ପିରିୟଡ୍ସ ଜଲଦି ହେବା ଭଲ ନା ଖରାପ, ଜାଣନ୍ତୁ ଶୀଘ୍ର ମାସିକଧର୍ମ ଦେଇଥାଏ କେଉଁ ସଂକେତ
ସାଧାରଣତଃ ମହିଳାମାନଙ୍କର ମାସିକ ଧର୍ମ ଏକ ସାଧାରଣ ପ୍ରକ୍ରିୟା, ଯେଉଁଥିରେ ଶରୀରର ଅପରିଷ୍କାର ରକ୍ତ ବାହାରିଥାଏ। ମହିଳାଙ୍କ ଜୀବନରେ ଏକ ଯନ୍ତ୍ରଣାଦାୟକ ସମୟ ହେଉଛି ମାସିକ ଧର୍ମ ବା ପିରିୟଡ୍ସ। ଏହି ସମୟରେ ମହିଳାଙ୍କ ଶରୀରରେ କେତେକ ପରିବର୍ତ୍ତନ ହେବା ସହ ଅସହ୍ୟ ଯନ୍ତ୍ରଣା ମଧ୍ୟ ହୋଇଥାଏ। ତେବେ ଏହି ପିରିୟଡସ କିଛି ଯୁବତୀଙ୍କର ଜଲଦି ହୋଇଥାଏ ତ ଆଉ କିଛି ଯୁବତୀଙ୍କର ବିଳମ୍ବରେ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଶୀଘ୍ର ମାସିକ ଧର୍ମ ବା ପିରିୟଡସ ଆସିବାର ଭୟ ବିଷୟରେ ଜଣାଇବୁ।
-ଜଲଦି ମାସିକ ଧର୍ମ ଆସିଲେ ଏହା ଅଧିକ କ୍ଷତିପୂର୍ଣ୍ଣ ହୋଇଥାଏ। ଟାଇପ-୨ ମଧମେହ ସହିତ ଏହା ଜଡିତ ଥାଏ। କିନ୍ତୁ ବଡି ମାସ ଇଣ୍ଡେକ୍ସ (ବିଏମଆଇ) ଏହାକୁ ରୋକିପାରେ।
-ଏକ ଅନୁସନ୍ଧାନ ଅନୁଯାୟୀ ମାସିକ ଧର୍ମ ବିଳମ୍ବରେ ହେଲେ ଏହା ଟାଇପ୨ ମଧୁମେହକୁ ୬ ପ୍ରତିଶତ କମ୍ କରିଥାଏ।
-ରିସର୍ଚ୍ଚରୁ ଜଣାପଡିଛି ଯେ ୧୪ ବର୍ଷରେ ମାସିକ ପିରିୟଡ୍ସ ହେବା ପରେ ଜୀବନରେ ମଧୁମେହ ଯୋଡି ହୋଇଯାଏ।
-ସେହିପରି ପିଲାଦିନରେ ଅନ୍ୟ କାରକ ଯଥା ପୋଷଣ ଏବଂ ବିଏମଆଇ ମଧ୍ୟ ଏହା ଯୋଡିହେବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
-ଟାଇପ-୨ ମଧୁମେହ ଦୁନିଆରେ ସାଧାରଣ ରୋଗ ମଧ୍ୟରୁ ଗୋଟିଏ ହୋଇଗଲାଣି। ୨୦୧୫ରେ ଏଥିରେ ବୈଶିକ ଭାବରେ ୨୦ ରୁ ୭୯ ବୟସରେ ୮.୮ ପ୍ରତିଶତ ଲୋକ ପ୍ରଭାବିତ ଥିଲେ ଏବଂ ୨୦୪୦ ପଯ୍ୟର୍ନ୍ତ ଏହା ୧୦.୪ ପ୍ରତିଶତ ଲୋକଙ୍କୁ ହେବାର ସମ୍ଭାବନା ରହିଛି।