ଲାଇଫ୍ ଷ୍ଟାଇଲ୍

ଗ୍ଲୋଇଙ୍ଗ ଏବଂ ଦାଗମୁକ୍ତ ସ୍କିନ୍‌ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ, ଚମକିବ ଚେହେରା

ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ତାଙ୍କର ସ୍କିନ୍‌ ଉଜ୍ଜ୍ୱଳ ଏବଂ ଦାଗମୁକ୍ତ ହେଉ । କିନ୍ତୁ କିଛି ସାଧାରଣ ଭୁଲ ପାଇଁ ସ୍କିନ୍‌ ଡ୍ୟାମେଜ ହେବାର ସମ୍ଭାବନା ରହିଥାଏ । ଏପରି କେଉଁ ଭୁଲ କରିବା ଦ୍ୱାରା ସ୍କିନର କ୍ୱାଲିଟି ଖରାପ ହୋଇପାରେ ଆସନ୍ତୁ ଜାଣିବା । ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଅଧିକ ସ୍କିନର ଯତ୍ନ ନିଅନ୍ତି । ହାଇଡ୍ରେସନ ଠାରୁ ଆରମ୍ଭ କରି ମେକଅପ୍‌ ରିମୋଭାଲ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରୋସେସକୁ ଭଲ ଭାବେ ଫୋଲୋ କରନ୍ତି । ଏହା ଦ୍ୱାରା ସେମାନଙ୍କ ସ୍କିନର କ୍ୱାଲିଟି ଭଲ ରହିଥାଏ । କିନ୍ତୁ କିଛି ମହିଳା ଏପରି ଭୁଲ କରନ୍ତି ଯାହା ଦ୍ୱାରା ସେମାନଙ୍କ ସ୍କିନ୍‌ କ୍ୱାଲିଟି ଖରାପ ହୋଇଥାଏ । ଯଦି ସେମାନେ ଏହି ଭୁଲକୁ ଠିକ କରନ୍ତି ତେବେ ତାଙ୍କ ସ୍କିନ୍‌ ସବୁବେଳେ ଗ୍ଲୋ କରିବ । ତେବେ ଆସନ୍ତୁ ଜାଣିବା ସ୍କିନର ଯତ୍ନ ନେବା ସମୟରେ କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଥାଏ ।

ତ୍ୱଚାକୁ ତଉଲିଆରେ ଶୁଖାଇବା:
ଅନେକ ସମୟରେ ଦେଖାଯାଏ ମହିଳା ଏବଂ ପୁରୁଷମାନେ ନିଜ ମୁହଁ ଶୁଖାଇବା ପାଇଁ ତଉଲିଆର ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି କରିବା ଦ୍ୱାରା ଆପଣଙ୍କ ଚେହେରାରେ ବ୍ୟାକ୍ଟେରିଆ ହେବେ, କାରଣ ଆପଣ ତଉଲିଆକୁ ପ୍ରତ୍ୟେକ ଦିନ ଧୋଇନଥାନ୍ତି । ଏହା ଦ୍ୱାରା ତ୍ୱଚା ଖରାପ ହେବାର ସମ୍ଭାବନା ହୋଇଥାଏ ।

ସ୍କିନ୍‌ କେୟାର ପ୍ରଡକ୍ଟର ଭୁଲ ବ୍ୟବହାର:
ସ୍କିନ୍‌ କେୟାର ପ୍ରଡକ୍ଟ ବ୍ୟବହାର କରିବାର ନିୟମ ଥାଏ । କିଛି ଲୋକ ପ୍ରଥମେ ମଏଶ୍ଚରାଇଜର ଲଗାଇଥାନ୍ତି ଏବଂ ପରେ ସିରମ, ଯାହା ସମୂର୍ଣ୍ଣ ଭୁଲ । ପତଳା ଲେୟର ସ୍କିନ୍‌ ପ୍ରଡକ୍ଟକୁ ପ୍ରଥମେ ତ୍ୱଚାରେ ଲଗାନ୍ତୁ ଏବଂ ମୋଟା ଲେୟର ପ୍ରଡକ୍ଟକୁ ପରେ ଲଗାନ୍ତୁ । ସିରମ ଲେୟର ପତଳା ହୋଇଥାଏ, ଏଥିପାଇଁ ଏହାକୁ ପ୍ରଥମେ ଲଗାନ୍ତୁ ଏବଂ ପରେ ମଏଶ୍ଚରାଇଜର ଲଗାନ୍ତୁ ।

ହାତରେ ପ୍ରଡକ୍ଟ ବାହାର କରିବା :
ସ୍କିନ୍‌ ପ୍ରଡକ୍ଟକୁ ବାହାର କରିବା ପାଇଁ ମହିଳାମାନେ ଅଧିକାଂଶ ସମୟରେ ଆଙ୍ଗୁଳିର ବ୍ୟବହାର କରନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ । ଏକ୍ସପର୍ଟଙ୍କ କହିବା ଅନୁସାରେ ଏଭଳି କରିବା ଦ୍ୱାରା ଆପଣ କ୍ରିମରେ ବ୍ୟାକ୍ଟେରିଆକୁ ସାମିଲ କରିଥାନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଆପଣ କ୍ରିମକୁ ଆଙ୍ଗୁଳିରେ ବାହାର କରିବା ପରିବର୍ତ୍ତେ ସ୍କୁପର ବ୍ୟବହାର କରିପାରିବେ ।

ପାଣି ନପିଇବା :
ଡିହାଇଡ୍ରେସନ ହେବା ସମୟରେ ଅଧିକାଂଶ ଲୋକ ଏହାକୁ ଧ୍ୟାନ ଦିଅନ୍ତି ନାହିଁ ନଚେତ୍‌ ଶୋଷ ଲାଗିଲେ ସୋଡ଼ା ଯୁକ୍ତ ଡ୍ରିଙ୍କ୍ସ ପିଅନ୍ତି, ଏଭଳି କରିବା ଦ୍ୱାରା ସ୍କିନ ଡ୍ୟାମେଜ୍‌ ହୋଇପାରେ । ଆପଣଙ୍କୁ ଶୋଷ ଲାଗିଲେ ଆପଣ ନେଚୁରାଲ ଡ୍ରିଙ୍କ୍ସ ଯେପରି ପଇଡ଼ ପାଣି, ସାଧା ପାଣି ଏବଂ ଜୁସ ଆଦି ପିଇ ପାରିବେ ।

ରାତିରେ ଫେସ ଓ୍ଵାସ ନକରିବା:
କିଛି ମହିଳା ରାତିରେ ଶୋଇବା ସମୟରେ ମେକଅପ୍‌ ରିମୋଭ ନକରି ଶୋଇଯାନ୍ତି । ଏପରି କରିବା ଦ୍ୱାରା ତ୍ୱଚା ନଷ୍ଟ ହୋଇଥାଏ । ଏହା ସହିତ ରାତିରେ ହେଉଥିବା ସ୍କିନ ରିଗ୍ରୋଥକୁ ଏହା ରୋକିଥାଏ । ଏଥିପାଇଁ ରାତିରେ ମୁହଁ ଧୋଇ ଶୋଇବା ଉଚିତ ।

 

Subhalaxmi Das

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

12 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

22 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

31 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

47 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

56 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago