ଜାଣନ୍ତିକି ନବ ଜାତକଙ୍କ ଠାରେ ବି ଦେଖାଦେଇପାରେ ଲୋ ବିପି ସମସ୍ୟା, ଜାଣନ୍ତୁ ଏହା ପଛର କାରଣ ଓ କେମିତି କରିବେ ଉପଚାର

ସାଧାରଣରେ ଧାରଣା ଥାଏ କି ଲୋ- ବିପି ସମସ୍ୟା କେବଳ ବଡ ଲୋକଙ୍କୁ ହିଁ ହୋଇପାରେ । କିନ୍ତୁ ଆଜିକା ସମୟରେ ନବଜାତକଙ୍କୁ ବି ଲୋ-ବିପି ସମସ୍ୟା ଦେଖାଦେଉଛି । କିନ୍ତୁ ଆପଣ ବି ଭାବୁଥିବେ ଶିଶୁ ମାନଙ୍କ ଠାରେ ଏହି ସମସ୍ୟା କାହିଁକି ହୋଇଥାଏ । ଏହା ପଛରେ ବି ଏକ କାରଣ ରହିଛି । କିନ୍ତୁ ଏପରି ସ୍ଥିତି ଯଦି ଉପୁଜେ ଆପଣ କଣ କରିବେ କଣ ନକରିବେ ସେ ନେଇ ଏକ ବିସ୍ତୃତ ବିବରଣୀ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

new baby

ତେବେ ଜାଣନ୍ତୁ କଣ ରହିଛି ଏହା ପଛର କାରଣ :

ଗର୍ଭାବସ୍ଥା ସମୟରେ ଖାଦ୍ୟପେୟ ଉପରେ ଧ୍ୟାନ ନଦେବା କାରଣରୁ ଗର୍ଭସ୍ଥ ଭୃଣ ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ ଡେଲିଭରି ପରେ ଉଭୟ ମା’ ଓ ଛୁଆ ଠାରେ ବିପି ସମସ୍ୟା ଦେଖାଦେଇଥାଏ ।
କଣ ପାଇଁ ହୁଏ ଏହି ସମସ୍ୟା:

– ଡେଲିଭରି ସମୟରେ ଅଧିକ ରକ୍ତ ସ୍ରାବ ହେବା ।

– କୌଣସି ପ୍ରକାରର ଇନଫେକଜେସନ ହେବା

– ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧ ଗୁଡିକୁ ଠିକ ଭାବେ ଗ୍ରହଣ ନକରିବା

– ବାତାବରଣରେ ପରିବର୍ତ୍ତନ କାରଣରୁ ବି ଗର୍ଭରସ୍ଥ ଶିଶୁ ଉପରେ ବି ଘୋର ପ୍ରଭାବ ପକାଇଥାଏ ।

– ଭୃଣ ଯଦି ଦୁର୍ବଳ ହୋଇଥାଏ ତେବେ ଏହା ଶିଶୁ ଉପରେ ବି ପ୍ରଭାବ ପକାଇଥାଏ । ଫଳରେ ଶିଶୁ ଠାରେ ବିପି ସମସ୍ୟା ଲାଗିରୁହେ ।

new baby

ଲୋ ବିପି ସମସ୍ୟା ଅଧିକ ଦିନ ପର‌୍ୟ୍ୟନ୍ତ ଲାଗି ରହିଲେ ଶିଶୁଙ୍କୁ ଶ୍ୱାସପ୍ରଶ୍ୱାସରେ ବି ଖୁବ କଷ୍ଟ ଅନୁଭବ ହୋଇଥାଏ ।

କେମିତି କରିବେ ଉପଚାର:

୧. ଏମିତି ସ୍ଥିତିରେ ପ୍ରଥମେ ନବଜାତକଙ୍କୁ ଭାକ୍ସିନେସନ ଓ ଇଞ୍ଜେକ୍ସନ ଦିଆଯାଇଥାଏ ।

୨. ଶିଶୁ ମାନଙ୍କୁ ମେସିନ ବା ଏମିତି ବାତାବରଣରେ ରଖାଯାଏ ଯେଉଁ ଠାରେ ସେମାନଙ୍କ ବ୍ଳଡପ୍ରେସର ନର୍ମାଲ ରହିବ ।

୩. କେବେ କେବେ ତ ଶିଶୁଙ୍କ ଶରୀରରେ ରକ୍ତ ହୀନତା ଦେଖାଦେଲେ ରକ୍ତ ମଧ୍ୟ ଚଢାଯାଇଥାଏ ।

୪. ଏମିତି ପରିସ୍ଥିତିରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖିବା ସର୍ବୋତ୍ତମ ।

ନବଜାତକଙ୍କ ଦେଖାରେଖା ନେଇ କିଛି ସ୍ୱତନ୍ତ୍ର ଟିପ୍ସ :

– ମା କ୍ଷୀର ଶିଶୁଙ୍କ ପାଇଁ ସବୁଠୁ ଅଧିକ ଲଭଦାୟୀ ହୋଇଥାଏ । ପ୍ରତି ରୋଗରୁ ଏହା ଶିଶୁର ରକ୍ଷା-କବଚ ପାଲଟି ଥାଏ । .

new baby

– ନିଜ ଶିଶୁଙ୍କୁ ସବୁବେଳେ ଏକ କଭର ଭିତରେ ରଖନ୍ତୁ । ଇମ୍ୟୁନୋ ସିଷ୍ଟମ ଦୁର୍ବଳ ହେବା କାରଣରୁ ବଦଳୁଥିବା ବାତାବରଣରେ ଖାପଖୁଆଇବା ସାଧାରଣତଃ ଶିଶୁ ପାଇଁ ସହଜ ହୋଇନଥାଏ । ନବଜାତକର ଶରୀର ତାପମାତ୍ରା ପାଖାପାଖି ୩୭ ଡିଗ୍ରୀ ସେଲ୍ସିୟସ ହେବା ନିହାତି ଆବଶ୍ୟକ ।

୩. ଯଦି ଶିଶୁ ଟି ଅଧିକ କାନ୍ଦୁଥାଏ ତେବେ ତାକୁ ଜମା ବି ଅଣଦେଖା କରନ୍ତୁ ନାହିଁ ଜ୍ଝ ତା ପ୍ରତି ସତର୍କ ଦୃଷ୍ଟି ନିଶ୍ଚିତ ଭାବେ ଦିଅନ୍ତୁ ।

୪. ଦରକାର ପଡିଲେ ଡାକ୍ତରଙ୍କ ପରାମର୍ଶ ବି ନେଇପାରନ୍ତି ।

୫. ଶିଶୁଟିର ହାଡ ଗୋଡକୁ ମଜବୁତ ରଖିବା ପାଇଁ ବାଦାମ ତେଲରେ ତା ଶରୀରର ମାଲିସ କରନ୍ତୁ ।

୬.ସକାଳ ଖରାରେ କିଛି ସମୟ ଶିଶୁଙ୍କୁ ଶୁଣାଇବା ଅତି ଜରୁରୀ । ଫଳରେ ସେମାନଙ୍କ ହାଡ ମଜବୁତ ହୋଇଥାଏ ।

୭. ଜନ୍ମରୁ ୬ ମାସ ଯାଏଁ କେବଳ ମା’ କ୍ଷୀର ଦିଅନ୍ତୁ । ଏହା ପରେ ଆପଣ ଚାହିଁବେ ତ ଘରେ ପ୍ରସ୍ତୁତ ଖାଦ୍ୟ ଖୁଆଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.