ ପ୍ରାୟତଃ ମିଠାଠୁ ଦରେଇ ରହି ଫଳ ଖାଇବାକୁ ଅଧିକ ପସନ୍ଦ କରନ୍ତି। ତେବେ କିଛି ଜଣଙ୍କୁ ଅଙ୍ଗୁର ବହୁତ ପସନ୍ଦ ଆସିଥାଏ। କିନ୍ତୁ କୁହାଯାଏ ସବୁବେଳେ ଗୋଟିଏ ଜିନିଷକୁ ଅଧିକ ଥର ଖାଇଲେ ତାହା ପାଟିର ସ୍ୱାଦକୁ ଖରାପ କରିବା ସହ ଶରୀର ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ମାନେ ଏଥିରେ ଆପଣ ଫାଇଦା ବଦଳରେ କ୍ଷତି ପାଇବେ। ଆଜି ଆମେ ସେହି ଅଙ୍ଗୁର ଫଳ ସମ୍ପର୍କରେ କହିବୁ।
- ସୂଚନା ଅନୁଯାୟୀ ଅଙ୍ଗୁରରେ ମିଳୁଥିବା ପୋଲି ଫେନାଲ ରେଡ ଓ୍ଵାଇନରେ ମଧ୍ୟ ମହଜୁଦ ଥାଏ। ଯାହାକାରଣରୁ ପାନକ୍ରିୟାଟିକ ସମସ୍ୟା ଦେଖିବାକୁ ମିଳିଥାଏ। ଯାହା କାରଣରୁ ଏସିଡିିଟି ସମସ୍ୟା ମଧ୍ୟ ଦେଖାଦିଏ।
- ଏହାବ୍ୟତିତ ଅଧିକ ଅଙ୍ଗୁର ଖାଇବା ଦ୍ୱାରା କ୍ରୋନିକ କିଡନୀ ଡିିଜିଜ ବା ସୁଗାର ସମସ୍ୟା ଦେଖାଯାଏ । ତେଣୁ ଖାଇବା ସମୟରେ ଏହାପ୍ରତି ଧ୍ୟାନ ଦିଅନ୍ତୁ।

- ପେଟ ଖରାପ ହେବାର ମୁଖ୍ୟ କାରଣ ଅଧିକ ମାତ୍ରାରେ ଅଙ୍ଗୁର ଖାଇବା । ଏମିତିରେ ଆପଣ ବାଥରୁମରେ ଅଧିକ ସମୟ ବିତାଇବେ। ତେଣୁ ଏହାଠୁ ଭଲ ସୀମିତ ମାତ୍ରାରେ ଏହି ଫଳକୁ ଖାଇବ।
- ଏଥିରେ ଥିବା ସେଲିସିଲିକ ଏସିଡ କାରଣରୁ ପେଟରେ ଇନଫ୍ଲାମେସନ, ପେଟ ଯନ୍ତ୍ରଣା, ଡାଇରିଆ ଓ ବ୍ଲୋଟିଂ ଭଳି ସମସ୍ୟା ଦେଖାଯାଏ।
- ଆପଣ ସମସ୍ତେ ଡାଇରିଆର ନାମ ଶୁଣିଥିବେ। ଅଙ୍ଗୁରରେ ମହଜୁଦ ଥିବା ସୁଗାର ଡାଇରିଆର ପ୍ରଥମ କାରଣ। ଯଦି ଆପଣଙ୍କ ପେଟ ପୂର୍ବରୁ ଖରାପ ଅଛି ତେବେ ଅଙ୍ଗୁରକୁ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ।