ଫ୍ୟାଟି ଲିଭର ବା ଯକୃତ ଜନୀତ ରୋଗ: ଆପଣଙ୍କ ପାଖରେ ଦେଖାଯାଉଥିବା ଏହି ସବୁ ଲକ୍ଷଣ ହୋଇ ପାରେ ଲିଭର ଡ୍ୟାମେଜ ର କାରଣ , ହୋଇ ଯାଆନ୍ତୁ ସତର୍କ

ଯେତେବେଳେ କେହି ଫ୍ୟାଟି ଲିଭର ରୋଗ ବିଷୟରେ ଶୁଣନ୍ତି, ସେତେବେଳେ ସମସ୍ତେ ଭାବନ୍ତି ଯେ ଅଧିକ ମଦ ପିଇବା ଦ୍ୱାରା କିମ୍ବା ଅଧିକ ମାଦକ ଦ୍ରବ୍ୟ ଶେବନ କରିବା ଦ୍ୱାରା ହିଁ ଲିଭର ଜନିତ ରୋଗରେ ଲୋକେ ଆକ୍ରାନ୍ତ ହୋଇ ଥାଆନ୍ତି । ଏହା ସହିତ କ୍ରନିକ ଡ୍ୟାମେଜ ମଧ୍ୟ ହୋଇଥାଏ କିନ୍ତୁ ଏହା ପରେ ବି ଅନେକ ଲୋକେ ନନ୍‌ ଆଲକହଲିକ ଫ୍ୟାଟି ଲିଭର ଡିଜିଜ (NAFLD) ର ଶୀକାର ହୋଇଥାଆନ୍ତି ।
ତେବେ ଆପଣଙ୍କୁ ମଧ୍ୟ ଜାଣିବା ଦରକାର ଯେ ଏହି ରୋଗ ର ଲକ୍ଷଣ ସବୁ କ’ଣ ରହିଛି । କାରଣ ଖାଲି ମାଦକ ଦ୍ରବ୍ୟ ଶେବନ କରୁଥିବା ଲୋକେ ନୁହେଁ ନନ୍‌ ଆଲକହଲିକ ଲୋକଙ୍କ ଠାରେ ମଧ୍ୟ ଏହି ଲିଭର ଜନିତ ରୋଗ ଦେଖିବାକୁ ମିଳେ । ତେଣୁ ସମୟ ପୂର୍ବରୁ ଏହାର ଲକ୍ଷଣ ଜାଣି ପାରିଲେ ଆପଣ ହୁଏତ ଏହି ରୋଗର ଚିକିତ୍ସା କରିରିବେ ।

liver
Picture Credit – wiki

ତେବେ ଲିଭର ବା ଯକୃତ ହେଉଛି ଶରୀରର ସବୁଠାରୁ ବଡ ଏବଂ ଅତ୍ୟାବଶ୍ୟକ ଅଙ୍ଗ ମଧ୍ୟରୁ ଗୋଟିଏ ଯାହା ଖାଦ୍ୟ ହଜମ କରିବାରେ, ଶରୀରର ବିଷାକ୍ତ ପଦାର୍ଥ ବାହାର କରିବାରେ ଏବଂ ର ଶରୀରେ ଶକ୍ତି ସଂରକ୍ଷଣ କରିବାରେ ବା ଏନର୍ଜି ଷ୍ଟୋର କରିବାରେ ସାହାଯ୍ୟ କରେ । ତେବେ କିଛି ଲୋକଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏହି NAFLD,କ୍ରନିକ କଣ୍ଡିସନ ନୁହେଁ ଏବଂ ଡାକ୍ତରମାନେ ଏହି ରୋଗ ପାଇଁ ଏକ ନିର୍ଦ୍ଦିଷ୍ଟ ଚିକିତ୍ସାର ର ମଧ୍ୟ ପରାମର୍ଶ ଦିଅନ୍ତି ନାହିଁ । କାରଣ ଏହି ରୋଗ ସମସ୍ତଙ୍କ ଠାରେ ଏକା ପ୍ରକାର ଦେଖାଯାଇ ନଥାଏ ଓଏହାର ଲକ୍ଷଣ ମଧ୍ୟ ବେଳେ ଭିନ୍ନ ରହିଥାଏ ।

