ଗର୍ଭାବସ୍ଥା ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ବିଶେଷ ନିୟମ ଉପରେ ଧ୍ୟାନ ଦେବାକୁ ପଡିଥାଏ। ବିଶେଷ କରି ସେମାନଙ୍କର ଖାଦ୍ୟ-ପାନୀୟ ଏବଂ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଗର୍ଭାବାସ୍ଥା କାରଣରୁ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଯାଇଥାଏ। ଯେଉଁ କାରଣରୁ ବଦଳୁଥିବା ମୋସୁମୀରେ ଏହି ମହିଳାମାନଙ୍କର ଥଣ୍ଡା, ଜ୍ବର ବା ଅନ୍ୟ ଭାଇରାଲ ହେବାର ଭୟ ବଢ଼ିଯାଇଥାଏ।

ଯାହା ଆପଣଙ୍କ ଗର୍ଭସ୍ଥ ଶିଶୁ ପାଇଁ ଠିକ ନୁହେଁ। ଭର୍ଗବତୀ ମହିଳାଙ୍କୁ ଥଣ୍ଡା-ଜ୍ବର ହେବାର ସମ୍ଭାବନା ଅଧିକ ରହିଥାଏ, ଏହାଛଡା ନିମୋନିଆ, କାସ ବା ସାଇନସ ସଂକ୍ରମଣ ମଧ୍ୟ ହୋଇପାରେ। ଫ୍ଲୁ ଟୀକାକରଣ ଦ୍ବାରା ସଂକ୍ରମଣ ଏବଂ ଜଟିଳତାର ଭୟ କମ ହୋଇଥାଏ।

ରୋଗ ନିୟନ୍ତ୍ରଣ ଏବଂ ସିଡିସି ଅନୁସାରେ ଫ୍ଲୁ ଟୀକାକରଣ ନେବା ଦ୍ବାରା ଜନ୍ମର ଛଅ ମାସ ପର୍ଯ୍ୟନ୍ତ ଗର୍ଭବତୀ ମହିଳା ଏବଂ ତାଙ୍କ ଶିଶୁଙ୍କର ସୁରକ୍ଷାରେ ଏହା ସାହାଯ୍ୟ କରିଥାଏ। ଏଥିପାଇଁ ଗର୍ଭବତା ମହିଳାଙ୍କ ପାଇଁ ଟୀକାକରଣ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଗର୍ଭାବସ୍ଥାରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାର

-ହାତ ଧୋଇବା, ସଫା ସୁତୁରା ରହିବା

-ପର‌୍ୟ୍ୟାପ୍ତ ପରିମାଣରେ ନିଦ୍ରା ନେବା

-ସୁସ୍ଥ ଆହାର ଗ୍ରହଣ କରିବା

-ରୋଗାଗ୍ରସ୍ଥ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା

-ନିୟମିତ ବ୍ୟାୟାମ କରିବା

-ଚିନ୍ତାରୁ ଦୁରେଇ ରହିବା

ଯଦି ରୋଗରେ ପଡିଯାଇଛନ୍ତି ତେବେ ଏହି ନିୟମ ଉପରେ ଧ୍ୟାନ ରଖନ୍ତୁ

-ଅଧିକ ଅରାମ କରନ୍ତୁ।

-ତରଳ ପଦାର୍ଥ ଅଧିକପରିମାଣରେ ସେବନ କରନ୍ତୁ।

-ଯଦି ଆପଣଙ୍କୁ ଗଳାରେ କାଶ କିମ୍ବା ଗଳା ବସିଯାଇଥାଏ ତେବେ ଗରମ ପାଣି ସହିତ ଲୁଣ ମିଶାଇ କୁଳି କରନ୍ତୁ।

-ଗରମ ପାଣିରେ ସ୍ନାନ କରନ୍ତୁ।

-ଫୁଲିବାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ବା ବନ୍ଦ ନାକରୁ ଆରାମ ପାଇବାକୁ ଚାହୁଁଥିଲେ ଚିକେନ ସୁପକୁ ସେବନ କରନ୍ତୁ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

29 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

31 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

38 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

47 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

47 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago