କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତ, କରନ୍ତୁ ମହାଲକ୍ଷ୍ମୀଙ୍କ ଏହି ଉପାୟ

ଜୀବନରେ ହାନୀ ଲାଭ ଲାଗି ରହିଛି । କେବେ ଧନର ବର୍ଷା ତ କେବେ ଅଭାବ । ଯେତେବେଳେ ଧନର ଅଭାବ ହୁଏ ଋଣ,କରଜ ବା ଲୋନର ଆବଶ୍ୟକ ହୋଇଥାଏ । ଋଣ ବା ଲୋନ ଠିକ୍‌ ସମୟରେ କିପରି ପରିଶୋଧ ହୋଇପାରିବ, ସେଥିପାଇଁ ସମସ୍ତେ ପ୍ରୟାସ କରିଥାନ୍ତି । ହେଲେ ତଥାପି କୌଣସି ନା କୌଣସି କାରଣରୁ ଋଣ ପରିଶୋଧ ହୋଇପାରେନା ।

ଏଥିପାଇଁ ଆପଣ ସର୍ବଦା ଚାପରେ ସମୟ ଅତିବାହିତ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ ଯାହାଦ୍ୱାରା ଶୀଘ୍ର କରଜ ମୁକ୍ତ ହୋଇପାରିବେ । ଏହି ଉପାୟକୁ ଆପଣ ପୁରା ଶ୍ରଦ୍ଧାର ସହ କରନ୍ତୁ । ଏହି ସ୍ୱତନ୍ତ୍ର ଉପାୟ ଆପଣଙ୍କ ଜୀବନକୁ କରିବ ଟେନସନ ମୁକ୍ତ । ଆସନ୍ତୁ ଜାଣିବା କରଜ ମୁକ୍ତ ହେବାର ଯାଦକରୀ ଉପାୟ ।

କରଜ ମୁକ୍ତ ପାଇଁ କରନ୍ତୁ ଏହି ଉପାୟ

ସର୍ବ ପ୍ରଥମେ ଏହି କଥାକୁ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ ଯେ ଋଣର କିସ୍ତିକୁ ମଙ୍ଗଳବାର ଦେବାକୁ ଆରମ୍ଭ କରନ୍ତୁ । ଆଉ ଏକ ଖାସ ଉପାୟ ହେଉଛି ଋଣର ପ୍ରଥମ କିସ୍ତ ଦେବା ପୂର୍ବରୁ ହନୁମାନ ମନ୍ଦିରରେ ଦ୍ୱିପହର ସମୟରେ କିଛି ପ୍ରସାଦ, ଚମେଲିର ଶୁଦ୍ଧ ତେଲରେ ଦୀପ, ଚନ୍ଦନର ଧୂପ, ଗୁଗଳର ଧୂପ ସହିତ ହଳଦୀଆ ଫୁଲର ମାଳା ଅର୍ପଣ କରନ୍ତୁ । ଏଥି ସହିତ କରଜରୁ ଶୀଘ୍ର ମୁକ୍ତି ପାଇବା ପାଇଁ ନିବେଦନ କରି କରଜ କିସ୍ତି ଦେବାକୁ ଯାଆନ୍ତୁ ।

କରଜ ନେଇ ଆସିବା ପରେ ସର୍ବପ୍ରଥମେ ମନ୍ଦିର ଯାଇ କରଜର କିଛି ପଇସାରେ ଭଗବାନଙ୍କୁ ପ୍ରସାଦ ଅର୍ପଣ କରନ୍ତୁ । କୁହନ୍ତୁ ଯେ ଆପଣ ଅସୁବିଧାରେ ପଡ଼ି କରଜ ନେଇଛନ୍ତି । ଏହି କରଜରୁ ଶୀଘ୍ର ମୁକ୍ତି କରାନ୍ତୁ । ସେହି ଦିନ ଠାରୁ ନିୟମିତ ଋଣହର୍ତ୍ତା ଶ୍ରୀଗଣେଶ ସ୍ତ୍ରୋତ, ଋଣମୋକ ମଙ୍ଗଳ ସ୍ତ୍ରୋତ ଓ କବଚ ପାଠ କରି ଚାଲନ୍ତୁ । ଏହାଦ୍ୱାରା ଆପଣ ଶୀଘ୍ର ଋଣ ମୁକ୍ତ ହେବେ ।

ଗୃହ ଋଣ ନେବା ପୂର୍ବରୁ ଏହା କରିବାକୁ ନ ଭୁଲନ୍ତୁ

ଯେବେ ଗୃହ ଋଣ ନେଉଛନ୍ତି ଏହି ବିଶେଷ ଉପାୟ ଜରୁର କରନ୍ତୁ । ଗୃହ ନିର୍ମାଣ ସମୟରେ ବିଧିପୂର୍ବକ ଅଭିମନ୍ତ୍ରିତ, ଶ୍ରୀଯନ୍ତ୍ର, ବାସ୍ତୁଦୋଷ ନିବାରକ ଯନ୍ତ୍ର ଓ ଶ୍ରୀ ମଙ୍ଗଳ ଯନ୍ତ୍ରକୁ ନିଶ୍ଚିତ ଘରେ ସ୍ଥାପନ କରନ୍ତୁ । ଏହା ଘରେ ଶୁଭ ଆଣିବ । ଯେଉଁ ଦିନ ଋଣର ପ୍ରଥମ କିସ୍ତି ଦେବେ, ହନୁମାନଙ୍କ ନାମରେ ଦୁଇଜଣ ଗରୀବଙ୍କୁ ଖାଇବା ପାଇଁ ଦିଅନ୍ତୁ ।

କରଜର ପ୍ରଥମ କିସ୍ତି ମଙ୍ଗଳବାର ଦିଅନ୍ତୁ । ଏଥି ସହିତ ସେହି ଦିନ ୧.୨୫ ମିଟର ଲାଲ କପଡ଼ାରେ ୯୦୦ ଗ୍ରାମ ମସୁର ଡାଲି ବାନ୍ଧି କରି ଦାନ କରନ୍ତୁ । ଏହି କାମ ଲଗାତାର ୩ ମଙ୍ଗଳବାରକୁ କରନ୍ତୁ । ଏମିତି ଗରୀବ ବ୍ୟକ୍ତିକୁ ଏହି ଦାନ ଦିଅନ୍ତୁ ଯେପରି ସେ ମଙ୍ଗଳବାର ଏହାକୁ ବନାଇ ପରିବାର ସହ ଖାଇବେ । ଏହି ଉପାୟ ସବୁଠୁ ପ୍ରଭାବି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.