ବ୍ରେନର ମେମୋରୀ ବଢ଼ାଇଥାଏ ଏହି ସବୁ ଫୁଡ, ସୁସ୍ଥ ଓ ଆକ୍ଟିଭ ରହିବ ମସ୍ତିସ୍କ

ଆଜିକାଲିର ଜନସାଧାରଣମାନେ ମାନସିକ ରୋଗର ଅଧିକରୁ ଅଧିକ ଶିକାର ହେଉଛନ୍ତି । କରୋନା ମହାମାରୀ ପରେ ଏହି ସମସ୍ୟା ଆହୁରି ବଢି ବଢି ଚାଲିଛି । ଟେନ୍ସନ, ଚାପ, ଆଂଜ୍ଜାଇଟି କାରଣରୁ ଲୋକେ ଅଧିକ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି । ଛୋଟ ଛୋଟ କଥାରେ ଚିଡଚିଡ ହୋଇ ଉଠୁଛନ୍ତି । ଡିପ୍ରେସନ ର ଘଟଣା ମାନ କିଛି ଦିନ ହେବ ଯେମିତି ବୃଦ୍ଧି ପାଇବାରେ ଲାଗିଛି । ଆଉ ଏମିତି ଅମୟରେ ନିଜ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟବସ୍ଥାର ବି ଯତ୍ନ ନେବା ଉଚିତ । ଆପଣଙ୍କ ବ୍ରେନକୁ ସୁସ୍ଥ ଓ ଆକ୍ଟିଭ ରଖୁଥିବା ୫ଟି ସୁପର ଫୁଡ ବିଷୟରେ ଆଜି ଆମେ କହିବାକୁ ଯାଉଛୁ । ଆପଣ ଏଗୁଡ଼ିକୁ ନିଜ ଡାଏଟ ତାଲିକାରେ ନିଶ୍ଚିତ ଭାବେ ସାମିଲ କରନ୍ତୁ ।

୧. କଖାରୁ ମଞ୍ଜି:  

ମସ୍ତିସ୍କକୁ ସୁସ୍ଥ ରଖିବାରେ କଖାରୁ ମଞ୍ଜି ଖୁବ ସହାୟକ ହୋଇଥାଏ । ଏମିତିରେ ଦେଖିବାକୁ ଗଲେ ମଞ୍ଜି ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଲାଭଦାୟୀ କଖାରୁ ମଞ୍ଜି ହୋଇଥାଏ | ଏହା ଆପଣଙ୍କ ବ୍ରେନକୁ ସୁସ୍ଥ ଓ ଆକ୍ଟିଭ କରିଥାଏ । ଏମିତିରେ କଖାରୁ ମଞ୍ଜିରେ ଜିଙ୍କ, ଆଣ୍ଟିଅକ୍ସିଡେଣ୍ଟ, ମ୍ୟାଗନେସିୟମ୍, କପର ଓ ଆଇରନ ଥାଏ | ଯାହା ବ୍ରେନକୁ ଅଧିକ ରୁ ଅଧିକ ଶକ୍ତି ଯୋଗାଇଥାଏ ।

food
image credit: The Times of India

୨. ଅଖରୋଟ:

ଅଖରୋଟର ଆକାର ଠିକ ମସ୍ତିସ୍କର ଆକାର ପରି ହୋଇଥାଏ । ଯାହାକି ମେଣ୍ଟାଲ ହେଲ୍ଥ ପାଇଁ ବେଶ ଫାଇଦା ଦାୟକ ହୋଇଥାଏ । ଆପଣ ପ୍ରତିଦିନ କିଛି କିଛି ଅଖରୋଟ ଖାଇବା ଅଭ୍ୟାସ କରନ୍ତୁ । ଅଖରୋଟରୁ ବ୍ରେନ ସୁସ୍ଥ ଓ ଅଧିକ ତେଜ ହୋଇଥାଏ । ଏମିତିରେ ଏଥିରେ କପର, ମାଙ୍ଗାନିଜ, ଓମେଗା 3 ଫ୍ୟାଟି ଏସିଡ, ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ଭରପୁର ମାତ୍ରାରେ ଥାଏ | ଯାହାକି ମାନସିକ ବିକାଶରେ ସହାୟକ ହୋଇଥାଏ ।

୩. ଡ଼ାର୍କ ଚକୋଲେଟ:

ପିଲାମାନଙ୍କୁ ଚକୋଲେଟ ବଦଳରେ ଡ଼ାର୍କ ଚକୋଲେଟ ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ଅନେକ ଲାଭ ମିଳିବ । ଡ଼ାର୍କ ଚକୋଲେଟରେ ଫ୍ଲାବୋନଏଡ ନାମକ ଆଣ୍ଟିଅକ୍ସିଏଣ୍ଟ ଥାଏ | ଯାହାକି ଷ୍ଟ୍ରେସ ଦୂର କରିଥାଏ ।

egg
image india; Be Brain fit

୪. ଅଣ୍ଡା:

ସାଧାରଣତଃ ଅଣ୍ଡାକୁ ସୁପରଫୁଡ କୁହାଯାଏ । ପ୍ରତିଦିନ ନିହାତି ଗୋଟିଏ ଅଣ୍ଡା ଖାଇବା ଉଚିତ । ଏହା ଦ୍ୱାରା ଶରୀରକୁ ପ୍ରୋଟିନ ମିଳିଥାଏ । ଅଣ୍ଡାରେ ଭିଟାମିନ ବି, କୋଲିନ ଭଳି ପୋଷକ ତତ୍ତ୍ୱ ଥାଏ ।

୫. ସବୁଜ ପନିପରିବା:

ସବୁଜ ପନିପରିବା ଖାଇବା ଦ୍ୱାରା ମସ୍ତିସ୍କ ସୁସ୍ଥ ରହିଥାଏ । ନିଜ ଡାଏଟରେ ସବୁଜ ପନିପରିବା ସାମିଲ କରିବା ଉଚିତ । ସବୁଜ ପନିପରିବା ମଧ୍ୟରେ ପାଳଙ୍ଗ, ବ୍ରୋକୋଲି ଆଦି ସବୁଠାରୁ ଅଧିକ ଲଭଦାୟୀ ହୋଇଥାନ୍ତି । ଏଥିରେ ଭିଟାମିନ କେ, ଫୋଲେଟ, ବିଟା କାରୋଟିନ ଓ ଲ୍ୟୁଟିନ ଅଧିକ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.