ରାତିରେ ବତୁରାଇ ସକାଳୁ ଖାଆନ୍ତୁ ଏହି ୫ଟି ସୁପର ଫୁଡ, ଆପଣଙ୍କୁ ଛୁଇଁ ପାରିବନି କୌଣସି ରୋଗ

କିଛି ଖାଦ୍ୟକୁ ରାତି ସାରା ବତୁରାଈ ଖାଇଲେ ତାର ପୋଷାକ ତତ୍ତ୍ୱ ଅଧିକ ମାତ୍ରାରେ ବଢି ଯାଇଥାଏ । କାରଣ ଭିଜେଇବା ଦ୍ୱାରା ତାହା ଅଙ୍କୁରିତ ହୋଇଥାଏ ଓ ତାର ପୋଷାକ ତତ୍ତ୍ୱ ଶରୀରକୁ ଅତି ସହଜରେ ମିଳିପାରିଥାଏ । ଯେମିତିକି କଳା ଚଣାକୁ ରାତି ସାରା ବତୁରାଈ ଖାଇବା ଦ୍ୱାରା ଏହାର ଫାଇଦା ଅଧିକ ମାତ୍ରାରେ ମିଳିଥାଏ । ତେବେ ଆସନ୍ତୁ ଏମିତି କିଛି ସୁପର ଫୁଡ ଗୁଡିକ ବିଷୟରେ ଜାଣିବା ଯାହାକୁ ଭିଜେଇ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

super food

ମେଥି ଦାନା:

ଆମେ ସାଧାରଣତଃ ମେଥିଦାନାର ପ୍ରୟୋଗ ରୋଷେଇ ପ୍ରସ୍ତୁତିରେ ହିଁ ବ୍ୟବହାର କରିଥାଉ । ଏହା ସହ ଯେଉଁ ମାନଙ୍କର କୋଷ୍ଠ କାଠିନ୍ୟ ଜନିତ ସମସ୍ୟା ଥାଏ ସେମାନେ ବି ମେଥି ଦାନାକୁ ଏହି ପରି ଭାବେ ସେବନ କରି ପାରିବେ । ପିରିୟ୍ଡ଼ସ ଅସୁବିଧା ଥିବା ମହିଳା ମାନେ ବି ଏହାର ପ୍ରୟୋଗ କରି ପାରିବେ ।

super food

ପୋସ୍ତକ:

ରାତିରେ ଭିଜା ଯାଇଥିବା ପୋସ୍ତକ ସକାଳୁ ନଖ ଉଷୁମ ପାଣି ସହ ସେବନ କଲେ ଓଜନ ହ୍ରାସ ହେବା ସହ ଶରୀରକୁ ଅନ୍ୟାନ ଭିଟାମିନ ମିଳିଥାଏ । ଏଥିରେ ମହଜୂତ ଥିବା ଫୋଲେଟ, ଥାୟମିନ ଶରୀରକୁ ମିଳିଵା ସହ ଭିଟାମିନ- ବି ଶରୀରର ମେଟାବୋଲିସମ ଆକ୍ଟିଭିଟି ଠିକ ରଖିଥାଏ ।

Flax Seeds 101: Nutrition Facts and Health Benefits

ଫ୍ଲକ ସିଡ ବା ପେଷି:

ଆପଣ ଯଦି ହୃଦ ରୋଗ ଜନିତ ପୀଡିତ । ତେବେ ରାତିରେ କିଛି ପେଷି ବତୁରାଈ ସକାଳୁ ଖାଆନ୍ତୁ । ଏହା ସମ୍ପୂର୍ଣ ସାକାହାରୀ ଭୋଜନ ହୋଇଥିବା ବେଳେ ଏଥିରେ ଓମେଗା ୩ ଫ୍ୟାଟି ଏସିଡ ଭରପୁର ମାତ୍ରାରେ ଅଛି । ଏହାକୁ ଖାଇବା ଦ୍ୱାରା ବ୍ୟାଡ କୋଲେଷ୍ଟେରଲ ମାତ୍ରା କମି ଥାଏ ।

Namaskar S.A.C

କିସମିସ:

କିସମିସରେ ଶରୀର ଉପଯୋଗୀ ତତ୍ତ୍ୱ ଭରପୁର ମାତ୍ରାରେ ଥାଏ । ଏହାକୁ ରାତିରେ ବତୁରାଈ ସକାଳେ ଖାଲି ପେଟରେ ସେବନ କଲେ ରକ୍ତ ହୀନତା ସମେତ କିଡ୍ନୀ ଷ୍ଟୋନ ଜନିତ ସମସ୍ୟା ଦୂର ହୋଇଥାଏ । ଏହାକୁ ଆପଣ କ୍ଷୀରରେ ବତୁରାଈ ବି ଖାଇ ପାରିବେ ଢ ଶୁଖିଲା କିସମିସରେ ମାଗ୍ନେଶୀୟମ, ପୋଟାସିୟମ, ଆଇରନ ପ୍ରଚୁର ମାତ୍ରାରେ ଥାଏ । ଯାହାକି କ୍ୟାନ୍ସର ପରି ମାରାତ୍ମକ ରୋଗର ସେଲ ଗୁଡିକୁ ବଢିବାକୁ ଦିଏନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.