ଦିନକୁ ଗୋଟେ ଚାମଚ ଖାଆନ୍ତୁ ଅଳସୀ(flaxseeds) , କରନ୍ତୁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରାୟତଃ ସମସ୍ତଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳିଥାଏ। ଏପରି ସମସ୍ୟା ହେଲେ ଧମନୀରେ ରକ୍ତର ଚାପ ବଢିଯାଏ। ଯଦି ଆପଣ ଏହି ସମସ୍ୟାର ଚିକିତ୍ସା ନ କରାନ୍ତି, ତେବେ ହାର୍ଟ ଆଟାକ, ଷ୍ଟ୍ରୋକ୍‌ ଏବଂ କିଡନୀ ଫେଲ୍‌ ହେବାର ଆଶଙ୍କା ରହିଥାଏ। ଯଦି ଆପଣଙ୍କ ରକ୍ତଚାପ ଲଗାତାର ଭାବେ ୧୨୦/୮୦mmHg ରୁ ଅଧିକ ରହିଥାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଉଚ୍ଚ ରକ୍ତଚାପକୁ କମ୍‌ କରିବାକୁ ହେଲେ ଆପଣ ଅନେକ କଥାକୁ ଧ୍ୟାନ ଦେବାକୁ ହେବ।

bp 1

ଯଦି ଆପଣ ଜଙ୍କ ଫୁଡ୍‌, ମଦ୍ୟପାନ, ସ୍ମୋକିଂ କରୁଛନ୍ତି, ତେବେ ତୁରନ୍ତ ଏହି ଜିନିଷରୁ ଦୂରେଇ ରୁହନ୍ତୁ। କିନ୍ତୁ ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ଅଳସୀ ଅର୍ଥାତ୍‌ (flaxseeds) ଖାଇବା ଆରମ୍ଭ କରନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଫାଇଦାଯୁକ୍ତ। ଏହା ଅନେକ ରୋଗ ପାଇଁ ରାମବାଣ ହୋଇଥାଏ।

bp

ଏହାକୁ ଖାଇବା ସମୟରେ ଚୋବାଇ ଚୋବାଇ ଖାଇବା ଉଚିତ। ଅନେକ ଲୋକ ଏହାକୁ ଭିଜାଇ ଖାଇବାକୁ ପସନ୍ଦ କରିଥାଏ। ଆପଣ ଯଦି ଚାହିଁବେ ଏହାକୁ ଗୁଣ୍ଡ କରି ପାଉଡର କରି ଖାଇପାରିବେ। ଏହା ବ୍ଲଡପ୍ରେସରକୁ କଣ୍ଟ୍ରୋଲ କରି ହାର୍ଟକୁ ସୁସ୍ଥ ରଖିଥାଏ। ଛଅମାସ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପ୍ରତିଦିନ ଅଳସୀ ଖାଇବା ଉଚିତ। ଫଳରେ ହାର୍ଟଆଟାକ ହେବାର ୧୦ ପ୍ରତିଶତ ଆଶଙ୍କା କମ୍‌ ହୋଇଯାଇଥାଏ।

seed

ଅଳସୀରେ ପୋଟାସିୟମ, ଓମେଗା ୩, ଫାଇବର ଭରପୂର ମାତ୍ରାରେ ରହିଥାଏ। ପୋଟାସିୟମ ୟୁରିନରେ ଥିବା ଅତିରିକ୍ତ ସୋଡିୟମକୁ ବାହାର କରିବାରେ କିଡନୀର ସାହାଯ୍ୟ କରିଥାଏ। ୧୦୦ ଗ୍ରାମ ଅଳସୀରେ ୮୧୩ ମିଲିଗ୍ରାମ ପୋଟାସିୟମ ରହିଥାଏ। ରକ୍ତ ଧମନୀ କୋଷିକାକୁ ମଜବୁତ କରିଥାଏ ଫାଇବର। ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଏଥିରେ ଥିବା ଆଲଫା ଲିନୋଲେନିକ ଏସିଡ ଏବଂ ଲିଗନାନ ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲରେ ରଖିଥାଏ। ଯାହା ପାଚନ ତନ୍ତ୍ର ଏବଂ ଡାଇବେଟିଜ ଜିନତ ରୋଗ ଆଶଙ୍କା କମ୍‌ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.