ଭାରତୀୟ ରୋଷେଇ ଘରେ ମେଥି ରହିବା ଏକ ସାଧାରଣ କଥା। ସେହିଭଳି ଔଷଧିୟ ଗୁଣରେ ଭରପୁର ହୋଇଥାଏ ମେଥି। ଏହାଦ୍ବାରା ଖାଲି ଶରୀରର ରୋଗ ଦୂର ହୋଇଥାଏ ତାହା ନୁହଁ ବରଂ ବିଉଟି ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦୂର ହୋଇଥାଏ। ଆର୍ୟୁବେଦ ଅନୁଯାୟୀ, ମେଥି କେଶ ପାଇଁ ବରଦାନ ଭାବେ ପ୍ରମାଣିତ। ଏହାର ସଠିକ୍ ବ୍ୟବହାର ଧଳା କେଶ ଏବଂ ଚନ୍ଦାପଣ ଆଦି ଅସୁବିଧାକୁ ଦୂର କରିଥାଏ।
-କେଶ ସୁସ୍ଥ ରଖିବା ପାଇଁ ସପ୍ତାହରେ ୨ ଥର ଲେଖାଁ ମେଥି ପାଣିରେ କେଶକୁ ସଫା କରନ୍ତୁ। ଏଥିପାଇଁ ମେଥିକୁ ରାତିସାରା ଭିଜାଇ ରଖିବା ପରେ ସେହି ପାଣିକୁ କେଶ ସଫାରେ ବ୍ୟବହାର କରନ୍ତୁ।
-୨ ଚାମଚ ମେଥିରେ କିଛି ଭୁଶୁଙ୍ଗା ପତ୍ର ମିଶାଇ ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ କେଶକୁ ଲଗାଇ କିଛି ସମୟ ରଖିବା ପରେ ତାହାକୁ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ନିୟମିତ ଭାବେ ଏପରି କରନ୍ତୁ ଦେଖିବେ କେଶ ଝଡ଼ିବା ବହୁ ମାତ୍ରାରେ କମ ହୋଇଯିବ।
-ପୋଟାସିୟମରେ ଭରପୁର ହୋଇଥାଏ ମେଥି। ଏଣୁ ଏହାର ବ୍ୟବହାର ଧଳା କେଶ ପାଇଁ ଆପଣ କରିପାରିବେ।
-ଏକ କପ୍ ମେଥିକୁ ରାତିରେ ଭିଜାଇ ରଖନ୍ତୁ। ପରେ ସକାଳେ ଏହାକୁ ବାଟି, ଲେମ୍ବୁ ରସ ଏବଂ ଦହି ମିଶାଇ ଏହାକୁ କେଶରେ ଲଗାନ୍ତୁ। ପ୍ରାୟ ୩୦ ମିନିଟ ପର୍ୟ୍ୟନ୍ତ ଏହାକୁ ରଖିବା ପରେ କେଶକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଏପରି ୨ଥର କରନ୍ତୁ। ଦେଖିବେ ରୁପିର ଅସୁବିଧା ଦୂର ହୋଇଯିବ।
-ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଆଜିକାଲି ଚନ୍ଦାପଣର ସମସ୍ୟା ଦେଖିବାକୁ ମିଳୁଛି। ଏହାକୁ ଦୂର କରିବା ପାଇଁ ମେଥିକୁ ଗୁଣ୍ଡ କରି ତାହାର ଲେପନ କେଶରେ ଲଗାନ୍ତୁ। କିଛି ଦିନ ମଧ୍ୟରେ ଆପଣ ଖୋଦ ଫରକ ଜାଣିପାରିବେ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…