ଆବଶ୍ୟକୀୟ ସାମଗ୍ରୀ
- ସିଝା ଆଳୁ ୨ ଟି
- ଫୁଲକୋବି ଅଧାକପ
- ମଟର ଏକ କପ
- ଗାଜର ଏକ କପ
- ପତ୍ରକୋବି ଏକ କପ
- ବାଦାମ ଏକ କପ
- ବ୍ରେଡ ଓ ବ୍ରେଡ ଗୁଣ୍ଡ ଦୁଇ କପ
- ମଇଦା ୨ ଚାମଚ
- ସିମଲା ଲଙ୍କା ଗୋଟିଏ
- ଅଦା, କଞ୍ଚାଲଙ୍କା
- ଜିରା
- ଧନିଆ ପତ୍ର
- ଚାଟ ମସଲା
- ଧନିଆ ପାଉଡର
- ଜିରା ପାଉଡର
- ତେଲ ଓ ଲୁଣ ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
ଭେଜ କଟଲେଟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପ୍ୟାନରେ ତେଲ ଗରମ କରି ଏଥିରେ କିଛି ଜିରା ପକାନ୍ତୁ । ଆଉ ତାପରେ ସେଥିରେ କାଟି ରଖିଥିବା ଅଦା ଓ କଞ୍ଚାଲଙ୍କାକୁ ପକାଇ ଦିଅନ୍ତୁ । ତାପରେ ସେଥିରେ କାଟି ରଖିଥିବା ପରିବା ଓ ଲୁଣ ପକାଇ କିଛି ସମୟ ଫ୍ରାଏ କରନ୍ତୁ । ପରିବା ଗୁଡିକ ଟିକିଏ ସିଝିବା ପରେ ସେଥିରେ ସିଝା ଆଳୁ ପକାଇ ମିକ୍ସ କରିଦିଅନ୍ତୁ । ବର୍ତ୍ତମାନ ଏଥିରେ ଚାଟ ମସଲା, ଧନିଆ ପାଉଡର, ଜିରା ପାଉଡର ଓ ଗ୍ରେଟ କରି ରଖିଥିବା ବ୍ରେଡ ଓ ବାଦାମ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ଏବଂ ସେଥିରେ କିଛି ଧନିଆପତ୍ର ପକାଇ ଭଲଭାବେ ମିକ୍ସ କରି ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ବର୍ତ୍ତମାନ ଆପଣ ଆଉ ଏକ ପାତ୍ର ଆଣି ସେଥିରେ ଦୁଇ ଚାମଚ ମଇଦା ନେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ଆଉ ତାପରେ ଆପଣ ପ୍ରସ୍ତୁତ କରିଥିବା ପେଷ୍ଟକୁ ଛୋଟ ଛୋଟ ଟିକ୍କି ପ୍ରସ୍ତୁତ କରି ଏହି ଘୋଳରେ ବୁଡାଇ ତାକୁ ବ୍ରେଡ ଗ୍ରମ୍ସରେ ଗୋଳାଇ ଦିଅନ୍ତୁ । ଏହିସବୁ କାମ ସରିବାପରେ ଏହାକୁ କିଛି ଦଶ ମିନିଟ ପର୍ଯ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ । ବର୍ତ୍ତମାନ ଆପଣ ଏକ ପ୍ୟାନରେ ତେଲ ଗରମ କରି ଏହି ଟିକ୍କି ଗୁଡିକ ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗରମା ଗରମ ଭେଜ କଟଲେଟ । ଏହାକୁ ଆପଣ ନିଜ ମନ ପସନ୍ଦ ଚଟଣି ସହିତ ଖାଇ ପାରିବେ।