Kitchen Hacks: କ’ଣ ରୁଟି ଆପଣଙ୍କର ନରମ ହେଉନି କି ଫୁଲୁନି, ତ ଫଟାଫଟ୍‌ ଜାଣନ୍ତୁ ଏହି ସହଜ ଟିପ୍ସ

ବିବାହର ଅନେକ ବର୍ଷ ପରେ ବି କିଛି ମହିଳାଙ୍କୁ ଏହି ଅଭିଯୋଗ ରହିଥାଏ ଯେ ସେମାନଙ୍କ ରୁଟି କାହିଁକି ନରମ ହେଉନି କି ଫୁଲୁନି। ତ ଆଉ କିଛି ମହିଳାଙ୍କୁ ଅଟା ଷ୍ଟୋର୍‌ କରିବାର ଠିକ୍‌ ଉପାୟ ମଧ୍ୟ ଜଣା ନ ଥାଏ। ଯଦି ଆପଣଙ୍କ ପାଖରେ ବି ଏମିତି କିଛି ସମସ୍ୟା ରହିଛି, ତା’ହେଲେ ଆପଣାନ୍ତୁ ଏହି ସହଜ ତରିକା।

ଅଟା ଚକଟିବାରେ ବ୍ୟବହାର କରନ୍ତୁ ଉଷୁମ ପାଣି: ରୁଟି ବନାଇବା ପାଇଁ ଯେବେ ବି ଆପଣ ଅଟା ଚକଟିବେ, ତ ପାଣି ଅଳ୍ପ ଉଷୁମ କରି ନେବେ। ଏହି ଟିପ୍ସ ଆପଣାଇଲେ ରୁଟି ଆପଣଙ୍କର ନରମ ହେବ। ଆପଣ ଚାହିଁଲେ ଅଟାରେ ଅଧା ଚାମଚ ତେଲ ମଧ୍ୟ ପକାଇ ପାରିବେ।

ଅଟା ଚକଟିବାର ତୁରନ୍ତ ପରେ ରୁଟି ବନାନ୍ତୁ ନାହିଁ: ରୁଟି ପାଇଁ ଅଟା ଚକଟି ସାରିବା ପରେ ଏହାକୁ ଅତି କମ୍‌ରେ ୧୦ ମିନିଟ୍‌ ପାଇଁ ଢାଙ୍କିକି ରଖି ଦିଅନ୍ତୁ। ଅଟାରେ ଅଳ୍ପ ସୋଡା ପକାଇଲେ ମଧ୍ୟ ରୁଟି ବହୁତ ଭଲ ହୋଇଥାଏ।

ଶୁଖିଲା ଅଟା ରୁଟି ଉପରୁ ଝାଡ଼ି ଦିଅନ୍ତୁ: ଯଦି ଆପଣ ରୁଟି ବେଲିଲା ବେଳେ ଅଧିକ ଅଟା ଦେଇ ବେଲୁଛନ୍ତି, ତା’ହେଲେ ଏହାକୁ ତାଓ୍ଵାରେ ପକାଇବା ପୂର୍ବରୁ ଶୁଖିଲା ଅଟା ସବୁ ଝାଡ଼ି ଦିଅନ୍ତୁ। କାହିଁକିନା, ରୁଟି ଉପରେ ଲାଗିଥିବା ଶୁଖିଲା ଅଟା ସବୁ ପୋଡ଼ି ଯାଇଥାଏ, ଯଦ୍ଦ୍ଵାରା ରୁଟି କଳା ଦେଖା ଯାଇଥାଏ। ଏହାଛଡ଼ା ଧ୍ୟାନରେ ରଖନ୍ତୁ କି, ରୁଟି ସେକିଲା ବେଳେ ଗ୍ୟାସ୍‌ର ଆଞ୍ଚ ଅଧିକ ଥିବା ଦରକାର। କାରଣ, ମିଡିୟମ୍‌ କି ଲୋ ଆଞ୍ଚରେ ରୁଟି ନରମ ହୋଇ ନ ଥାଏ।

ଅଟା ଚକଟା ଷ୍ଟୋର କରିବାର ଉପାୟ: ଅଟା ଚକଟାକୁ ଅଧିକ ଦିନ ପର୍ଯ୍ୟନ୍ତ ଷ୍ଟୋର୍‌ କରିବେ ନାହିଁ। ୨୪ ଘଣ୍ଟାର ପୁରୁଣା ଅଟା ଚକଟାକୁ ବିଲ୍‌କୁଲ ବ୍ୟବହାର କରନ୍ତୁ ନାହିଁ। ଷ୍ଟୋର୍‌ କରିବା ସମୟରେ ଅଟା ଚକଟାରେ ତେଲ କିମ୍ବା ଘିଅ ଲଗାଇ ଦିଅନ୍ତୁ। ତେଲ ଲଗାଇବା ପରେ ଅଟାକୁ ଆଲୁମିନିୟମ୍‌ ଫଏଲ୍‌ରେ ଗୁଡ଼ାଇ ଏୟାର ଟାଇଟ୍‌ କଣ୍ଟେନର ଭିତରେ ରଖି ଫ୍ରିଜ୍‌ରେ ଷ୍ଟୋର କରି ଦିଅନ୍ତୁ। ଏମିତି କରିବା ଦ୍ୱାରା ଅଟା ଚକଟା ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରହିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.