ହନୁମାନଙ୍କୁ ଖୁସି କରିବା ପାଇଁ କରନ୍ତୁ ଏହି ଉପାୟ, ପୂରା ହେବ ସବୁ ଇଚ୍ଛା

ମଙ୍ଗଳବାର ଏବଂ ଶନିବାର ଭଗବାନ ଶ୍ରୀ ହନୁମାନଙ୍କ ଦିନ ହୋଇଥାଏ। ଏହି ଦିନରେ ପବନ ପୁତ୍ର ହନୁମାନଙ୍କୁ ପୂଜା କରାଯାଏ। ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କିଛି ଉପାୟକୁ କରିବା ଦ୍ୱାରା ଆମର ଅନେକ ଇଚ୍ଛା ପୂର୍ଣ୍ଣ ହୋଇପାରିବ। ଏହି ଉପାୟ ବି ବହୁତ ସହଜ। ଯାହାକୁ ଆପଣ ଆପଣେଇ ନିଜର ସମସ୍ତ ମନୋକାମନାକୁ ପୂରା କରିପାରିବେ।
ଭଗବାନ ହନୁମାନଙ୍କୁ ରାମଙ୍କ ନିମିତ୍ତ ସିନ୍ଦୁର ଚଢ଼ାଇବା ଉଚିତ। ଏହାଦ୍ୱାରା ସମସ୍ତ ମନୋକାମନା ଜଳଦି ପୂରା ହୋଇଥାଏ। ମଙ୍ଗଳବାର ଦିନ ମହାବୀରଙ୍କୁ ସିନ୍ଦୁର ଅର୍ପିତ କରିବା ଦ୍ୱାରା ସମସ୍ତ ଦୁଃଖ ନାସ ହୋଇଥାଏ।
ଯଦି ଆପଣ ଜୀବନରେ ଉନ୍ନତି କରିବାକୁ ଚାହୁଁଛନ୍ତି ତାହେଲେ ମଙ୍ଗଳବାରକୁ ସକାଳୁ ବ୍ରହ୍ମା ମୁହୂର୍ତ୍ତରେ ବରଗଛର ଏକ ପତ୍ର ନେଇ ତାକୁ ଗଙ୍ଗାଜଳରେ ଧୋଇଦିଅନ୍ତୁ। ଏହି ପତ୍ରରେ ସିନ୍ଦୁରରେ ଶ୍ରୀ ଲେଖି ହନୁମାନଙ୍କୁ ଅର୍ପିତ କରିବା ପରେ ନିଜ ପର୍ସରେ ରଖିନିଅନ୍ତୁ।
ମଙ୍ଗଳବାର ଦିନ ହନୁମାନଙ୍କୁ ମିଠା ପାନ ନିଶ୍ଚୟ ଚଢ଼ାନ୍ତୁ। ଏଥିରେ ତମ୍ବାକୁ ବିଲକୁଲ ନଥିବା ଦରକାର। ଏମିତି କରିବା ପରେ ଚାକିରି ମିଳିବାର ସୁଯୋଗ ମିଳିଥାଏ।
ଧନ ପ୍ରାପ୍ତିର ଏହା ଏକ ଅଚୁକ ଉପାୟ ମଙ୍ଗଳବାର ହନୁମାନଙ୍କୁ କେଓ୍ଵଡା ଯନ୍ତ୍ର ଏବଂ ଗୋଲାପ ଫୁଲର ମାଳା ଚଢ଼ାନ୍ତୁ।
ଯଦି ଋଣରୁ ମୁକ୍ତି ପାଇବାକୁ ପାଇବାକୁ ଚାହୁଁଛନ୍ତି ତାହେଲେ ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ ବସି ରାମରକ୍ଷା ସ୍ତ୍ରୋତ ପାଠ କରନ୍ତୁ। ଏହାସହିତ ଏମିତି କରିବା ଦ୍ୱାରା କୌଣସି ବି କାମରେ କିଛି ବିଘ୍ନ ଆସିନଥାଏ।