ଯଦି ଥରେ ଓଜନ ବଢିଯାଏ ତେବେ ଏହାକୁ କମ୍ କରିବା ଅତ୍ୟନ୍ତ କଷ୍ଟକର ହୋଉଥାଏ । ତେଣୁ ପ୍ରାୟତଃ ଲୋକ ଅଭିଯୋଗ କରନ୍ତି ଯେ ସେମାନଙ୍କର ଅନେକ ଉଦ୍ୟମ ସତ୍ୱେ ଓଜନ କମ୍ ହେଉନାହିଁ । ବାସ୍ତବରେ, ନିଜ ଶରୀରକୁ ଫିଟ୍ ରଖିବା ପାଇଁ, ବାଲାନ୍ସଡ୍ ରୁଟିନ୍ ଫଲୋ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଅନେକ ଥର ଆମର ଭୁଲ ଲାଇଫଷ୍ଟାଇଲ ଯୋଗୁଁ ଓଜନ ହ୍ରାସ ବାଧାପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଓଜନ କମ୍ କରିବା ପାଇଁ କେଉଁ ୫ଟି ନିୟମ ପାଳନ କରାଯିବା ଉଚିତ ।
ପ୍ରତିଦିନ ୩୦-୪୦ ମିନିଟ୍ ଫିଜିକାଲ ଆକ୍ଟିଭିଟି କରନ୍ତୁ:
ବଢୁଥିବା ଓଜନ ହ୍ରାସ କରିବାକୁ ଦୈନନ୍ଦିନ ରୁଟିନରେ ଅତି କମରେ ୩୦ କିମ୍ବା ୪୦ ମିନିଟ୍ ଫିଜିକାଲ ଆକ୍ଟିଭିଟି କରିବା ଉଚିତ୍ । ଯଦି ଆପଣ ଚାହାଁନ୍ତି ସାଇକେଲ ଚଲାଇବା, ଚାଲିବା, ଦୌଡିବା ପରି ଏରୋବିକ୍ ଏକ୍ସରସାଇଜ କରିପାରିବେ ।
ଡାଏଟରୁ କ୍ୟାଲୋରୀ କମ୍ କରନ୍ତୁ:
ଓଜନ ହ୍ରାସ କରିବାକୁ, ଲୋକମାନେ ଖାଦ୍ୟ ଖାଇବା କମ କରିଦିଅନ୍ତି ଅର୍ଥାତ ଗୋଟିଏ କିମ୍ବା ଦୁଇଥର ଖାଆନ୍ତି । କିନ୍ତୁ ଏହା ଓଜନ ହ୍ରାସ କରେ ନାହିଁ, ବରଂ ଆପଣଙ୍କ ଶରୀର ଦୁର୍ବଳ ହେବାକୁ ଲାଗେ ଏବଂ ପୁଷ୍ଟିକର ଖାଦ୍ୟ ଅଭାବରୁ ଆପଣ ଅସୁସ୍ଥ ହୋଇପାରନ୍ତି । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଖାଦ୍ୟରେ ଥିବା କ୍ୟାଲୋରୀକୁ କମ କରନ୍ତୁ । ଏଥିପାଇଁ, ସର୍ବପ୍ରଥମେ ଆପଣଙ୍କୁ ଚର୍ବିଯୁକ୍ତ ଖାଦ୍ୟରୁ ଦୂରେଇ ରହିବାକୁ ପଡିବ ଏବଂ ଅଳ୍ପ ଅଳ୍ପ ଖାଦ୍ୟ ଖାଇବା ଉଚିତ୍ ।
ପ୍ରଚୁର ପାଣି ପିଇବା ଅତ୍ୟନ୍ତ ଜରୁରୀ:
ଓଜନ ହ୍ରାସ ପାଇଁ ନିଜ ଦିନକୁ ଏକ ଗ୍ଲାସ୍ ପାଣିରୁ ଆରମ୍ଭ କରନ୍ତୁ ଏବଂ ଆପଣଙ୍କର ଡେଲି ରୁଟିନରେ ଅତି କମରେ ୩ ଲିଟର ପାଣି ପିଇବାର ଲକ୍ଷ୍ୟ ରଖନ୍ତୁ । ହୁଏତ ସାଧା ପାଣି ପିଇବା ଆପଣଙ୍କୁ ବିରକ୍ତ ଲାଗିପାରେ ତେଣୁ ଆପଣ ଏଥିରେ ପ୍ରୋଟିନ ପାଉଡର ମଧ୍ୟ ମିଶାଇ ପିଇପାରିବେ । ଏହା ବ୍ୟତୀତ, ନଡ଼ିଆ ପାଣି ଭଳି ହେଲ୍ଦି ଡ୍ରିଙ୍କ ମାଧ୍ୟମରେ ଶରୀରରେ ଜଳ ପୁରଣ କରନ୍ତୁ । ଏହା ମେଟାବୋଲିଜିମ୍ କୁ ମଜବୁତ ରଖିବ ଏବଂ ଆପଣ ଶୀଘ୍ର ଓଜନ ହ୍ରାସ କରିପାରିବେ ।
ପ୍ରୋଟିନ୍ ରିଚ ଡାଏଟ୍ ଫଲୋ କରନ୍ତୁ:
ଓଜନ କମ ଏବଂ ମସଲ୍ସ ଟୋନଡ୍ କରିବାକୁ, ଆପଣଙ୍କ ଖାଦ୍ୟରେ ପ୍ରୋଟିନର ପରିମାଣ ବଢାଇବା ଉଚିତ । ଏଥିପାଇଁ ସୋୟାବିନ୍, ଲୋ’ ଫ୍ୟାଟ୍ ପନିର, ଅଣ୍ଡା ଭଳି ଜିନିଷକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । ପ୍ରତିଦିନ ଆପଣଙ୍କ ପାଇଁ କେତେ ପରିମାଣର ପ୍ରୋଟିନ୍ ଠିକ୍ ତାହା ଜାଣିବା ପାଇଁ ଆପଣ ଜଣେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇପାରିବେ ।
ଯଥେଷ୍ଟ ନିଦ୍ରା:
ଖରାପ ନିଦ ଅର୍ଥାତ ଆପଣଙ୍କ ଶରୀର ଯଥେଷ୍ଟ ନିଦ୍ରା ନ ପାଇବା ମଧ୍ୟ ଓଜନ ବୃଦ୍ଧିର କାରଣ ହୋଇପାରେ । ଯଦି ଆପଣ ସଠିକ୍ ନିଦ ପାଉନାହାନ୍ତି ତେବେ ଆପଣଙ୍କ କର୍ଟିସୋଲ୍ ବଢିବା ଆରମ୍ଭ କରେ । ଯାହା ଷ୍ଟ୍ରେସ ବଢାଇଥାଏ ଏବଂ ମେଟାବୋଲିଜିମ୍ ସ୍ଲୋ କରିଦେଇଥାଏ । ଏହା ଆପଣଙ୍କ ଓଜନ ବଢ଼ାଇପାରେ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ବାଧା ସୃଷ୍ଟି କରିଥାଏ, ତେଣୁ ସଠିକ୍ ସମୟରେ ଶୋଇବା ସହିତ ଜଣେ ମଣିଷକୁ ଅତି କମରେ ସାତରୁ ଆଠ ଘଣ୍ଟା ଶୋଇବା ଉଚିତ୍ । ତେବେ ଏହି ଭଳି କିଛି ଛୋଟ ଛୋଟ ରୁଟିନ ଫଲୋ କରି ଆପଣ ଅତି ସହଜରେ ଓଜନ ହ୍ରାସ କରିପାରିବେ ।