ଯଦି ଜଣେ ରୋଗୀଙ୍କର ଉଚ୍ଚ ରକ୍ତଚାପ କିମ୍ବା ହାଇ କୋଲେଷ୍ଟ୍ରଲ୍ ରହିଛି ତେବେ ଡାକ୍ତର ତାଙ୍କୁ, ଏହି ରୋଗକୁ ରୋକିବା ପାଇଁ ଓ ଶରୀରରେ ଚର୍ବି କଣ୍ଟ୍ରୋଲ କରିବା ପାଇଁ ମେଡିସିନ ଦେଇ ଥାଆନ୍ତି । ତେବେ ଲିଭର ଶରୀରର ସବୁଠାରୁ ବଡ ଏବଂ ଅତ୍ୟାବଶ୍ୟକ ଅଙ୍ଗ ହେବା ହେତୁ ଏହା ଖାଦ୍ୟ ହଜମ କରିବାରେର ସାହାଯ୍ୟ କରିଥାଏ । ଏହା ପରେ ମଧ୍ୟ ଲିଭର ରେ ମଧ୍ୟ କିଛି ପରିମାଣରେ ଫ୍ୟାଟ୍‌ ବା ଚର୍ବି ମଧ୍ୟ ରହିଥାଏ କିନ୍ତୁ ଅସୁବିଧା ସେତେବେଳେ ହୁଏ ଯେତେବେଳେ ଲିଭର ରେ ରହିଥିବା ଅଳ୍ପ ପରିମାଣ ଚର୍ବି ଧିରେ ଧିରେ ଅଧିକ ମାତ୍ରାରେ ବଢିବାରେ ଲାଗେ । କାରଣ ଏହା ଫ୍ୟାଟି ଲିଭର ରୋଗରେ ପରିଣତ ହୁଏ ।

ପୁଣି ଏହି ଫ୍ୟାଟି ଲିଭର ଡିଜିଜ ବା ରୋଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି

୧.ଆଲକହଲିକ ଫ୍ୟାଟି ଲିଭର ଡିଜିଜ
୨. ନନ୍‌ଆଲକହଲିକ ଫ୍ୟାଟି ଲିଭର ଡିଜିଜ

ଆପଣ ମଧ୍ୟ ଜାଣିଥିବେ ଯେ,ଯେତେବେଳେ ଜଣେ ଫ୍ୟାଟି ଲିଭର ରୋଗ ବା ଫ୍ୟାଟି ଲିଭର ଡିଜିଜ ବିଷୟରେ ଶୁଣେ, ଏହାକୁ ମଦ ପିଇବା କାରଣରୁ ହୋଇଥିବା ବୋଲି ଭାବି ଥାଆନ୍ତି । କାରଣ ଅଧିକାଂଶ ମଦ ପିଉଥିବା ବା ମାଦକ ଦ୍ରବ୍ୟ ବ୍ୟବହାର କରୁଥିବା ଲୋକଙ୍କ ଠାରେ ଲିଭର ଓ କିଡ୍ନି ଖରାପ ହେବାର ଆଶଂକା ଅଧିକ ରହିଥାଏ । ଏହା ଛଡା ମଦ ପିଇବା ସହିତ ଯଦି ସେମାନେ ଅଧିକ ତେଲ ମଶଲା ଯୁକ୍ତ ଖାଦ୍ୟ ଖାଇ ଥାଆନ୍ତି ତାଙ୍କ କ୍ଷେତ୍ରରେ ଏହା ଅଧିକ ପରିମାଣରେ ଦେଖାଯାଇଥାଏ, ଯାହା ତାଙ୍କ ପାଇଁ ଅଧିକ କ୍ଷତିକାରକ ହୋଇଥାଏ। କାରଣ ମଦ ଓ ସିଗାରେଟ ବା ଅନ୍ୟ ଯେକୌଣସି ମାଦକ ଦ୍ରବ୍ୟ ଲିଭର ପାଇଁ କ୍ଷତିକାରକ ବୋଲି ଏକ ରିସର୍ଚ୍ଚରୁ ଜଣା ପଡିଛି ।

ତେବେ ନନ୍‌ଆଲକହଲିକ ଫ୍ୟାଟି ଲିଭର ଡିଜିଜ, ମାଦକ ଦ୍ରବ୍ୟ ନେଉନଥିବା ଲୋକଙ୍କୁ ମଧ୍ୟ ହୋଇଥାଏ । ସେମାନେ ଅଧିକ ମିଠା ଖାଇବା ଦ୍ୱାରା, ଅଧିକ ତେଲ ମଶଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ତାଙ୍କ ପାଖରେ ଏହା ଦେଖାଯାଇଥାଏ। ଖାଲି ସେତିକି ନୁହେଁ ଶରୀରରେ ଚର୍ବିର ମାତ୍ରା ଅଧିକ ହେବା ଦ୍ୱାରା ମଧ୍ୟ ଫ୍ୟାଟି ଲିଭର ଡିଜିଜ୍‌ ହୋଇଥାଏ । କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଏହା ଏତେ ମାତ୍ରାରେ ବଢି ଯାଇଥାଏ ଯେ ଯାହା ତାଙ୍କ ପାଇଁ ମୃତ୍ୟୁର କାରଣ ହୋଇଥାଏ । ତେଣୁ ଏହି ରୋଗକୁ ସମୟ ପୂର୍ବରୁ ଚିହ୍ନି ତାର ନିରାକରଣ କରିବା ଉଚିତ୍‌ ।

