ଅଣ୍ଡା ଭାଙ୍ଗିବା ବେଳେ ଯଦି ଦେଖାଯାଏ ଏମିତି ରଙ୍ଗ: ତେବେ ହୋଇଯାନ୍ତୁ ସାବଧାନ, ଲୁଚିଥିବା ଭୂତାଣୁ ଆଣିପାରେ ସମସ୍ୟା

ସ୍ୱାଦିଷ୍ଟ ତଥା ପ୍ରୋଟିନରେ ଭରପୁର ରହିଛି ଅଣ୍ଡା । ହେଲେ ଏହାକୁ ଖାଇବା ବେଳେ ଯଦି କିଛି ଜିନିଷ ଉପରେ ଆପଣ ନଜର ନ ରଖନ୍ତି ତେବେ ଏହା ଆପଣଙ୍କ ଶରୀରରେ ରୋଗ ସୃଷ୍ଟି କରିପାରେ । ବୈଜ୍ଞାନିକମାନଙ୍କ କହିବା ମୁତାବକ କିଛି ଅଣ୍ଡାରେ ଏମିତି ଭୂତାଣୁ ଲୁଚି ରହିଛି, ଯାହାକି ଆପଣଙ୍କୁ ଗମ୍ଭୀର ରୋଗରେ ପକାଇପାରେ । ଏଥିପାଇଁ ଏହାକୁ ଭାଜିବା ବା ସିଝାଇବା ପୂର୍ବରୁ ଏହି ସବୁ କଥା ଉପରେ ନଜର ରଖନ୍ତୁ ।

ୟୁଏସ ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର ପକ୍ଷରୁ ଭୂତାଣୁ ଥିବା ଅଣ୍ଡାକୁ କିଭଳି ଜାଣିବା ତାହାର ଉପାୟ କୁହାଯାଇଛି । ଏହି ସଂସ୍ଥା ପକ୍ଷରୁ କୁହାଯାଇଛି କି ଯଦି ଅଣ୍ଡା ଭାଙ୍ଗିବା ପରେ ଆପଣଙ୍କୁ ଗୋଲାପି କି ମୋତିଭଳି ରଙ୍ଗ ଦେଖାଯାଏ ତେବେ ତାକୁ ତୁରନ୍ତ ଫିଙ୍ଗି ଦିଅନ୍ତୁ । ଅଣ୍ଡା ଭିତରର ରଙ୍ଗ ଯଦି ସାମାନ୍ୟ ବଦଳିଥାଏ ତେବେ ସେଥିରେ ସ୍ୟୁଡୋମୋନାସ ଭୂତାଣୁ ଥିବାର ସମ୍ଭାବନା ଅଧିକ । ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ଅଣ୍ଡାକୁ ଖାଇବା ଦ୍ୱାରା ଆପଣଙ୍କ ଖାଦ୍ୟ ବିଶାକ୍ତ ହୋଇଯାଏ ନଚେତ ଆପଣଙ୍କ ଶରୀରରେ ଗଭୀର ରୋଗ ସୃଷ୍ଟିକରିପାରେ ।

ବିଶେଷଜ୍ଞଙ୍କ କହିବା ମୁତାବକ ଏହି ଭୂତାଣୁ ଅଣ୍ଡାରେ ହାଲକା ସବୁଜ ଓ ପାଣିରେ ଧୋଇଯାଉଥିବା ଦ୍ରର୍ବ୍ୟ ନିର୍ମାଣ କରିଥାଏ । ଯଦି ଆପଣଙ୍କୁ ଅଣ୍ଡାର ଧଳା ଅଂଶରେ କିଛି ଅଲଗା ରଙ୍ଗ ଦେଖାଯାଏ ତେବେ ଏହାକୁ ଭୁଲରେ ଖାଆନ୍ତୁ ନାହିଁ । ଏକ ରିପୋର୍ଟ ମୁତାବକ ଯଦି ଅଣ୍ଡାରେ ଗୋଲାପି କିମ୍ବା ଇନ୍ଦ୍ରଧନୁ ଭଳି କିଛି ରଙ୍ଗ ଦେଖାଯାଉଛି ତେବେ ଏହାକୁ ନଷ୍ଟ କରିଦିଅନ୍ତୁ । କାରଣ ଏହି ଅଣ୍ଡା ସ୍ୟୁଡୋମୋନାସ ଭୂତଣୁ ଦ୍ୱାରା ସଂକ୍ରମିତ ହୋଇପାରେ ।

ପକ୍ଷୀ ପାଳନ ବିଜ୍ଞାନରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଖରାପ ଅଣ୍ଡାରେ କିଛି ଖଟା, ବାସୀ ଓ ଫଳ ଭଳି ବାସ୍ନା ଆସିଥାଏ । ଏହି ଅଣ୍ଡାର କେସରରେ ଧଳା ଭଳି ଏକ ପରଦା ପଡିଥାଏ ଓ ପରେ ଏହା ହାଲକା ବାଦାମୀ ରଙ୍ଗରୁ ପରିବର୍ତ୍ତନ ହୋଇଥାଏ । ଅନ୍ୟପଟେ ଫୁଡ ଅଥରେଟିର ବିଶେଷଜ୍ଞଙ୍କ କହିବା ମୁତାବକ ଯଦି କୁକୁଡା ହଳଦିଆ କିମ୍ବା ଲେମ୍ବୁ ରଙ୍ଗର ଖାଦ୍ୟ ଖାଉଥାଏ ତେବେ ବି ଅଣ୍ଡା ଭିତରର ରଙ୍ଗ ପରିବର୍ତ୍ତନ ହୋଇଥାଏ କିନ୍ତୁ ଏହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ନୁହେଁ ।

ଅନ୍ୟପଟେ ବିଶେଷଜ୍ଞଙ୍କ ମତରେ ଘରେ ଆପଣ ଅଣ୍ଡାକୁ ସେହି କାର୍ଟୁନରେ ରଖନ୍ତୁ ଯେଉଁ କାର୍ଟୁନ ସହ ଅଣ୍ଡା ଆପଣ ବଜାରରୁ ଆଣୁଛନ୍ତି । ଅନ୍ୟପଟେ ଏହାକୁ ଯଦି ଆପଣ ଫ୍ରିଜରେ ରଖୁଛନ୍ତି ତେବେ ୪୫ ଡିଗ୍ରୀ ଫାରେନହାଇଟ ତାପମାନ ଭିତରେ ଏହାକୁ ରଖନ୍ତୁ । ଏହାଦ୍ୱାରା ଅଣ୍ଡା ଖରାପ ହେବାର ଚାନ୍ସ କମ୍ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.