ଶୁଭ ଓ ଅଶୁଭର ମାନ୍ୟତା ବହୁ ପୁରାତନ କାଳରୁ ରହିିଛି। ଏହା ସମ୍ପର୍କରେ ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି। ଯାହାକୁ ଆଜି ବି ଅନେକ ଲୋକ ମାନନ୍ତି। ସାଧାରଣ ଭାବେ ଘର ପରିବାରରେ ଗୁରୁଜନମାନେ ଅନେକ କଥାକୁ ନେଇ ବାରଣ କରିଥାନ୍ତି। କିଛି କାମ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ଅନ୍ୟ କିଛି କାମ ଅଛି ଯାହାକୁ ଶାସ୍ତ୍ରରେ ଅନୁଚିତ ମନାଯାଇଛି। ତାକୁ କରିବା ଦ୍ୱାରା ଅଶୁଭ ହୋଇଥାଏ। ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିନଥାଏ । ତେବେ କଣ ଆପଣ ଜାଣିଛନ୍ତି ଏହିସବୁ ଅଶୁଭ କଥା ସମ୍ପର୍କରେ?
ଆମେ ପ୍ରତିଦିନ ଏପରି ଅନେକ କାମ କରିଥାଉ ଯାହା ଆମ କାମକୁ ସହଜ ତ କରିଥାଏ କିନ୍ତୁ ତାହାର ବ୍ୟବହାର ଅଶୁଭ ମନାଯାଏ। ଜାଣିବା ପାଇଁ ଆଗକୁ ପଢ଼ନ୍ତୁ..
କ୍ଷୀର:
ଆମେ ସମସ୍ତେ କ୍ଷୀରକୁ ପୂଜା କାମରେ ଲଗାଇଥାଉ। ଏହା ଆମ ଶରୀର ପାଇଁ ମଧ୍ୟ ଉଚିତ ମନାଯାଏ। କିନ୍ତୁ ଗ୍ୟାସରୁ କ୍ଷୀର ଉତୁରିବାକୁ ଅତ୍ୟନ୍ତ ଅଶୁଭ ବୋଲି କୁହା ଯାଇଛି। କୁହାଯାଏ କି କ୍ଷୀର ଉତୁରି ଭୂଇଁରେ ପଡ଼ିଲେ ଆଗକୁ ବଡ଼ ଦୁର୍ଘଟଣା ହୋଇପାରେ।

ଦର୍ପଣ:
ଦର୍ପଣ ସହ କିଛି କଥା ଅଛି ଯାହାକୁ ଅଶୁଭ ମନାଯାଇଛି। ଶଗୁନ ଶାସ୍ତ୍ର ମୁତାବିକ ଦର୍ପଣ କାଚ ଭାଙ୍ଗିବା ବହୁତ ଅଶୁଭ ମନାଯାଏ । ଭଙ୍ଗା ଦର୍ପଣରେ ମୁହଁ ଦେଖିବାକୁ ଶୁଭ ମନାଯାଇନଥାଏ। ଏହାବ୍ୟତିତ ଭୁଲରେ ବି ଘରର ଐଶାନ୍ୟ କୋଣରେ ଭଙ୍ଗା କାଚ ପକାନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୁଏ।
ଝାଡ଼ୁ:
ବିଶ୍ୱାସ ରହିଛି ଯେ ଝାଡ଼ୁରେ ମାତା ଲକ୍ଷ୍ମୀଙ୍କ ବାସ ଥାଏ। ତେଣୁ ଘରର ମହିଳା କିମ୍ବା ବଡ଼ ଲୋକ ଝାଡ଼ୁରେ ପାଦ ଲଗାଇବା ଅନୁଚିତ। ଏହାସହ ସୂର୍ଯ୍ୟାସ୍ତ ପରେ ଘରକୁ ଝାଡ଼ୁ କିଣି ଆଣିବା ଉଚିତ ନୁହେଁ। ଏହାସହ ଝାଡ଼ୁକୁ ଖୋଲାସ୍ଥାନରେ ରଖିନ୍ତୁ ନାହିଁ। ବରଂ ଏହାକୁ କୋଣରେ ଲୁଚାଇ ରଖନ୍ତୁ।
ପଶୁ:
ପଶୁକୁ ତଥା ଜୀବ ଜନ୍ତୁ କୁ ନେଇ ମଧ୍ୟ ଅଶୁଭ ମନାଯାଇଛି। ଶଗୁନ ଶାସ୍ତ୍ର ମୁତାବିକ ଘର ପାଖରେ କୁକୁର ବିଲେଇ କାନ୍ଦିବାକୁ ଅଶୁଭ ମନାଯାଇଛି। ଯଦି ବି ଘର ସାମ୍ନାରେ ଏମାନେ ଝଗଡ଼ା କରନ୍ତି ତେବେ ମଧ୍ୟ ଏହାକୁ ଅଶୁଭ ମନାଯାଇଛି। ଏହା କୌଣସି ଦୁର୍ଘଟଣାର ପୂର୍ବ ସଙ୍କେତ ହୋଇଥାଏ।

ଛିଙ୍କ:
ଘରୁ ବାହାରିବା ସମୟରେ ଛିଙ୍କିବା ଅଶୁଭ ମନାଯାଏ। ଏହାସହ ଯଦି ଯାତ୍ରା ସମୟରେ କେହି ଛିଙ୍କି ଦେଲେ କିଛି ସମୟ ପର୍ଯ୍ୟନ୍ତ ରହି ଯିବା ଉଚିତ। ଘରେ ବସି ପାଣି ପିଇବା ପରେ ହିଁ ବାହାରକୁ ଯାଆନ୍ତୁ। ଏହବ୍ୟତିତ ଘରେ ଛୁରୀ , କଇଁଛି ଭଳି ଧାରୁଆ ଜିନିଷକୁ କମ ବ୍ୟବହାର କରନ୍ତୁ। ଏହାଦ୍ୱାରା ଅଶୁଭ ଘଟଣା ଘଟିବାର ସମ୍ଭାବନା ଥାଏ।