ଛୁଆଙ୍କୁ ଖୁଆନ୍ତୁ ଘରେ ବନା ହୋଇଥିବା ସ୍ୱାଦିଷ୍ଟ ‘ରୁଟି ପିଜ୍ଜା’

ପିଜ୍ଜା ଖାଇବା କାହାକୁ ବା ପସନ୍ଦ ନୁହେଁ। କିନ୍ତୁ ଅଧିକାଂଶ ମା’ଙ୍କୁ ନିଜ ଛୁଆମାନଙ୍କୁ ବଜାରରେ ମିଳୁଥିବା ପିଜ୍ଜା ଖୁଆଇବାରେ ଡର ରହିଥାଏ। କିନ୍ତୁ ଥରେ ଭାବନ୍ତୁ, ଯଦି ଆପଣ ରୁଟିରେ ପିଜ୍ଜା ବନାଇବେ, ତା’ହେଲେ କେତେ ସୁଆଦିଆ ଲାଗିବ। ରୁଟି ପିଜ୍ଜା ବନାଇବାରେ ଅଧିକ ସମୟ ଲାଗି ନ ଥାଏ। ଆଜି ଆମେ ଆପଣଙ୍କୁ ରୁଟି ପିଜ୍ଜାର ପ୍ରସ୍ତୁତ ପ୍ରଣାଳୀ ବିଷୟରେ କହିବାକୁ ଯାଉଛୁ।

ସାମଗ୍ରୀ

-ମିକ୍ସଡ ହର୍ବସ- ୧/୪ ଛୋଟ ଚାମଚ

-ଅଲିଭ୍‌ସ- ୧୦ ଖଣ୍ଡ

-ମୋଟା ଲଙ୍କା- ୬ ଫଡ଼ା

-ଶିମଲା ଲଙ୍କା ଅଧା

-ରୁଟି ୧ଟି

-ଲହୁଣୀ- ୧/୨ ଛୋଟ ଚାମଚ

-ପିଆଜ ସସ୍‌- ୪ ଛୋଟ ଚାମଚ

-ପିଆଜ ଫାଳେ

-ମୋଜରେଲା ଚିଜ୍‌- ଅଧ କପ୍‌

-ଚିଲ୍ଲି ଫ୍ଲେକ୍ସ- ୧/୪ ଛୋଟ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଲହୁଣୀକୁ ଗରମ କରି ତା’ ଉପରେ ରୁଟିକୁ ହାଲୁକା ଗରମ କରନ୍ତୁ। ଏବେ ଆପଣ ଏହି ରୁଟି ଉପରେ ପିଆଜ ସସ୍‌ ପକାଇ ଭଲ ଭାବେ ଖେଳେଇ ଦିଅନ୍ତୁ। ବର୍ତ୍ତମାନ ରୁଟିରେ ପିଆଜ, ଅଲିଭ୍‌ସ ଖଣ୍ଡ, ଶିମଲା ଲଙ୍କା, ମୋଟା ଲଙ୍କାକୁ ଖେଳେଇ ଦିଅନ୍ତୁ। ଏବେ ଏହି ସବୁ ସାମଗ୍ରୀ ଉପରେ ମୋଜରେଲା ଚିଜ୍‌କୁ ଗ୍ରେଟ୍‌ କରି ପକାଇ ଦିଅନ୍ତୁ। ଏହାପରେ ଆପଣ ମିକ୍ସଡ ହର୍ବସ ଏବଂ ଚିଲ୍ଲି ଫ୍ଲେକ୍ସକୁ ପକାନ୍ତୁ। ବର୍ତ୍ତମାନ ଚିଜ୍‌ ମେଲ୍ଟ ହେବା ଯାଏ ଏହାକୁ ରାନ୍ଧନ୍ତୁ। ଏବେ ଆପଣଙ୍କର ‘ରୁଟି ପିଜ୍ଜା’ ପ୍ରସ୍ତୁତ ହୋଇଗଲା। ଏହାର ସ୍ଲାଇସ୍‌ କାଟି ସମସ୍ତଙ୍କୁ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.