ଭୋଜନରେ ଅତ୍ୟଧିକ ଲୁଣ ଖାଇବା ମସ୍ତିସ୍କକୁ ପହଞ୍ଚାଇଥାଏ କ୍ଷତି, ହୋଇପାରେ ଡିମେନସିଆ ରୋଗ

ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଖାଦ୍ୟରେ ଲୁଣ ଅଂଶ ବଢ଼ିଯାଇଛି । ଏଇଥିପାଇଁ କି ଆମେ ଅଧିକାଂଶ ସମୟରେ ଜଙ୍କ୍‌ ଫୁଡ ଓ ପ୍ରୋସେସ ଫୁଡ ଖାଇଥାଉ । ଯେଉଁଥିରେ ଲୁଣର ବ୍ୟବହାର ଅଧିକ ହୋଇଥାଏ । ଖାଦ୍ୟରେ ଅଧିକ ଲୁଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏଥିପାଇଁ ଡିମେନସିଆ ଓ ଆଲଜାଇମର ବା ସ୍ମୃତି ବିଭ୍ରମ ବା ଭୁଲା ରୋଗ ହୋଇଥାଏ । କିଛି ଗବେଷଣାରୁ ଜଣାଯାଇଛି ଯେ ଅଧିକ ଲୁଣ ସେବନ ମଧ୍ୟ ବ୍ଲଡ ପ୍ରେସର,ହାର୍ଟ ରୋଗ, ଷ୍ଟ୍ରୋକ ଆଦି ବିପଦ ବଢ଼ାଇଥାଏ ।

କ’ଣ ଡିମେନସିଆ ରୋଗ

• ସ୍ମରଣ ଶକ୍ତି ଦୁର୍ବଳ ହେବା

• କଥା ହେବା ସମୟରେ ଅଧିକାଂଶ ଶବ୍ଦ ମନେ ନ ପଡିବା

• ଦେଖିବାରେ ମଧ୍ୟ ଅସୁବିଧା ହେବା

• ଯୁକ୍ତି କରିବାରେ ଅସୁବିଧା ହେବା

• କଠିନ କାମକୁ କରିବାରେ ଅସୁବିଧା

• କିଛି ଯୋଜନା କରିବାରେ ଅସୁବିଧା

• ଭ୍ରମ ଓ ଭୁଲିଯିବା ସମସ୍ୟା

କେମିତି ଲୁଣ ଖାଇବା କମାଇବେ

ଆପଣ ଲୁଣର କମ ମାତ୍ରା ବ୍ୟବହାର କରିପାରିବେ । ନଚେତ ସ୍ୱାଦ ପାଇଁ ଏହା ସ୍ଥାନରେ କିଛି ଅନ୍ୟ ଜିନିଷ ପକାଇ ପାରିବେ । ଯେମିତି କି ରସୁଣ, କଳା ମରିଚ, ଭିନେଗାର, ଅଦା ଆଦି ପକାଇ ପାରିବେ । ଯାହା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.