ଲାଇଫ୍ ଷ୍ଟାଇଲ୍

ଚଳିତ ବର୍ଷ ପୁଷ୍ୟ ନକ୍ଷତ୍ରର ରହିଛି ଶୁଭ ସଂଯୋଗ, ଶନିଙ୍କ ବକ୍ର ଦୃଷ୍ଟିରୁ ରକ୍ଷା ପାଇଁ ଆପଣାନ୍ତୁ ଏହିସବୁ ଉପାୟ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳି ଏବଂ ଧନତେରାସର ଠିକ୍‌ ପୂର୍ବରୁ ପୁଷ୍ୟ ନକ୍ଷତ୍ରର ଶୁଭ ସଂଯୋଗ ରହିଛି। ଚଳିତ ବର୍ଷ ଶନିବାର ଦିନ ଶନି ପୁଷ୍ୟ ଯୋଗ ରହିଛି, ଯାହା ଅତ୍ୟନ୍ତ ଶୁଭ ସଂଯୋଗ। କାରଣ ଶନିବାର ଏବଂ ପୁଷ୍ୟ ନକ୍ଷତ୍ରର ସଂଯୋଗ ଶୁଭ ବୋଲି କୁହାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଦିନ କ’ଣ କରିବା ଉଚିତ।

-ପୁଷ୍ୟ ନକ୍ଷତ୍ର ସମସ୍ତ ୨୭ଟି ନକ୍ଷତ୍ର ମଧ୍ୟରୁ ବଳବାନ। ଏହି ନକ୍ଷତ୍ର ଶୁଭ କାର୍ଯ୍ୟ ପାଇଁ ସବୁଠାରୁ ଉତ୍ତମ ହୋଇଥାଏ।

-ଶନିବାର ଦିନ ପୁଷ୍ୟ ନକ୍ଷତ୍ର ଯୋଗ ରହିଥିବାରୁ, ଯେଉଁ ଲୋକଙ୍କ ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଥାଏ ସେମାନେ ଏହି ୫ଟି ଉପାୟ ଆପଣାଇପାରିବେ।

-ପୁଷ୍ୟ ଯୋଗରେ ଶନି ମନ୍ଦିରକୁ ଯାଇ ଶନିଙ୍କ ପ୍ରତିମା ଉପରେ ସୋରିଷ ତେଲ ଅର୍ପଣ କରନ୍ତୁ।

-ଶନି ପୁଷ୍ୟ ଯୋଗରେ ଅଶ୍ୱତ୍ଥ ଗଛ ତଳେ ସୋରିଷ ତେଲର ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଶନିଙ୍କ ଖରାପ ଦୃଷ୍ଟିର ପ୍ରଭାବ ଶୁଭରେ ପରିବର୍ତ୍ତନ ହୋଇଥାଏ।

-ଶନିବାର ପୁଷ୍ୟ ନକ୍ଷତ୍ରରେ ଗରିବ ଲୋକଙ୍କୁ ଭୋଜନ କରାଇବା ସହ କମ୍ବଳ, ଜୋତା-ଚପଲ, ତେଲ ଏବଂ କଳା ଛତା ଦାନ କରନ୍ତୁ।

-ଶନି ପୁଷ୍ୟର ଶୁଭ ଯୋଗରେ ନିଜ ପୂଜାଘରେ ଶନିଯନ୍ତ୍ର ସ୍ଥାପନା କରନ୍ତୁ। ଏପରି କରିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ।

-ଏସବୁ ବ୍ୟତୀତ ଶନିବାର ଦିନ କଳା କପଡାରେ କଳା ରାଶି ବାନ୍ଧି ଗରିବଙ୍କୁ ଦାନ କରନ୍ତୁ। ଏପରି କରିବା ଦ୍ୱାରା ଶନି ଦୋଷ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

5 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

21 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

34 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

43 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

46 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago