ଏବେଠୁ ଚର୍ମରେ କୁଞ୍ଚନ ଆସିଲାଣି କି? ତ ଏହି ସୁପରଫୁଡ୍‌ସ ଖାଇ ଚେହେରାକୁ କରନ୍ତୁ ଯୁବା

ବୟସ ବଢ଼ିବା ସହିତ ଚେହେରାରେ କୁଞ୍ଚନ ଆସିବା ସାଧାରଣ କଥା। କିନ୍ତୁ ଅନେକ ବାର ସମୟ ପୂର୍ବରୁ ଏଭଳି ଏଜିଙ୍ଗ୍‌ ସାଇନ ବା ବୟସାଧିକ ଚିହ୍ନ ଦେଖା ଯିବାକୁ ଲାଗିଥାଏ, ଯଦ୍ଦ୍ଵାରା ଆମେ ଲଜ୍ଜା ଅନୁଭବ କରିବା ସହିତ ଲୋ କନ୍‌ଫିଡେନ୍ସର ସାମ୍ନା କରିଥାଉ। ସାଧାରଣତଃ ଖରାପ ଲାଇଫ୍‌ଷ୍ଟାଇଲ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଯୋଗୁ ଲୋକେ ସମୟ ପୂର୍ବରୁ ବୁଢ଼ା ଦେଖାଯିବାକୁ ଲାଗି ଥାଆନ୍ତି। କିନ୍ତୁ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। କାହିଁକି ନା, କିଛି ସୁପରଫୁଡ୍‌ ଖାଇ ଆପଣ ନିଜ ଚେହେରାକୁ ପୁଣି ଥରେ ଯୁବା କରି ପାରିବେ।

ଏଭୋକାଡୋ: ଏଥିରେ ପୋଟାସିୟମ୍‌, ଭିଟାମିନ ଏ, ଭିଟାମିନ ବି, ଭିଟାମିନ୍‌ ସି ଭଳି ଗୁରୁତ୍ୱପୂର୍ଣ୍ଣ ନ୍ୟୁଟ୍ରିଏଣ୍ଟସ୍‌ ଭରି ରହିଛି। ଏଥିରେ ଫ୍ୟାଟି ଏସିଡ୍‌ ମଧ୍ୟ ରହିଛି, ଯାହା ଶୁଷ୍କ ତଥା ରୁକ୍ଷ ତ୍ୱଚାକୁ ନରମ ତଥା ମୁଲାୟମ କରି ଦେଇଥାଏ। ଏଥି ସହିତ ଏଭୋକାଡୋ ସେବନ କଲେ, ମୃତ ସ୍କିନ୍‌ ସେଲ୍ସ ହଟି ଯାଇଥାଏ ଏବଂ ଚେହେରାରେ ଅଜବ ପ୍ରକାରର ଉଜ୍ଜ୍ୱଳତା ଆସି ଯାଇଥାଏ।

ପାଳଙ୍ଗ: ପାଳଙ୍ଗ ଖାଇବାକୁ କିଏ ବା ଭଲ ନ ପାଏ। ଏହା ଏକ ଉତ୍ତମ ପତ୍ରଯୁକ୍ତ ପରିବା। ଏଥିରେ ହାଇଡ୍ରେଟିଙ୍ଗ୍‌ ଏବଂ ଆଣ୍ଟି ଆକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ, ଯାହା ସ୍କିନ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ପାଳଙ୍ଗ ଖାଇଲେ ତ୍ୱଚାରେ ପାଣିରେ ଅଭାବ ରହି ନ ଥାଏ ଏବଂ କୋଲେଜନ ପ୍ରଡକ୍ସନ ମଧ୍ୟ ବଢ଼ିଆ ହୋଇଥାଏ। ଆପଣ ଏହାକୁ ସାଲାଡ୍‌, ପନିପରିବା ତରକାରୀ, ସୁପ୍‌ କିମ୍ବା ଜୁସ୍‌ ଆକାରରେ ସେବନ କରି ପାରିବେ।

କନ୍ଦମୂଳ: କନ୍ଦମୂଳକୁ ସାଧାରଣତଃ ଲୋକେ ସିଝାଇ କିମ୍ବା କ୍ଷୀରରେ ପକାଇ ଖାଇ ଥାଆନ୍ତି। କିନ୍ତୁ ବୋଧେ ଆପଣ ଜାଣି ନ ଥିବେ ଯେ ଏହା ଦ୍ୱାରା ତ୍ୱଚାରେ କଷାପଣ ଆସି ଯାଇଥାଏ। କନ୍ଦମୂଳ ଖାଇବା ଦ୍ୱାରା ମଳିନ ପଡ଼ି ଯାଇଥିବା ଚେହେରାର ରଙ୍ଗ ପୁଣିଥରେ ଫେରି ଆସିଥାଏ ଏବଂ ଫେସ୍‌ ଉଜ୍ଜ୍ୱଳ ଦେଖାଯାଇଥାଏ। ତେଣୁ ଯେଉଁମାନେ ସ୍କିନ୍‌ ସମସ୍ୟାକୁ ନେଇ ଚିନ୍ତିତ, ସେମାନେ କନ୍ଦମୂଳ ସେବନ କରି ପାରିବେ।

ଅମୃତଭଣ୍ଡା: ଅମୃତଭଣ୍ଡାରେ ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଭଲ ମାତ୍ରାରେ ମିଳିଥାଏ, ଯାହା କମ୍‌ ବୟସରେ ଆସିଥିବା ଚର୍ମ କୁଞ୍ଚନକୁ ଦୂରେଇ ଦେଇଥାଏ। ଅମୃତଭଣ୍ଡାରେ ଭିଟାମିନ୍‌ ଏ, ଭିଟାମିନ୍‌ ସି, ଭିଟାମିନ ଇ ଭଳି ପୋଷକ ତତ୍ତ୍ୱ ଭରି ରହିଛି। ଏହି ପରିବା ଫ୍ରି ରେଡିକଲ୍ସର ପ୍ରଭାବକୁ କମ୍‌ କରି ଦେଇଥାଏ, ଯଦ୍ଦ୍ଵାରା ଚେହେରା ଯୁବା ଭଳି ନଜର ଆସିଥାଏ।

You might also like