ପିଲାଙ୍କୁ ବ୍ରେଡ୍‌ ଜାମ୍‌ ଖାଇବାକୁ ଦେଉଛନ୍ତି କି ? ରୁହନ୍ତୁ ସାବଧାନ! ହୋଇପାରେ ଏହି ସବୁ ସମସ୍ୟା

ଅଧିକାଂଶ ଲୋକେ ସକାଳ ଭୋଜନରେ ବ୍ରେଡ୍‌ ସହ ଜାମ୍‌ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ଜଲଦି ପ୍ରସ୍ତୁତ ହୋଇ ପାରୁଥିବାରୁ ଲୋକେମାନେ ନିଜ ପିଲାମାନଙ୍କୁ ସକାଳ ଭୋଜନରେ ଏହା ଖାଇବାକୁ ଦେଇଥାନ୍ତି। ଭାରତୀୟ ପରିବାରରେ ଅଧିକାଂଶ ଲୋକଙ୍କର ବ୍ରେଡ୍‌ ଜାମ୍‌ ଫେଭ୍‌ରେଟ୍‌ ବ୍ରେକଫାଷ୍ଟ ମଧ୍ୟରେ ଗୋଟିଏ। କିନ୍ତୁ ପ୍ରାୟତଃ ଜାଣି ନାହାନ୍ତି ପ୍ରତିଦିନ ବ୍ରେଡ୍‌ ଜାମ୍‌ ଖାଇଲେ କ୍ଷତି କ’ଣ ହୋଇଥାଏ। ଟିଭି ବିଜ୍ଞାପନରେ ବ୍ରେଡ୍‌ ଓ ଜାମ୍‌କୁ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ଦେଖାଯାଛି ସତ କିନ୍ତୁ ଏହା ସତ ନୁହେଁ। ଆପଣ ହୁଏତ ଜାଣି ନ ଥିବେ ଗୋଟିଏ ଚାମଚ ଜାମ୍‌ ଦୁଇ ଚାମଚ ଚିନି ସହିତ ସମାନ। ଯାହା ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ପାଇଁ ହାନିକାରକ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ପିଲାଙ୍କର ମନପସନ୍ଦର ଖାଦ୍ୟ ବ୍ରେଡ୍‌ ଜାମ୍‌କୁ ଖାଇବାକୁ କାହିଁକି ବାରଣ କରାଯାଇଛି।

ଜାମ୍‌ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଫଳକୁ ସିଝା ଯାଇଥାଏ ଏବଂ ସମାନ ପରିମାଣର ଚିନି ମିଶାଇ ଏହାକୁ ତିଆରି କରାଯାଇଥାଏ। ଫଳଗୁଡ଼ିକୁ ସିଝାଇବା ଦ୍ୱାରା ଏଥିରେ ଥିବା ନ୍ୟୁଟ୍ରିସନ୍ସ ଓ ଭିଟାମିନ୍‌ ନଷ୍ଟ ହୋଇ ଯାଇଥାଏ। ଯେପରିକି ଭିଟାମିନ୍‌-ସି ସମ୍ପୂର୍ଣ୍ଣ ଭାବରେ ଫଳରୁ ନଷ୍ଟ ହୋଇଥାଏ।

ସେହିପରି ଅନ୍ୟ ଏକ କାରଣ ହେଉଛି ସଂରକ୍ଷଣ କରି ରଖାଯାଉଥିବା ଖାଦ୍ୟ ପଦାର୍ଥରେ ଅଧିକ ମାତ୍ରାରେ କେମିକାଲସ୍‌ ଓ ଚିନି ଦିଆଯାଇଥାଏ, ଯାହା ଆପଣଙ୍କ ପିଲାର ସ୍ୱାଦ ଗ୍ରନ୍ଥିକୁ ପ୍ରଭାବିତ କରିଥାଏ। ଯାହାଦ୍ୱାରା ସ୍ୱାଦ ଗ୍ରନ୍ଥି ଏହିସବୁ ଖାଦ୍ୟକୁ ଖାଇବା ପାଇଁ ପସନ୍ଦ କରିଥାଏ। ଏହି ଖାଦ୍ୟ ଖାଇବା ପରେ ଆପଣଙ୍କ ପିଲାର ପେଟ ପୂରି ଯାଇଛି ବୋଲି ମସ୍ତିଷ୍କକୁ ଭୁଲ୍‌ ସଙ୍କେତ ଯାଇଥାଏ ଏବଂ ଭବିଷ୍ୟତରେ ଆପଣଙ୍କ ପିଲା ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

ଯେଉଁ ପିଲା ଅଧିକ କିମ୍ବା ପ୍ରତିଦିନ ଜାମ୍ ଖାଇଥାନ୍ତି, ତାଙ୍କ ଭିତରେ ମେଦବହୁଳତା ଓ ବଡ ହୋଇ ହାର୍ଟ ଡିଜିଜ୍‌ର ଶିକାର ହେବାର ବିପଦ ଅଧିକ ଥାଏ। ଜାମ୍‌ରେ କ୍ୟାଲୋରୀ ଅଧିକ ରହିଥାଏ ଓ ଏଥିରେ ନ୍ୟୁଟ୍ରିସନ୍ କିଛି ମିଳିନଥାଏ। ଜାମ୍‌ ଭଳି ପ୍ରିଜର୍ଭଡ୍ ଫୁଡ୍‌ସରେ ସୁଗାରର ମାତ୍ରା ଖୁବ୍ ଅଧିକ ହୋଇଥାଏ।

ଏହାଛଡା ମଇଦାରେ ପ୍ରସ୍ତୁତ ହୋଇଥିବା କାରଣରୁ ବ୍ରେଡକୁ ହଜମ କରିବାରେ ଶରୀରକୁ ବହୁତ ପରିଶ୍ରମ କରିବାକୁ ପଡେ । ଏଥିରେ ଥିବା କାର୍ବୋହାଇଡ୍ରେଟ୍ ଛୋଟ ପିଲାଙ୍କ ଲିଭରକୁ ଅନେକ କ୍ଷତି ପହଂଚାଇଥାଏ । ବ୍ରେଡରେ କୌଣସି ବି ପ୍ରକାର ପୋଷକ ତତ୍ବ ନଥାଏ । ଯଦି ବ୍ରେଡ ଖାଇବାକୁ ଦେଉଛନ୍ତି ତେବେ ହ୍ବାଇଟ୍ ବ୍ରେଡ୍ ସ୍ଥାନରେ ବ୍ରାଉନ୍ ବ୍ରେଡ୍ ଦିଅନ୍ତୁ । କାରଣ ଏଥିରେ ସୋଡିୟମ୍ ସ୍ତର ଏତେ ଥାଏ ଯେ ଯାହା ହୃଦ୍ ଜନିତ ରୋଗ କରାଯାଇଥାଏ । ବ୍ରେଡ୍ ଖାଇଲେ ଆମ ଶରୀରରେ ଲୁଣର ମାତ୍ରା ବଢିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.