ଫଟା ଗୋଇଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସହଜ ଘରୋଇ ଉପାୟ

ମହିଳା ହୁଅନ୍ତୁ ଅବା ପୁରୁଷ ସମସ୍ତେ ନିଜ ଚେହେରା ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି । କିନ୍ତୁ ଏହାରି ମଧ୍ୟରେ ପାଦ ପ୍ରତି ଅଣଦେଖା ହୋଇଯାଏ । ପାଦ ତଥା ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କ ମଧ୍ୟରେ ଦେଖାଯାଏ । କିନ୍ତୁ ଏହାପ୍ରତି ଅବହେଳା ହେଉଥିବା କାରଣରୁ ଅନେକ ସମସ୍ୟା ଦେଖାଯାଏ । କାମ କରିବା ସହ ଠିଆ ହେବାରେ ମଧ୍ୟ ସମସ୍ୟା ଦେଖାଯାଏ । ଅନେକ ଯନ୍ତ୍ରଣା ଅନୁଭବ ହୁଏ ।

ଏଥିପାଇଁ ଘରୋଇ ଉପାୟ ହୋଇଥାଏ ସବୁଠୁ ବେଷ୍ଟ । ଯାହା ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

– ଗୋଡକୁ ଉଷୁମ ପାଣିରେ କିଛି ସମୟ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଭଲ ଭାବେ ପୋଛି ଦିଅନ୍ତୁ । ପରେ ଆଲୋବେରା ଜେଲ ଲଗାନ୍ତୁ । ଏହା ସ୍କିନ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏହାଦ୍ୱାରା ଫାଟଥିବା ସ୍ଥାନକୁ ଆରାମ ମିଳିଥାଏ । ଏହାସହ ଆପଣ ନଡ଼ିଆ ତେଲ ମଧ୍ୟ ଲଗାଇ ପାରିବେ ।

– ପେଟ୍ରୋଲିୟମ ଜେଲି ଫଟା ଗୋଇଠିରେ ଲଗାନ୍ତୁ । ଏହାକୁ ରାତିରେ ଶୋଇବା ସମୟରେ ଲଗାନ୍ତୁ ।

– ଅଟାରେ ମହୁ ମିଶାଇ ପାଦରେ ଲଗାନ୍ତୁ । ଏହାଦ୍ୱାରା ତ୍ୱଚା ନରମ ରହିବ ।

– କଦଳୀ ପେଷ୍ଟକୁ ଫଟା ଗୋଇଠିରେ ଲଗାଇବା ଦ୍ୱାରା ଏହା ଆରାମ ମିଳିଥାଏ । ଏହାକୁ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହାପରେ ଭଲ ଭାବେ ଧୋଇ ଦିଅନ୍ତୁ ।

– ଗ୍ଲିସେରିନ ସହ ଗୋଲାପ ଜଳ ମିଶାଇ ଫଟା ଗୋଇଠିରେ ଲଗାନ୍ତୁ । ୧୫ ମିନିଟ ପରେ ଏହାକୁ ଉଷୁମ ପାଣି ସାହାଯ୍ୟରେ ଧୋଇ ଦିଅନ୍ତୁ । ଦେଖିବେ ଆରାମ ମିଳିବ ।

Leave A Reply

Your email address will not be published.