ଚେହେରାର ଚିହ୍ନ, ଦାଗ ଦୂର କରିବ ବାଇଗଣ! ଫେସ୍‌ରେ ଆସିବ ଜବରଦସ୍ତ ଉଜ୍ଜ୍ୱଳତା…ଏମିତି କରନ୍ତୁ ବ୍ୟବହାର

ଯଦି ଚେହେରାରେ ବାରମ୍ବାର ବ୍ରଣ ହେଉଛି, ତ ଏହା ସ୍କିନ୍‌ରେ ଗୁରୁତର ଚିହ୍ନ, ଦାଗ ସୃଷ୍ଟି କରିପାରେ, ଯାହା କି ସହଜରେ ପିଛା ଛାଡ଼ି ନ ଥାଏ। ଯଦି କେହି ବି ଏହି ସମସ୍ୟାରେ ପୀଡ଼ିତ ଥାଆନ୍ତି, ତ ସେମାନଙ୍କୁ ଅନେକ ବାର ଲୋକଙ୍କ ସାମ୍ନାରେ କମ୍‌ ଆତ୍ମବିଶ୍ୱାସ ଏବଂ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଫେସ୍‌ର କଳା ଦାଗକୁ ଦୂର କରିବା ପାଇଁ ଜରୁରୀ ନୁହେଁ ଯେ ଆପଣ ମହଙ୍ଗା ପ୍ରଡକ୍ଟସ୍‌ ହିଁ ବ୍ୟବହାର କରିବେ। କାହିଁକି ନା, ଏକ ଖାସ୍‌ ଘରୋଇ ଉପାୟରୁ ମଧ୍ୟ ଆପଣଙ୍କର ଏହି ସମସ୍ୟା ଦୂର ହୋଇପାରିବ। ଆସନ୍ତୁ ଜାଣିବା, ବାଇଗଣ ଆମକୁ କେଉଁ କାମରେ ସାହାଯ୍ୟ କରିପାରିବ।

ଫେସ୍‌ ପାଇଁ ଲାଭଦାୟକ ହୋଇଥାଏ ବାଇଗଣ

ସାଧାରଣତଃ ଆମେ ତରକାରୀ କିମ୍ବା ଭର୍ତ୍ତା ବନାଇବା ପାଇଁ ବାଇଗଣ ବ୍ୟବହାର କରିଥାଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ବାଇଗଣର ପ୍ରୟୋଗ ଚେହେରାର ସୁନ୍ଦରତା ବଢ଼ାଇବା ପାଇଁ ମଧ୍ୟ କରାଯାଇ ପାରିବ? ଯଦି ଆପଣ ବାଇଗଣକୁ ଅଲଗା ଅଲଗା ତରିକାରେ ବ୍ୟବହାର କରିବେ, ତ ଏହା ଚେହେରାରେ ଥିବା ଗଭୀର ଚିହ୍ନ, ଦାଗକୁ ବି ଦୂର କରିପାରିବ।

ସନ୍‌ ବର୍ଣ୍ଣରୁ ବଞ୍ଚାଇବ ବାଇଗଣ

ଗ୍ରୀଷ୍ମରେ ପ୍ରବଳ ଖରା ଓ ଗରମ ପବନ ଯୋଗୁ ଫେସ୍‌ରେ ଟ୍ୟାନିଂ ଏବଂ ସନ୍‌ ବର୍ଣ୍ଣ ସମସ୍ୟା ସୃଷ୍ଟି ହୋଇଥାଏ। ଏମିତିରେ ବାଇଗଣ ରସ ଆପଣଙ୍କ ସମସ୍ୟାଗୁଡ଼ିକୁ ଦୂର କରି ପାରିବ। ଏହି ରସରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍‌ ମିଳିଥାଏ, ଯାହା ତ୍ୱଚାର ଜ୍ୱଳନକୁ ଦୂର କରିବାର କାମ କରିଥାଏ।

ଚେହେରାକୁ କରିବ ନରମ

ଚେହେରା ଉପରେ ସାଧାରଣତଃ ପ୍ରଦୂଷଣ ଏବଂ ଏଣୁତେଣୁ ଖାଇବାର ଖରାପ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ସ୍କିନ୍‌ ରୁକ୍ଷ ତଥା ଶୁଷ୍କ ହୋଇ ଯାଇଥାଏ। ତେବେ ବାଇଗଣରେ ପାଣିର ମାତ୍ରା ୯୦ ପ୍ରତିଶତରୁ ଅଧିକ ରହିଥାଏ। ଏଥିପାଇଁ ସ୍କିନକୁ ହାଇଡ୍ରେଟ୍‌ ରଖିବାରେ ଏହା ସାହାଯ୍ୟ କରିଥାଏ, ଯଦ୍ଦ୍ଵାରା ଚେହେରା ନରମ ହୋଇଯାଇଥାଏ।

ଆଣ୍ଟି ଏଜିଙ୍ଗ୍‌ କ୍ୱାଲିଟି

ବୟସ ବଢ଼ିବାର ପ୍ରଭାବକୁ ରୋକିବା ବହୁତ ମୁସ୍କିଲ ହୋଇଥାଏ। ଏମିତିରେ ଆପଣ ବାଇଗଣର ଫେସ୍‌ ମାସ୍କ ପ୍ରସ୍ତୁତ କରି ପାରିବେ। ଏହି ପରିବାରେ ଆଣ୍ଟି ଆକ୍ସିଡାଣ୍ଟ ରହିଛି, ଯାହା ଫ୍ରି ରେଡିକଲ୍ସ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ଏହି ଫେସ୍‌ ମାସ୍କ ବ୍ୟବହାର ଦ୍ୱାରା ଚେହେରା ଯୁବା ଦେଖାଯାଇଥାଏ ଏବଂ ଜବରଦସ୍ତ ଉଜ୍ଜ୍ୱଳତା ମଧ୍ୟ ଆସିଯାଇଥାଏ। ଏଥି ସହିତ ଚିହ୍ନ, ଦାଗ ଦୂର ହୋଇ ଏହା ଚେହେରାକୁ ଆକର୍ଷଣୀୟ କରିଥାଏ।

Leave A Reply

Your email address will not be published.