ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଏହି ସହଜ ଟ୍ରିକ୍‌କୁ କରନ୍ତୁ ଫଲୋ; ହାତ ଚାଟି ଖାଇବେ ଘର ଲୋକ

ସବୁ ଗୃହିଣୀ ଚାହାଁନ୍ତି, ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ ସମସ୍ତେ ପ୍ରଶଂସା କରନ୍ତୁ। ଏଥିପାଇଁ ଅନେକ ବାର ସେମାନଙ୍କୁ ରୋଷେଇ ଘରେ ଘଣ୍ଟା ଘଣ୍ଟା ଧରି ବିତାଇବାକୁ ପଡ଼ିଥାଏ। ବେଳେବେଳେ ଏମିତି ବି ହୁଏ, ଅଧିକ ପରିଶ୍ରମ ପରେ ମଧ୍ୟ ଖାଦ୍ୟରେ ସ୍ୱାଦ ଆସିପାରି ନ ଥାଏ। ଆପଣଙ୍କ ସହିତ ବି ଯଦି ବାରମ୍ବାର ଏମିତି ଘଟୁଛି, ତା’ ହେଲେ ଆଜି ଆମେ ଆପଣଙ୍କୁ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବାର କିଛି ସହଜ ଏବଂ ସରଳ ଉପାୟ ବିଷୟରେ କହିବୁ। ଏଗୁଡ଼ିକୁ ଅନୁସରଣ କରି ଆପଣ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ପାରିବେ। ଆସନ୍ତୁ ଜାଣିବା ଏହା ବିଷୟରେ।

-ଇଡ୍‌ଲି ଯଦି ନରମ କରିବାକୁ ଚାହୁଁଛନ୍ତି, ତା’ ହେଲେ ଇଡ୍‌ଲି ଆଣରେ ଅଳ୍ପ ଭାତକୁ ପେଶି ମିଶାଇ ନିଅନ୍ତୁ।

-ଗ୍ରେଭି ତିଆରି କରିବା ସମୟରେ ଯଦି କ୍ରିମ୍ ନ ଥାଏ, ତେବେ ୧ ଛୋଟ ଚାମଚ କର୍ଣ୍ଣଫ୍ଲୋରକୁ ୧ କପ୍ କ୍ଷୀରରେ ମିଶାଇ ନିଅନ୍ତୁ। ଏହା କ୍ରିମ୍ ପରି କାମ କରିବ।

-ଯଦି ଅଣ୍ଡା ଚୋପା ଛଡ଼େଇବାରେ ଅସୁବିଧା ହେଉଛି, ତ ପ୍ରଥମେ ଏହାକୁ ଫୁଟାଇ ନିଅନ୍ତୁ ଏବଂ କିଛି ସମୟ ଥଣ୍ଡା ପାଣିରେ ରଖନ୍ତୁ। ଦେଖିବେ ଚୋପା ସହଜରେ ଛାଡ଼ିଯିବ।

-ବାଇଗଣକୁ କାଟି ପାଣିରେ ରଖିବା ଦ୍ୱାରା ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ କଳା ପଡ଼ି ନ ଥାଏ।

-ଯଦି ଆପଣ ପିଆଜକୁ ଗ୍ରାଇଣ୍ଡ୍ କରିବା ପୂର୍ବରୁ ଟିକିଏ ଫ୍ରାଏ କରି ନେବେ, ତେବେ ମସଲା ଶୀଘ୍ର ହୋଇଯିବ ଏବଂ ଖାଦ୍ୟ ମଧ୍ୟ ସ୍ୱାଦିଷ୍ଟ ଲାଗିବ।

-ଗ୍ରୀନ୍‌ ମଟର, ଗାଜର, କର୍ଣ୍ଣକୁ ରାନ୍ଧିବା ବେଳେ ଅଳ୍ପ ଚିନି ମିଶାଇବା ଦ୍ୱାରା ଏଗୁଡ଼ିକର ନ୍ୟାଚୁରାଲ ଫ୍ଲେଭର ରହିଥାଏ।

-ରୁଟିକୁ ଅଧିକ ସମୟ ପର୍ଯ୍ୟନ୍ତ ନରମ ଏବଂ ତାଜା ରଖିବା ପାଇଁ ରୁଟି ରଖିବା ପାତ୍ରରେ ଅଦା ଖଣ୍ଡେ ପକାଇ ଦିଅନ୍ତୁ।

-ପକୁଡ଼ିକୁ କୁଡ଼ୁମୁଡ଼ିଆ କରିବା ପାଇଁ ବେସନରେ ଅଳ୍ପ ମକା ଅଟା କିମ୍ବା ଚାଉଳ ଚୁନା ମିଶାଇ ନିଅନ୍ତୁ।

Leave A Reply

Your email address will not be published.