ବିଛଣା ସହ ଜଡ଼ିତ ଏହି ନିୟମକୁ ପାଳନ କରନ୍ତୁ, ସୁଖମୟ ହୋଇଯିବ ଆପଣଙ୍କ ଦାମ୍ପତ୍ୟ ଜୀବନ

ଦିନ ଥିଲା, ଯେବେ ଲିଭ୍‌ ଇନ୍‌ ରିଲେସନ ବିଷୟରେ କେହି ଖୋଲିକି କଥା ପଦେ ହେଉ ନ ଥିଲେ। କିନ୍ତୁ ଆଜି ଲୋକେ ଖୁଲମଖୁଲା ଲିଭ୍‌ ଇନ୍‌ ରିଲେସନଶିପରେ ରହୁଛନ୍ତି। ଯେତେବେଳେ କପଲ୍ସ ଏକାଠି ରହିବା ଆରମ୍ଭ କରିଦିଅନ୍ତି, ସେତେବେଳେ ପ୍ରଥମେ ପ୍ରଥମେ ସେମାନଙ୍କ ଗୋଲ୍ଡେନ୍‌ ପିରିୟଡ୍‌ ଚାଲିଥାଏ। ଉଭୟଙ୍କୁ ଉଭୟଙ୍କ ସାଥୀରେ ରହିବା ବହୁତ ଭଲ ଲାଗିଥାଏ। କିନ୍ତୁ ସମୟ ଗଡ଼ିଗଲେ, ଦୁଇଜଣଙ୍କ ମଧ୍ୟରେ କଥା କଟାକଟି, ଯୁକ୍ତିତର୍କ ଆରମ୍ଭ ହୋଇଯାଏ, ଯେଉଁଥିପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଅନେକ ସମୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପଛରେ ରହିଥାଏ ଅନେକ ଛୋଟ ଛୋଟ କଥା। ଆସନ୍ତୁ ଜାଣିବା, ଏହି କଥାଗୁଡ଼ିକୁ, ଯାହାକୁ ସମସ୍ତ କପଲ ବିଛଣାକୁ ଯିବା ପୂର୍ବରୁ ଅନୁକରଣ କରିବା ଉଚିତ।

couple1

ବହୁବାର ଏମିତି ହୋଇଥାଏ, କପଲମାନଙ୍କ ମଧ୍ୟରୁ ଅନେକ ରାତିରେ ଶୋଇବାକୁ ଯିବା ପୂର୍ବରୁ ମୋବାଇଲ୍‌ କିମ୍ବା ଲାପଟପ୍‌ ଧରି ବସିପଡ଼ନ୍ତି। ଏହା ଦୁଇଜଣଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରିଥାଏ। ତେଣୁ ଏହି ସମୟରେ ଡିଭାଇସ୍‌ ଆଦୌ ବ୍ୟବହାର ନ କରି ଆପଣଙ୍କ ମୂଲ୍ୟବାନ ସମୟ ବିତାନ୍ତୁ। କାରଣ, ଏହି ସମୟ ଆପଣ ଦୁଇଜଣଙ୍କର ଅଟେ। ଦିନସାରା କ’ଣ କ’ଣ ହୋଇଛି, ପରଦିନ କ’ଣ କ’ଣ କରିବେ, ଏ ସବୁ ବିଷୟରେ ଆପଣ ଉଭୟ ଉଭୟଙ୍କୁ କହିପାରିବେ।

couple2

ଦୁଇଜଣଙ୍କ ମଧ୍ୟରେ ଏପରି ବଣ୍ଡିଂ ବା ନିବିଡ଼ତା ରହିବା ଉଚିତ, ଯେପରି ଦୁହେଁ ଦୁହିଁଙ୍କ ଈଶାରାକୁ ବୁଝିପାରିବେ। ଜଣେ କହିଲେ, ଆଉ ଜଣେ ବୁଝିପାରିବା ଭଳି ସମ୍ପର୍କ ଗଢ଼ନ୍ତୁ। ପାର୍ଟନରଙ୍କ ବିଶ୍ୱାସ ଜିତିବା ବହୁତ ଜରୁରୀ ଅଟେ। ଯଦି ଆପଣ ଚାହୁଁଛନ୍ତି କି, ନିଜ ପାର୍ଟନରଙ୍କ ସମସ୍ତ ସମସ୍ୟା ବିଶେଷକରି ସେକ୍ସ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଖୋଲିକି କଥାବାର୍ତ୍ତା ହେବେ, ତେବେ ଏହା ପୂର୍ବରୁ ପ୍ରଥମେ ତାଙ୍କ ବିଶ୍ୱାସ ଜିତନ୍ତୁ।

ଏହାସହ ପଢନ୍ତୁ: ଆପଣଙ୍କୁ ସୁସ୍ଥ ରଖିବ ‘ତମ୍ବା ମୁଦି’

ଶାରିରୀକ ସମ୍ବନ୍ଧ ବନାଇବା ପରେ ଏମିତି ନିବିଡ଼ତା ଆସିଥାଏ ଯେ, ହୁଏତ ଅନ୍ୟ ଦିନମାନଙ୍କରେ ଏହା ସମ୍ଭବ ହୋଇ ନ ଥାଏ।  ତେଣୁ ଏହି ସମୟରେ ପାର୍ଟନରଙ୍କ ପସନ୍ଦ, ନାସପନ୍ଦ ବିଷୟରେ କଥା କୁହନ୍ତୁ, ଯାହାକୁ କହିବାକୁ ଆପଣଙ୍କୁ ବାକି ସମୟରେ ମଉକା ମିଳି ନ ଥାଏ। ଏକ ଗବେଷଣା ଅନୁଯାୟୀ, ଯେଉଁ କପଲ ଶାରିରୀକ ସମ୍ପର୍କ ପରେ କଥାବାର୍ତ୍ତା ହୁଅନ୍ତି, ସେମାନେ ଅଧିକ ଖୁସି ଏବଂ ସନ୍ତୁଷ୍ଟ ଦେଖିବାକୁ ମିଳନ୍ତି।

coupls5

କେବେ ବି ବିଛଣାରେ ଶୋଇବାକୁ ଗଲା ବେଳେ କିମ୍ବା ଶୋଇବାକୁ ଯିବା ପୂର୍ବରୁ ନିଜ ପାର୍ଟନରଙ୍କ ସହିତ ଅଭିଯୋଗ ଆଣିଲା ଭଳି କଥା ହୁଅନ୍ତୁ ନାହିଁ। ଧରିନିଅନ୍ତୁ, ଦିନସାରା ଆପଣ କାମ ପରେ ବହୁତ ଥକ୍କି ଯାଇଛନ୍ତି, ହେଲ ଶୋଇବା ସମୟରେ ପାର୍ଟନରଙ୍କୁ ‘ଗୁଡ୍‌ ନାଇଟ୍‌’ କହିବାକୁ ଆଦୌ ଭୁଲନ୍ତୁ ନାହିଁ। କେବଳ ସେତିକି ନୁହେଁ, ଗୁଡ୍‌ ନାଇଟ୍‌ କିସ୍‌ ମଧ୍ୟ ନିଶ୍ଚିତ ଦେବା ଉଚିତ। ଏମିତି କଲେ, ଆପଣଙ୍କ ସମ୍ପର୍କ ଆହୁରି ମଜଭୁତ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.