ଲାଇଫ୍ ଷ୍ଟାଇଲ୍

ତ୍ୱଚାରେ ଉଜ୍ଜ୍ୱଳତା ଆଣିବ ଫୁଲରେ ତିଆରି ଫେସ୍‌ ମାସ୍କ, ଜାଣନ୍ତୁ ବ୍ୟବହାର କରିବେ କେଉଁ ଫୁଲ

ଅନେକ ଲୋକଙ୍କୁ ଗାର୍ଡେନିଙ୍ଗ କରିବା ପାଇଁ ବହୁତ ଭଲ ଲାଗେ । ତେଣୁ ସେମାନେ ନିଜ ଘର ବଗିଚାରେ ଅନେକ ପ୍ରକାରର ଫୁଲ ଲଗାନ୍ତି । କିନ୍ତୁ ଏହି ଫୁଲଗୁଡ଼ିକ କେବଳ ଆପଣଙ୍କ ବଗିଚାର ସୌନ୍ଦର୍ଯ୍ୟକୁ ବଢ଼ାଏ ତାହା ନୁହେଁ ବରଂ ଆପଣଙ୍କ ଚେହେରାକୁ ମଧ୍ୟ ଚମକାଇବାରେ ସାହାଯ୍ୟ କରିଥାଏ । ଆପଣ ଏହି ଫୁଲକୁ ବ୍ୟବହାର କରି ଆପଣଙ୍କ ଚେହେରାକୁ ଆହୁରି ସୁନ୍ଦର କରି ପାରିବେ ।

ଆପଣଙ୍କ ଘର ବଗିଚାରେ ଲଗାଯାଇଥିବା ଏହି ଚାରୋଟି ଫୁଲକୁ ବ୍ୟବହାର କରି ଆପଣ ପ୍ରାକୃତିକ ଫେସ୍‌ ମାସ୍କ ତିଆରି କରିପାରିବେ । ଏହି ଫୁଲ ଆପଣଙ୍କ ତ୍ୱଚାକୁ ଚମକାଇବା ସହ ସତେଜ କରିବାରେ ସାହାଯ୍ୟ କରିବ । ତେବେ କେଉଁ ଫୁଲ ବ୍ୟବହାର କରି ଆପଣ ଫେସ୍‌ ମାସ୍କ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା ।

ବର୍ତ୍ତମାନ ପ୍ରତ୍ୟେକ ଲୋକଙ୍କ ଘରେ ଗୋଲାପ ଗଛ ଲଗାଯାଉଛି । ତେବେ ଗୋଲାପ ଫୁଲର ଫେସ୍‌ ପ୍ୟାକ୍ ଆପଣଙ୍କ ଚେହେରାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ୨ ବଡ଼ ଚାମଚ ପ୍ରାକୃତିକ ଗୋଲାପ ଜଳ, ୧ ବଡ଼ ଚାମଚ ମହୁ ଏବଂ ଦହି ନିଅନ୍ତୁ । ପରେ ଏହି ସମସ୍ତ ଜିନିଷକୁ ମିଶାଇ ଦିଅନ୍ତୁ । ଏହି ଫେସ୍‌ ପ୍ୟାକ୍‌ କୁ ମୁହଁରେ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ ଏବଂ ଉଷୁମ ପାଣିରେ ମୁହଁକୁ ସଫା କରନ୍ତୁ ।

ଲାଭେଣ୍ଡର ଫେସ୍ ପ୍ୟାକ୍ ତିଆରି କରିବା ପାଇଁ ଏହାର ଶୁଖିଲା ଫୁଲକୁ ନେଇ ଗ୍ରାଇଣ୍ଡିଂ କରନ୍ତୁ । ପରେ ଲାଭେଣ୍ଡର ତେଲ, ମହୁ ଏବଂ ଦହିକୁ ମିଶାନ୍ତୁ ଏବଂ ଏହି ପେଷ୍ଟକୁ ମୁହଁରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ । ପରେ ଏହାକୁ ଉଷୁମ ପାଣିରେ ସଫା କରନ୍ତୁ ।

ମନ୍ଦାର ଏପରି ଏକ ଫୁଲ, ଯାହା ଘରେ ଘରେ ହୋଇଥାଏ । ଏହି ଫୁଲର ଉପକାରିତା ମଧ୍ୟ ବହୁତ ରହିଛି । ଏହା ଉଭୟ ଚର୍ମ ଏବଂ କେଶ ପାଇଁ ଭଲ ହୋଇଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ମନ୍ଦାର ଫୁଲକୁ ଶୁଖାଇ ଗ୍ରାଇଣ୍ଡିଂ କରନ୍ତୁ । ଏହା ପରେ ଗୋଟିଏ ଚାମଚ୍‌ ମହୁ ଏବଂ ୧ ଚାମଚ ଦହି ମିଶାନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ମୁହଁରେ ୧୫ ପର୍ଯ୍ୟନ୍ତ ମିନିଟ୍ ଲଗାନ୍ତୁ ଏବଂ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ ।

ଟଗର ଫୁଲର ଫେସ୍‌ ମାସ୍କ ତିଆରି କରିବା ପାଇଁ ଏହାର ପତ୍ରକୁ ଗ୍ରାଇଣ୍ଡିଂ କରନ୍ତୁ । ପରେ ଏଥିରେ ଗୋଟିଏ ବଡ଼ ଚାମଚ ମହୁ ଏବଂ ଆଲୋଭେରା ଜେଲ୍‌ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାଇ ମୁହଁରେ କିଛି ମିନିଟ୍ ପାଇଁ ଲଗାଇ ରଖନ୍ତୁ । ଏହି ଫେସ୍ ପ୍ୟାକ୍ ଚେହେରାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ ।

Subhalaxmi Das

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 min ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

9 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

26 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

58 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago