ଲାଇଫ୍ ଷ୍ଟାଇଲ୍

ଦାନ୍ତକାଠିରେ ଦାନ୍ତ ଘସୁଛନ୍ତି କି? ଜାଣି ରଖନ୍ତୁ କ’ଣ ରହିଛି ଏହାର ଔଷଧୀୟ ଗୁଣ

ଆମ ଖାଦ୍ୟକୁ ଚୋବାଇବା ସହ ହଜମ କରିବାରେ ଶରୀରର ଯେଉଁ ଅଙ୍ଗଟି ସବୁଠାରୁ ଅଧିକ ଉପାଦାୟୀ ହୋଇଥାଏ ସେ ହେଉଛି ମଣିଷର ଦାନ୍ତ । ଦାନ୍ତକୁ ସଫା ସୁତୁରା ରଖିଲେ ଯେ କେବଳ ସବୁଦିନ ପାଇଁ ଦାନ୍ତ କିମ୍ବା ମାଢି ସୁରକ୍ଷିତ ରହିବ ତାହା ନୁହେଁ ଏହା ଅନ୍ୟାନ ରୋଗ ମାନଙ୍କ ଦାଉରୁ ମଧ୍ୟ ରକ୍ଷା କରିପାରିବ । ଏମିତିକି ମଣିଷର ଶ୍ଵାସଜନିତ ସମସ୍ୟାରୁ ମଧ୍ୟ ସଫାସୁତୁରା ଦାନ୍ତ ହିଁ ସୁରକ୍ଷା ଦେଇଥାଏ ।

ହସ ହିଁ ଜଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ। କିନ୍ତୁ ବେଳେବେଳେ ଦାନ୍ତ ହଳଦିଆ ପଡ଼ିଯାଇଥିବାରୁ ଲୋକମାନେ ଖୋଲାଖୋଲି ହସିପାରନ୍ତିନାହିଁ। ଫଳରେ ଅନ୍ୟମାନେ ତାଙ୍କୁ ଗର୍ବୀ ଭାବନ୍ତି ଓ ଧୀରେ ଧୀରେ ଦୂରେଇ ଯାଆନ୍ତି। ଯେତେ ଦାମୀ ଟୁଥ୍‌ପେଷ୍ଟ ବ୍ୟବହାର କଲେ ବି ଯଦି ଦାନ୍ତର ହଳଦିଆପଣରୁ ମୁକ୍ତି ମିଳୁନାହିଁ, ତେବେ ଆପଣାନ୍ତୁ ଏହି ସହଜ ଘରୋଇ ଉପାୟ। ଏହାଦ୍ୱାରା ଦାନ୍ତ ମୋତି ଭଳି ଚମକିବ।

ଦାନ୍ତ ଘସିବା ପାଇଁ ବ୍ୟବହୃତ ବିଭିନ୍ନ ଗଛର କଞ୍ଚାକାଠିକୁ ଦାନ୍ତକାଠି କୁହାଯାଏ। ରାତିରେ ସଞ୍ଚିତ ଲାଳ, ମୁଖଗନ୍ଧ ଦୂର କରିବାକୁ ଦାନ୍ତ ଘସାଯାଏ। ଦାନ୍ତକାଠିରେ ଅନେକ ଜୀବାଣୁମାରକ ଗୁଣ ଥାଏ। ନାନାଦି ଗଛର ଡାଳରୁ ଦାନ୍ତକାଠି ତିଆରି କରାଯାଇପାରିବ। ଯଦିଓ ଅନେକ ଗଛରୁ ଦାନ୍ତକାଠି ତିଆରି କରାଯାଏ, ତେବେ କେତେକ ଗଛର ଜୈବ-ରାସାୟନିକ ଉପାଦାନ ଥିବା ହେତୁ ତାହା ଦାନ୍ତକାଠି ନିମନ୍ତେ ଅଧିକ ଉପଯୋଗୀ ହୋଇଥାଏ।

ପ୍ଲାଷିକ୍‌ ବ୍ରସକୁ ପ୍ରତିଦିନ ପାଟିରେ ପୁରାଇ ଦାନ୍ତ ଘସିବା ଅପେକ୍ଷା ମହୁଲ, କରଞ୍ଜ, ନିମ୍ବ, ଖଇର, ବଟ, ଅର୍ଜୁନ, ଶାଳ ଦାନ୍ତକାଠି ବ୍ୟବହାର କରିବା ଉଚିତ। କିନ୍ତୁ କିଆ, ବାଉଁଶ ଏବଂ ନଡ଼ିଆ ଦାନ୍ତକାଠିରେ ଦାନ୍ତ ଘସିବା ଅନୁଚିତ। କାରଣ, ଏଥିରେ ଦାନ୍ତ ଘସିଲେ ଅନିଷ୍ଟ ହୋଇଥାଏ। ଦାନ୍ତ ଘସିଲା ପରେ ରାଶି(ଖସା) ବା ସୋରିଷ ତେଲରେ ସୈନ୍ଧବ୍ୟ ଲବଣ ମିଶାଇ ଘସିଲେ ଦାନ୍ତ ଶକ୍ତ ରୁହେ। ତା’ହେଲେ ଆସନ୍ତୁ ଜାଣିବା କେଉଁ କେଉଁ ଦାନ୍ତକାଠିରେ ଦାନ୍ତ ଘସିଲେ, ଆମକୁ କି ପ୍ରକାର ଲାଭ ମିଳିଥାଏ।

-ବଟ କାଠିରେ ଦାନ୍ତ ଘସିଲେ କାନ୍ତି(ଶୋଭା) ବୃଦ୍ଧି ହୋଇଥାଏ।

-ଖଇର କାଠିରେ ଦାନ୍ତ ଘସିଲେ ମୁଖ ସୁଗନ୍ଧ ହୁଏ।

-ଡିମ୍ବିରି କାଠିରେ ଘସିଲେ ବାକଶୁଦ୍ଧି ହୁଏ।

-ଆମ୍ବକାଠି ବା ପତ୍ରରେ ଘସିଲେ ଆରୋଗ୍ୟ ମିଳେ।

-କଦମ୍ବ ଏବଂ ଅପାମାରଙ୍ଗ(ଅପାମାର୍ଗ) କାଠିରେ ଦାନ୍ତ ଘସିଲେ ମେଧା ପ୍ରାପ୍ତି ହୁଏ।

-ଡାଳିମ୍ବ ଏବଂ ବଣମଲ୍ଲି କାଠିରେ ଘସିଲେ ସୁନ୍ଦର ଚେହେରା ହୁଏ।

-ଜାଇ ଏବଂ ମନ୍ଦାର କାଠିରେ ଦାନ୍ତ ଘସିଲେ ଦୁଃସ୍ୱପ୍ନ ଦୋଷ ଦୂର ହୋଇଥାଏ।

D Sonali

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

29 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

40 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

53 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

56 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago