କେଶକୁ ଲମ୍ବା, ଘନ ଏବଂ ମଜବୁତ୍‌ କରିବାକୁ ଚାହୁଁଥିଲେ ଧ୍ୟାନରେ ରଖନ୍ତୁ ଏହିସବୁ କଥା

କେଶକୁ ସୁନ୍ଦର କରିବା ପାଇଁ ଆପଣମାନେ ଅନେକ ପ୍ରକାର ତେଲ, ଶାମ୍ପୂ, ମେହନ୍ଦୀ, ଶିକାକାଇ ଏବଂ ବିଭିନ୍ନ ପ୍ରକାର ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏହାଦ୍ୱାରା କେଶରେ ଚମକ ଆସିଥାଏ ସତ କିନ୍ତୁ ଏହା ଖୁବ୍‌ କମ ଦିନ ପାଇଁ ରହିଥାଏ।

କେଶକୁ ଲମ୍ବା, ଘନ ଏବଂ ସୁନ୍ଦର କରିବା ପାଇଁ ଆପଣମାନେ ଅନେକ ପ୍ରକାର ତେଲ, ଶାମ୍ପୂ, ମେହନ୍ଦୀ, ଶିକାକାଇ ଏବଂ ବିଭିନ୍ନ ପ୍ରକାର ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏହାଦ୍ୱାରା କେଶରେ ଚମକ ଆସିଥାଏ ସତ କିନ୍ତୁ ଏହା ଖୁବ୍‌ କମ ଦିନ ପାଇଁ ରହିଥାଏ। କେଶର ରଙ୍ଗ ମେଲାନିନ ପିଗମେଣ୍ଟ କାରଣରୁ ହୋଇଥାଏ। ଏହି ପିଗମେଣ୍ଟ ତ୍ୱଚା ଭିତରେ କେଶର ମୂଳରେ ରହିଥାଏ। ଯେତେବେଳେ ଶରୀରରେ ମେଲାନିନର ମାତ୍ରା କମ ହୋଇଯାଏ ସେତେବେଳେ କେଶର ରଙ୍ଗ ହାଲୁକା କଳା ହୋଇଯାଏ ଏବଂ ଯେତେବେଳେ ମେଲାନିନ ପିଗମେଣ୍ଟ ଶରୀରରେ ଶେଷ ହୋଇଯାଏ ସେତେବେଳେ କେଶର ରଙ୍ଗ ଧଳା ହୋଇଯାଏ। ଯଦି ଶରୀରରେ ମେଲାନିନର ମାତ୍ରା କମ ହୋଇଯାଏ ତେବେ ଏହାକୁ ଉତ୍ତମ ଖାଦ୍ୟପାନୀୟ ଦ୍ୱାରା ଠିକ୍‌ କରାଯାଇପାରିବ।

ସେହିଭଳି କେବେ ବି ରିବଣ୍ଡିଂ କିମ୍ବା ଷ୍ଟ୍ରେଟନର ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ରୁକ୍ଷ ହୋଇଯାଏ। ରିବଣ୍ଡିଂ ଦ୍ୱାରା ଖରାପ ହୋଇଥିବା କେଶକୁ ମେଡିକାଲ ଟ୍ରିଟମେଣ୍ଟ ଦ୍ୱାରା ମଧ୍ୟ ଠିକ୍‌ କରାଯାଇପାରିବ। ନୂଆ କେଶ ଆସିବା ପରେ ଏଥିରେ ଆପଣ ପରିବର୍ତ୍ତନ ଦେଖିବାକୁ ପାଇବେ। ଏସବୁ ବ୍ୟତୀତ ସୁସ୍ଥ କେଶ ପାଇଁ ଖାଦ୍ୟରେ ପ୍ରୋଟିନ, ଭିଟାମିନ, କ୍ୟାଲସିୟମ ଏବଂ ଆଇରନ ସାମିଲ କରନ୍ତୁ।

ଏଥିସହ ଜଲଦି ଶୋଇବା ଏବଂ ଜଲଦି ଉଠିବା ଅଭ୍ୟାସ କରିବା ସହ ନିଶ୍ଚିତ ରୂପେ ଏକ୍ସରସାଇଜ୍‌ କରନ୍ତୁ। ପ୍ରଚୁର ପାଣି ମଧ୍ୟ ପିଅନ୍ତୁ।

ମହିଳାମାନଙ୍କ ଶରୀରରେ ଆଇରନ ଏବଂ କ୍ୟାଲସିୟମର ଅଭାବ ଯୋଗୁ କେଶ ଝଡିବା ସମସ୍ୟା ଦେଖାଯାଇଥାଏ। ସେହିଭଳି ଆଜିକାଲିର ପିଲା ସବୁଜ ପନିପରିବା ବଦଳରେ ଅଧିକ ଜଙ୍କ୍‌ ଫୁଡ୍‌ ସେବନ କରୁଛନ୍ତି। ଯାହାଦ୍ୱାରା ପେଟ ଖରାପ ହେବା ସହ କେଶ ମଧ୍ୟ ଧଳା ହେବାର ସମସ୍ୟା ଦେଖିବାକୁ ମିଳୁଛି।

Leave A Reply

Your email address will not be published.