କରୋନା କାଳରେ ଡରନ୍ତୁ ନାହିଁ, ଜ୍ୱର-ଥଣ୍ଡା ଜନିତ ସମସ୍ୟା ଦେଖାଦେଲେ ଆପଣାନ୍ତୁ ଏହି ସହଜ ଉପାୟ

କରୋନା କାଳରେ ସାଧାରଣ ଥଣ୍ଡା,ଜ୍ୱର ହେଲେ ଲୋକମାନେ ଭୟଭୀତ ହୋଇଯାଉଛନ୍ତି । ଏହାଦ୍ୱାରା ଶରୀରରେ ତାପମାତ୍ରା ବଢ଼ିଥାଏ । ଦେହରୁ ଝାଳ ବୋହିବା ସହିତ ଶରୀରରେ ଜଳୀୟଅଂଶର ମାତ୍ରା କମିଯାଏ । ତେଣୁ ଏଥିରୁ ସୁରକ୍ଷିତ ରହିବା ପାଇଁ ଶରୀର ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ପ୍ରତିଦିନ ୯-୧୨ ଗ୍ଲାସ ପାଣି ପିଇବା ଉଚିତ । ପାଣି ସହ ଘରେ ତିଆରି ହେଉଥିବା ସୁଷମ ଖାଦ୍ୟ ସହ ଜୁସ , ପଇଡ ପାଣି ଓ ସୁପ ଆଦିର ସେବନ କରିବା ଦରକାର । ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ରକ୍ଷା ପାଇବା କିଛି ଘରୋଇ ଉପାୟ କହିବାକୁ ଯାଉଛୁ । ଯାହାକୁ ମାନିଲେ ଆପଣଙ୍କ ଶରୀରରୁ ଥଣ୍ଡା ଜ୍ୱର ଭଳି ସମସ୍ୟା ଦୂର ହୋଇଯିବ ।

– ରସୁଣରେ ଅନେକ ପ୍ରକାର ଆୟୁର୍ବେଦୀୟ ଗୁଣ ଭରି ରହିଛି । ଯାହା ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ ରଖିଥାଏ । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଅଲ ଗୁଣ ଶରୀରରେ ଇମ୍ୟୁନିଟି ପାୱାରା ବଢ଼ାଇଥାଏ । ଆଣ୍ଟି ଫଙ୍ଗଲ ଗୁଣ ପାଇଁ ଶରୀରରେ ଜ୍ୱର ସହ ଅନେକ ରୋଗ ସହ ଲଢ଼ିବାରେ ଶକ୍ତି ପ୍ରଦାନ କରିଥାଏ ।

– ତୁଳସୀ ରସରେ ଅନେକ ଔଷଧିୟ ଗୁଣ ରହିଥାଏ । ଏହାକୁ ପ୍ରତିଦିନ କାଢ଼ା ବା ଚା କରି ପିଇଲେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଇମ୍ୟୁନିଟି ଶକ୍ତି ବୃଦ୍ଧି କରିବା ସହ ଜ୍ୱର ଥଣ୍ଡା ଭଳି ରୋଗରୁ ତୁରନ୍ତ ମୁକ୍ତି ଦିଏ ।

– ଅଦାକୁ ପ୍ରତିଦିନ ଖାଇବା ଉଚିତ । ଏହାଦ୍ୱାରା ଶରରୀକୁ ଥଣ୍ଡା ପ୍ରବେଶ କରି ପାରି ନଥାଏ । ଏହା ଇମ୍ୟୁନିଟି ବୁଷ୍ଟ କରିବାରେ ସବୁଠୁ ଭଲ ମାଧ୍ୟମ ହୋଇଥାଏ । ତେଣୁ ଏହାକୁ ଆପଣ ଚା କିମ୍ବା କାଢ଼ାରେ ପକାଇ ପିଇପାରିବେ

– ଆଜିକାଲି କରୋନା ଡରରେ ସମସ୍ତେ ଗିଲୟ ସେବନ କରୁଛନ୍ତି । କିନ୍ତୁ ଏହା ଥଣ୍ଡା ଓ ଜ୍ୱର ସମସ୍ୟା ଦୂର କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ତେଣୁ ଏହାକୁ ମଧ୍ୟ ପ୍ରତିଦିନ ଖାଲି ପେଟରେ ସେବନ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.