ପ୍ଲଟ୍ କିଣିବା ସମୟରେ ଏହି ୫ ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ, କରନ୍ତୁ ନାହିଁ ଅଣଦେଖା

ଆଜିର ଦୁନିଆରେ ସବୁ ମଣିଷର ସ୍ବପ୍ନ ଯେ ତାର ନିଜର ଘର କିମ୍ବା ପ୍ଲଟ ରହିଥାଉ। ଭଲ ଯାଗାଟେ କିଣିବା ପାଇଁ ବ୍ୟକ୍ତି ନିଜର ସବୁ ସଞ୍ଚୟ ଟଙ୍କାକୁ ଖର୍ଚ୍ଚ କରିଥାଏ। କିନ୍ତୁ ପ୍ଲଟ କିଣିବା ସମୟରେ ବାସ୍ତୁ ଶାସ୍ତ୍ରର ନିୟମକୁ ଅଣଦେଖା କରିଥାନ୍ତି। ଯାହା ପରେ ବହୁତ ପ୍ରକାରର ସମସ୍ୟା ନେଇ ଆସିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ପ୍ଲଟ କିଣିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବାକୁ ହେବ।
-ଯାଗା କିମ୍ବା ପ୍ଲଟ କିଣିବା ସମୟରେ ଏହି କଥାର ଯାଞ୍ଚ ନିହାତି କରିବା ଆବଶ୍ୟକ ଯେ ପ୍ଲଟ ପାଖରେ କୌଣସି ଶ୍ମସାନ ନଥିବା ଦରକାର। କାରଣ ଶ୍ମସାନ ପାଖରେ ଖରାପ ଆତ୍ମାର ପ୍ରଭାବ ରହିଥାଏ।
-ପ୍ଲଟ ପାଖରେ କୌଣସି ପୁରୁଣା କୂଅ ଥିବା ଉଚିତ ନୁହେଁ ନା କୌଣସି ବଡ ପୁରୁଣା ଅଟ୍ଟାଳିକା।
-ପ୍ଲଟ କିଣିବା ସମୟରେ ଏହା ଧ୍ୟାନ ରଖିବା ଆବଶ୍ୟକ ଯେ ଘରର ମୁଖ୍ୟ ଦ୍ବାର ଉତ୍ତର କିମ୍ବା ପୂର୍ବ ଦିଗକୁ ହେବା ଆବଶ୍ୟକ।
-କେବେବି ଖାଲ କିମ୍ବା ପୋଖରୀକୁ ପ୍ଲଟ ଭାବରେ କିଣନ୍ତୁ ନାହିଁ। ଏହାଦ୍ବାରା ଜୀବନ ସାରା ଆର୍ଥିକ ଏବଂ ମାନସିକ ଯନ୍ତ୍ରଣାର ସାମ୍ନା କରିବାକୁ ପଡିଥାଏ।
-ପ୍ଲଟ କିଣିବା ସମୟରେ ଏହା ଧ୍ୟାନ ରଖନ୍ତୁ ଯେ ଯେପରି ମୁଖ୍ୟ ଦ୍ବାର ଦକ୍ଷିଣକୁ ନ ହେଉଥିବ।