ଲାଇଫ୍ ଷ୍ଟାଇଲ୍

ହଜମ ଶକ୍ତି ବୃଦ୍ଧି କରିବାକୁ ଆପଣାନ୍ତୁ ଏହି ୪ ଟି ପରାମର୍ଶ, ଦୂର ହେବ ସମସ୍ୟା

ଆମେ ସମସ୍ତେ ଜାଣିଥାନ୍ତି କି ଶରୀରକୁ ସୁସ୍ଥ ରଖିବାକୁ ହେଲେ ପାଚନ ତନ୍ତ୍ରକୁ ଠିକ୍ ରଖିବା ନିହାତି ଜରୁରୀ । କିଛି ଲୋକ କେବଳ ପଟେ ପୁରିବା ପାଇଁ ଖାଦ୍ୟ ଖାଇଥାନ୍ତି ଫଳରେ ସେମାନଙ୍କର ପେଟ ସମସ୍ୟା ଦେଖାଦେଇଥାଏ । ଏହାବି ପାଚନତନ୍ତ୍ର ଠିକରେ କାମ ନକରିବାର ଏକ ମୁଖ୍ୟ କାରଣ ହୋଇପାରେ । ଫଳରେ ଅନେକ ସମୟରେ ପେଟରେ ବଥା ହେବା, ଅମ୍ଳ ହେବା, ଗ୍ୟାସ, ଗଳା ପୋଡିବା ଭଳି ସମସ୍ୟା ଦେଖା ଦେଇଥାଏ । ଯଦି ଏଭଳି ସମସ୍ୟାରୁ ଆପଣ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ୪ ଟି ପରାମର୍ଶ ଦେଉଛୁ ।

ଆପଣ ଆପଣଙ୍କ ପାଚନତନ୍ତ୍ରକୁ ଠିକ ରଖିବାକୁ ଚାହୁଁଥିଲେ ସର୍ବଦା ସଜ ଖାଦ୍ୟ ଖାଇବା ଦରକାର । ସଜ ଖାଦ୍ୟ ଖୁବଶୀଘ୍ର ହଜମ ହୋଇଥାଏ । ଅନେକ ସମୟରେ ଦେଖିବାକୁ ମିଳେ ଅନେକ ଲୋକ କିଛିଦିନ ତଳେ ଫ୍ରିଜରେ ରଖିଥିବା ଖାଦ୍ୟ ଖାଇଥାନ୍ତି । ଏହା ପାଚନ ହେବାରେ ସମସ୍ୟା ସୃଷ୍ଟି କରିଥାଏ । ଆପଣ ସର୍ବଦା ଚେଷ୍ଟା କରନ୍ତୁ କି ଫ୍ରିଜରେ ଥିବା ଖାଦ୍ୟକୁ ଖାଇବା ପୂର୍ବରୁ ଗରମ କରିବାକୁ ଯେଭଳି ନଭୁଲନ୍ତି ।

କିଛି ଡାକ୍ତରଙ୍କ ପରାମର୍ଶରେ ଲୋକମାନେ ଭୋକ ନଲାଗିବା ଯାଏଁ ଖାଇନଥାନ୍ତି । ହେଲେ ଆପଣ ନିଜର ଖାଦ୍ୟ ଓ ପାନୀୟକୁ ନେଇ ଏକ ସୂଚୀ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଫଳରେ ଆପଣଙ୍କୁ କିଛି ଦିନପରେ ଏକ ନିର୍ଦ୍ଧିଷ୍ଟ ସମୟରେ ଭୋକ ଲାଗିବା ଆରମ୍ଭ କରିବ । ଏହାସହ ଆପଣ ପ୍ରତିଟି ଖାଇବା ସମୟରେ ଚେଷ୍ଟା କରନ୍ତୁ କି ଯେଭଳି ସବୁଜ ପନିପରିବା ଖାଇ ପାରିବେ । କେବଳ ସେତିକି ନୁହେଁ ଦୈନିକ ଆପଣ କିଛି ନା କିଛି ଫଳ ଖାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ ।

ଏବେ ସମୟରେ ମଣିଷଙ୍କ ପାଖରେ ସମୟର ଘୋର ଅଭାବ ରହିଛି । ତେଣୁ ଲୋକମାନେ ଶୀଘ୍ର ଖାଇବା ଆଳରେ ଖାଦ୍ୟକୁ ଠିକ ଭାବେ ଚୋବାଇ ଖାଇନଥାନ୍ତି । ଏହା ବି ବଦହଜମର ଏକ ମୁଖ୍ୟ କାରଣ । ସର୍ବଦା ଚେଷ୍ଟା କରନ୍ତୁ ଧିରେ ଧିରେ ଖାଦ୍ୟାକୁ ଚୋବାଇ ଖାଇବାକୁ । ଏହାଫଳରେ ଆପଣ ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ ।

ଅନ୍ୟପଟେ ହଜମ ଶକ୍ତି ବୃଦ୍ଧି କରିବାରେ ପାନୀୟ ଜଳ ବି ଏକ ବଡ ଭୂମିକା ନିର୍ବାହ କରିଥାଏ । ଜଣେ ସୁସ୍ଥ ଲୋକ ଦୈନିକ ୪-୫ ଲିଟର ପାଣି ପିଇବା ନିହାତି ଆବଶ୍ୟକ । ଶରୀରରେ ପାଣିର ଅଭାବ ହେଲେ ବଦହଜମୀ ହୋଇଥାଏ । ଏହାସହ ଅମ୍ଳ ଓ ମୁଣ୍ଡ ବ୍ୟଥାର ଏକ ପ୍ରମୁଖ କାରଣ ହେଉଛି ଶରୀରରେ ପାଣିର ଅଭାବ ।

Barsha

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

7 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

9 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

10 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

10 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

10 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

11 hours ago