କ୍ଲାନ୍ତ ଏବଂ ଚିନ୍ତା ଦୂର କରିବା ପାଇଁ ପ୍ରତ୍ୟେକ ଦିନ ୧୦ ମିନିଟ କରନ୍ତୁ ଏହି କାମ

ବ୍ୟସ୍ତ ବିବ୍ରତ ଜୀବନ ଶୈଳୀକୁ ନିୟନ୍ତ୍ରଣ କରିବା ସହଜ ହୋଇନଥାଏ। ଏନେଇ ଅନେକ ସମୟରେ ଷ୍ଟ୍ରେସ୍‌ ବଢ଼ିବା କାରଣରୁ ନିଦ ପୁରା ହୋଇନଥାଏ। ଏହା କାରଣରୁ ଦୁର୍ବଳତା ଲାଗିବା ସହ ଶରୀରରେ କଷ୍ଟ ହୋଇଥାଏ । ଘର କାମ ଏବଂ ଅଫିସ କାମରେ ଏଭଳି  ଚାପ ପଡ଼ିଥାଏ କି ନିଜର ଧ୍ୟାନ ରଖିବାକୁ ସମୟ ହୋଇନଥାଏ। ଯଦି ଆପଣ ଏହି ଭଳି ପରିସ୍ଥିତ ଦେଇ ଆପଣ ମଧ୍ୟ ଗତି କରୁଛନ୍ତି ଏବଂ ଏହାକୁ କିଭଳି ସାମ୍ନା କରିବେ ତାହା ଜାଣିପାରୁନାହାଁନ୍ତ  ତେବେ ଆମେ ଆପଣଙ୍କୁ ଏନେଇ କିଛି ସହଜ ଉପାୟ କହିବାକୁ ଯାଉଛୁ।

ବର୍ନ ଆଉଟ ଏବଂ ଷ୍ଟ୍ରେସ୍‌ ଦୁଇଟି ଅଲଗା ଅଲଗା ଜିନିଷ

fatigueନିଜର ଅସୁବିଧାର ସମାଧାନ ଖୋଜିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ବର୍ନ ଆଉଟ ବା ଅକ୍ରିୟାଶୀଳ ଏବଂ ଷ୍ଟ୍ରେସ୍‌ ମଧ୍ୟରେ କଣ  ଫରକ ରହିଛି ତାହା ଜାଣିବାକୁ ହେବ। ଅକ୍ରିୟାଶୀଳ ହେଲେ ରକ୍ତରେ କାର୍ପୋରେଟର ମାତ୍ରା ଦେଖିବାକୁ ମିଳିଥାଏ।  ଯେତେବେଳେ ଆପଣ ଅଧିକ କାମ କାରଣରୁ ଚିନ୍ତାରେ ରହିଥାନ୍ତି ଏବଂ ଆପଣଙ୍କୁ ସବୁ କିଛି ଶେଷ ହେବା ଭଳି ଲାଗିଥାଏ। ସେହି ସମୟରେ ଶରୀରରେ ଦୁର୍ବଳତା ଏହି ଭଳି ମାତ୍ରାରେ ପହଞ୍ଚିଯାଇଥାଏ, ଯେଉଁଠାରେ ଆପଣ ଏକ ଇଞ୍ଚି ଆଗକୁ ବଢି ପାରନ୍ତି ନାହିଁ ଏବଂ କିଛି କାମ କରିବାର ପରିସ୍ଥିତିରେ ରହିନଥାନ୍ତି। ଏହି ସମୟରେ  ଆପଣ କେବଳ ଶାରୀରିକ ରୂପରେ ନୁହେଁ ବରଂ ମାନସିକ ଏବଂ ଭାବନାତ୍ମକ ସ୍ତରରେ ମଧ୍ୟ ଦୁର୍ବଳ ହୋଇଯାଇଥାନ୍ତି। ଏହି ସ୍ଥିତିକୁ ବର୍ନଆଉଟ କୁହାଯାଇଥାଏ ଯେଉଁଥିରେ ଷ୍ଟ୍ରେସ୍‌ର ମାତ୍ରା ଅଧିକ ହୋଇଥାଏ।

ଷ୍ଟ୍ରେସ୍‌ କାରଣରୁ କାନ୍ଧ ଏବଂ ମୁଣ୍ଡରେ ଯନ୍ତ୍ରଣା ହୋଇଥାଏ

ଦୁନିଆରେ ୨୪ ପ୍ରତିଶତ ଲୋକ ବର୍ନଆଉଟରେ ପିଡ଼ିତ ଅଛନ୍ତି। ଲୋକମାନେ ଅଧିକ ପ୍ରେସର ନେବା କାରଣରୁ ସେମାନଙ୍କର କାନ୍ଧ, ଆଖି ଏବଂ ମୁଣ୍ଡରେ ଯନ୍ତ୍ରଣା ହୋଇଥାଏ। ଏହି ଭଳି ସମସ୍ୟା ପାଇଁ ପୂର୍ବରୁ ସାବଧାନ ନ ରହିଲେ ଏହାର ପ୍ରଭାବ ଛାତିରେ ପଡ଼ିଥାଏ  ଏବଂ ଏହା ଜୀବନ ମଧ୍ୟ ନେଇପାରେ।

କଣ ରହିଛି ଚିନ୍ତାକୁ ଦୂର କରିବାର ଉପାୟ

tirednessଶରୀରରେ କଷ୍ଟ ହେଉଥିବା ସମୟରେ ଏବଂ ବିଛଣାରୁ  ଉଠିବାକୁ ମନ ନହେଉଥିଲେ ଆପଣ ଜବରଦସ୍ତ ଉଠିବାକୁ ଚେଷ୍ଠା କରନ୍ତୁ ନାହିଁ। ଏହି ସମୟରେ  ବିଛଣାରେ କିଛି  ସମୟ ଶୋଇ ରିଲାକ୍ସ ହେବା ପରେ ଯୋଗର ଏକ ଆସନ ବିପରୀତ କରଣୀ କରନ୍ତୁ। ଏହି  ଆସନ ଏଭଳି ପରିସ୍ଥିତ ପାଇଁ ଲାଭକାରୀ ହୋଇଥାଏ।

ବିପରୀତ କରଣୀ ଯୋଗ

yogasanaଏଥିରେ ଆପଣ ଚଟାଣରେ ଶୋଇ ନିଜର ପାଦକୁ କାନ୍ଥରେ ସିଧା ରଖନ୍ତୁ  ଏବଂ ଶରୀରକୁ  ଏଲ ଆକାରର କରନ୍ତୁ। ଯେତେବେଳେ ଆପଣଙ୍କୁ ଶରୀରରେ ଏଭଳି ଯନ୍ତ୍ରଣାର ଅନୁଭବ ହୋଇଥାଏ ସେହି ସମୟରେ ଏହି ଯୋଗ ଆସନ କରିବା ପାଇଁ ଚେଷ୍ଟା କରନ୍ତୁ। ଏହି ଯୋଗ ଶରୀର ସହିତ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ। କୌଣସି ପ୍ରକାର ଦୁର୍ବଳତା ,  ଚିନ୍ତା ଏବଂ ବର୍ନଆଉଟ ରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦିନା ୧୦ମିନିଟ ଏହି ଯୋଗ ଆସନ କରନ୍ତୁ।