କଣ ଆପଣ ପୂର୍ବରୁ କେବେ ଖାଇଛନ୍ତି କି ଭେଜ ଫ୍ରାଏଡ ଏଗ ? ଶାକାହାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଏବଂ ସ୍ୱାଦିଷ୍ଟ ଖାଦ୍ୟ

ସାଧାରଣତଃ ଲୋକମାନେ ଶାକାହାରୀ ହୋଇଥାନ୍ତି ନଚେତ ମାଂସାହାରୀ । ଭେଜିଟେରିୟାନ ଏବଂ ନନଭେଜିଟେରିୟାନଙ୍କ ବ୍ୟତୀତ ଏକ ତୃତୀୟ ପ୍ରକାରର ଲୋକ ମଧ୍ୟ ରହିଥାନ୍ତି ଯିଏକି ଚିକେନ, ମଟନ ତ ଖାଇନଥାନ୍ତି କିନ୍ତୁ ଏଗ ବା ଅଣ୍ଡା ଖାଇଥାନ୍ତି । ତେବେ ଏମାନଙ୍କୁ ଏଗିଟେରିୟାନ କୁହାଯାଇଥାଏ । ଆଜିକାଲି ଭେଗାନ ଫୁଡ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଯଦି ଆପଣ ଶାକାହାରୀ ଏବଂ ଆପଣଙ୍କୁ ଅଣ୍ଡା ଖାଇବାକୁ ଇଛା ହେଉଛି ତାହେଲେ ଚିନ୍ତା କରନ୍ତୁ ନାହିଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଭେଜ ଫ୍ରାଏଡ ଏଗ ରେସିପି । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଭେଜ ଫ୍ରାଏଡ ଏଗ ।

ଆବଶ୍ୟକୀୟ ସାମଗ୍ରୀ

୨୫୦ଗ୍ରାମ ପନିର, ୪ ଚାମଚ କର୍ଣ୍ଣଫ୍ଲୋର, ୧ ଚାମଚ ବେସନ, ୧ ଚାମଚ ଦେଶୀଘିଅ, ଗୋଟିଏ ପିଆଜ, ଗୋଲମରିଚ ଗୁଣ୍ଡ, ତେଲ ଓ ଆବଶ୍ୟକ ଅନୁସାରେ ଲୁଣ ।

Image result for veg egg curry

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପ୍ୟାନରେ ଘିଅ ଗରମ କରି ସେଥିରେ ବେସନକୁ ହାଲକା ଭାଜିଦିଅନ୍ତୁ । ଗୋଟିଏ ପାତ୍ରରେ କିଛି ପନିର, ଅଧା ଚାମଚ କର୍ଣ୍ଣଫ୍ଲୋର ଏବଂ ଭାଜି ରଖିଥିବା ବେସନ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ ଏବଂ ଏହାକୁ ଛୋଟ ଛୋଟ ଗୁଳା କରି ଦିଅନ୍ତୁ ।
ବର୍ତ୍ତମାନ ପନିରକୁ ଗ୍ରେଟ କରି ସେଥିରେ କର୍ଣ୍ଣଫ୍ଲୋର ପକାଇ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ଏହାକୁ ବଡ଼ ବଡ଼ ଗୁଳା କରିଦିଅନ୍ତୁ । ଏବେ ପୂର୍ବରୁ ପ୍ରସ୍ତୁତ କରିଥିବା ଛୋଟ ଛୋଟ ଗୁଳାକୁ ଏହି ବଡ଼ ଗୁଳା ଭିତରେ ଭରି ଅଣ୍ଡା ଆକାରର ବନାଇ ଦିଅନ୍ତୁ । ବର୍ତ୍ତମାନ କଡେଇରେ ତେଲ ଗରମ କରି ସେଥିରେ ଉକ୍ତ ଅଣ୍ଡା ଗୁଡିକ ପକାଇ ଫ୍ରାଏ କରନ୍ତୁ । ଟିକିଏ ସୁନେଲି ରଙ୍ଗ ହୋଇଗଲା ପରେ ଏହାକୁ ବାହାର କରିଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଭେଜ ଫ୍ରାଏଡ ଏଗ । ଏହାକୁ ଆପଣ ଗରମ ଗରମ ଯେକୌଣସି ଚଟଣି ସହିତ ସର୍ଭ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.