ବହୁତ ଘାତକ ହୋଇପାରେ ନୂଆ ଭେରିୟଣ୍ଟ ‘ଓମିକ୍ରନ’, ରକ୍ଷା ପାଇବା ପାଇଁ ନିଶ୍ଚୟ କରନ୍ତୁ ଏହି ୫ ଅଭ୍ୟାସ

କରୋନା ଭାଇରସର ନୂଆ ଭେରିୟଣ୍ଟ ‘ଓମିକ୍ରନ’ ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି। ଏହି ନୂଆ ଭେରିୟଣ୍ଟ ଭ୍ୟାକସିନକୁ ବି ଚକମା ଦେଇଦେଉଛି। ଓମିକ୍ରୋନକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି। ଯେମିତିକି ଏହାର ଲକ୍ଷଣ କଣ ଏବଂ ଏଥିରୁ କେମିତି ରକ୍ଷା ମିଳିବ ଇତ୍ୟାଦି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ‘ଓମିକ୍ରନ’ ଦୁର୍ବଳ ଇମ୍ୟୁନିଟୀ ଲୋକଙ୍କ ପାଇଁ ଅଧିକ ଘାତକୁ ସାଜିପାରେ। ଏଥିପାଇଁ ବହୁତ ଆବଶ୍ୟକ ଯେ ଆପଣ ନିଜ ଜୀବନଶୈଳୀ ଏବଂ ଡାଏଟରେ କିଛି ଜରୁରୀ ପରିବର୍ତ୍ତନ କରିବା ଉଚିତ। ଏହାଦ୍ୱାରା ଇମ୍ୟୁନିଟୀ ଷ୍ଟ୍ରଙ୍ଗ ହେବ ଏବଂ ଆପଣ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବେ। ତେବେ ଜାଣନ୍ତୁ ଆପଣ କେଉଁ ଅଭ୍ୟାସ ଉପରେ ଖାସ୍‌ ଧ୍ୟାନ ରଖିବା ଜରୁରୀ।

ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ

ଫଳ, ପରିବା, ବାଦାମ ଭଳି ଜିନିଷକୁ ନିଜ ଡାଏଟରେ ସାମିଲ କରନ୍ତୁ। ଏହା ଆପଣଙ୍କ ଇମ୍ୟୁନ ସିଷ୍ଟମକୁ ମଜବୁତ୍‌ କରିଥାଏ। ଏଥିରେ ମହଜୁଦ୍‌ ଆଣ୍ଟିଅକ୍ସିଡେଣ୍ଟରେ ଇମ୍ପଲାମେସନକୁ ଦୂର କରିବାରେ ସହାୟକ ହୋଇଥାଏ।

ପାଣିର ମାତ୍ରା କମ୍‌ ହେବାକୁ ଦିଅନ୍ତୁନାହିଁ

ଶରୀରରେ ପାଣିର ଅଭାବ ହେବାକୁ ଦିଅନ୍ତୁନାହିଁ। ଅଧିକାଂଶ ସମୟରେ ଏମିତି ହୋଇଥାଏ ଯେ ଲୋକମାନେ ଥଣ୍ଡା ଦିନରେ ବହୁତ କମ୍‌ ପାଣି ପିଅନ୍ତି। ଏହାଦ୍ୱାରା ଡିହାଇଡ୍ରେସନର ସମସ୍ୟା ହୋଇଥାଏ ଏବଂ ଶରୀରରେ ପାଣିର ଅଭାବର ସିଧା ପ୍ରଭାବ ଇମ୍ୟୁନ ସିଷ୍ଟମ ଉପରେ ପଡିଥାଏ।

ଚିନ୍ତା ଏବହ ଅବସାଦରୁ ଦୂରେଇ ରୁହନ୍ତୁ

ଚିନ୍ତା ଏବଂ ଅବସାଦର ସିଧା ପ୍ରଭାବ ଇମ୍ୟୁନ ସିଷ୍ଟମ ଫଙ୍କସନ୍‌ ଉପରେ ପଡିଥାଏ। ଚିନ୍ତା ଏବଂ ଅବସାଦ ଶରୀରର ଇମ୍ୟୁନିଟୀକୁ ଦୁର୍ବଳ କରିଥାଏ। ତେଣୁ ଷ୍ଟ୍ରେସରୁ ଦୂରେଇ ରୁହନ୍ତୁ।

ଭରପୂର ନିଦ୍ରା ନିଅନ୍ତୁ

କମ୍‌ ଶୋଇବା ଦ୍ୱାରା ଏହାର ପ୍ରଭାବ ଆପଣଙ୍କ ଇମ୍ୟୁନିଟୀ ଉପରେ ପଡିପାରେ। ଏଥିପାଇଁ ନିଦ୍ରା ପୂରା କରନ୍ତୁ କାହିଁକିନା ଏହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ।

ସ୍ୱାସ୍ଥ୍ୟ ଯାଞ୍ଚ ନିଶ୍ଚୟ କରନ୍ତୁ

ନିୟମିତ ରୂପରେ ହେଲ୍ଥ ଚେକଅପ୍‌ କରନ୍ତୁ। ଶରୀରରେ ଭିଟାମିନ ଡି, କ୍ୟାଲସିୟମ, ଆଇରନର ସ୍ତର ଯାଞ୍ଚ କରିବା ପାଇଁ ହେଲ୍ଥ ଚେକଅପ୍‌ ଜରୁରୀ ଅଟେ। ଏହାଦ୍ୱାରା ଆପଣ ଜାଣିପାରିବେ ଯେ ଶରୀରରେ କୌଣସି ଭିଟାମିନ ଅଭାବ ଅଛି କି ନାହିଁ। ଜାଣିବା ପରେ ସେହି ହିସାବରେ ଡାଏଟ ପ୍ଲାନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.