ଆସନ୍ତୁ ଜାଣିବା ଏହି ରୋଗ ର ମୂଖ୍ୟ ଲକ୍ଷଣ ସବୁ କଣ:

ମାଦକ ଦ୍ରବ୍ୟ ବ୍ୟବହାର କରୁଥିବା ଓ ନ କରୁଥିବା ଲୋକଙ୍କ ଠାରେ ଦେଖାଯାଉଥିବା ଫ୍ୟାଟି ଲିଭର ଡିଜିଜ ଲକ୍ଷଣ ଗୁଡିକ ମୁଖ୍ୟତ ସମାନ ଥାଏ । ଲକ୍ଷଣ ଗୁଡିକ ହେଉଛି ବାରମ୍ବାର ଥକାପଣ ଅନୁଭବ ହେବା,କ୍ଲାନ୍ତି ଲାଗିବା ବା ନିଶ୍ୱାସ ନେବାରେ ଅସୁବିଧା ହେବା । ଏହା ସହିତ ତଳି ପେଟରେ ଯନ୍ତ୍ରଣା ଅନୁଭବ ହେବା ଓ ଅଣ୍ଟା ହାଡ ବିନ୍ଧିବା । ଓବିସିଟି, ଅଧିକ ଓଜନ ବଢିବା, ପେଟ ର ଚର୍ବି ଅଧିକ ହେବା ଓ ଅଣ୍ଟା କଷ୍ଟ ହେବା, ଶରୀରରେ ଅଧିକ ଫ୍ୟାଟ୍‌ ରହିବା, ହାଇପର ଟେନସନ, ଶରୀରର ଚର୍ମ, ଆଖି ଡୋଳା ହଳଦିଆ ଦେଖାଯିବା, ହାତର ପାପୁଲି ନାଲି ଦେଖାଯିବା,ଉଚ୍ଚ ରକ୍ତଚାପ,ଟାଇପ –୨ଡାଇବେଟିସ, ବେଳେବେଳେ ବାନ୍ତି ଲାଗିବା । ତେଣୁ ଆପଣଙ୍କ ପାଖରେ ଯଦି ଏଥିରୁ କୌଣସି ବି ଲକ୍ଷଣ ଦେଖାଯାଛି ତେବେ ତୁରନ୍ତ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଠିକ ଭାବେ ମେଡିସିନ ଖାଆନ୍ତୁ ।
ବଡକଥା ହେଉଛି ଆପଣ ପ୍ରଥମେ ନିଜ ଓଜନକୁ କମ କରିବା ପାଇଁ ଚେଷ୍ଟା କରନ୍ତୁ , ଯାହା ପାଇଁଆପଣଙ୍କୁ ଏକ୍ସରସାଜ ନିୟମିତ କରିବାକୁ ପଡିବ ।

ମାଏ କ୍ଲିନିକ ର ରିସର୍ଚ୍ଚ ଅନୁଯାୟୀ ପ୍ରଥମେ ଏହାର କୌଣସି ଲକ୍ଷଣ ଦେଖା ଯାଇନଥାଏ, କିନ୍ତୁ ଧିରେ ଧିରେ ଗୋଟେ ଗୋଟେ ଲକ୍ଷଣ ସାମ୍ନାକୁ ଆସେ । ଏହା ସହିତ ପ୍ରଥମେ ଆପଣଙ୍କୁ ନିଜର ରକ୍ତ ପରୀକ୍ଷା କରାଇ ନେବା ଉଚିତ୍‌ । ନିଜର ଡାଏଟ କୁ ମଧ୍ୟ ଠିକ ରଖିବାକୁ ପଡିବ । ତେଣୁ ରିସର୍ଚ୍ଚ ଅନୁଯାୟୀ ଆପଣ ନିଜ ଶରୀରର ଓଜନ କମାଇବା ଦ୍ୱାରା ଲିଭର ର ମଧ୍ୟ ଚର୍ବି କମ୍‌ ହୋଇଥାଏ, ଯାହାଦ୍ୱାରା ଏହି ରୋଗ କମିବାକୁ ଲାଗେ । ଏହା ସହିତ ଯେଉଁମାନେ ନିଶା ଦ୍ରବ୍ୟ ଶେବନ କରୁଛନ୍ତି ସେମାନେ ମଧ୍ୟ ଏହାଠାରୁ ଦୂରେଇ ରହିବା ଦରକାର ।